Categories: ଖେଳ

ଦ୍ୱିତୀୟ ସିଡ୍‌ଙ୍କୁ ହରାଇଲେ ବୋପାନ୍ନା-ଶରନ

ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ ଲୁକାଜ କୁବୋଟ ଓ ଏଡୁଆର୍ଡ ରୋଜର ଭାସେଲିନଙ୍କୁ ପରାସ୍ତ କରିଛନ୍ତି। ଫଳରେ ଭାରତୀୟ ଯୋଡ଼ି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଖେଳିବା ଆଶାରେ ଥିବା ବୋପାନ୍ନା-ଶରନ ଏହି ୟୁରୋ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପୋଲାଣ୍ଡ-ଫ୍ରେଞ୍ଚ୍‌ ଯୋଡ଼ିଙ୍କୁ ୭-୬(୧୧), ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ର଼୍ୟାଙ୍କିଙ୍ଗ୍‌ ଅନୁସାରେ ଟୋକିଓ ଅଲିମ୍ପିକ୍ସ ପାଇଁ ଜୁନ ୧୪କୁ କଟ୍‌ ଅଫ୍‌ ଡେଟ୍‌ ଭାବେ ଧରାଯାଉଛି। ଏହି ମଧ୍ୟରେ ବୋପାନ୍ନା (୩୪) ଓ ଶରନ (୭୫) ମିଳିତ ଭାବେ ୧୧୩ ର଼୍ୟାଙ୍କ ପଏଣ୍ଟ ପାଇଛନ୍ତି। ତେଣୁ ଅନ୍ୟ କୌଣସି ଦେଶର ପ୍ରତିଯୋଗୀ ଓହରିଲେ ଯାଇ ଭାରତୀୟ ଯୋଡ଼ିଙ୍କ ପାଇଁ ଅଲିମ୍ପିକ୍ସ ସୁଯୋଗ ସୃଷ୍ଟି ହେବ।

Share