Categories: ଖେଳ

ବୋପାନ୍ନା ଓ ଶାପୋଭାଲୋଭ୍‌ ପରାସ୍ତ

ସିନସିନାଟି, ୨୫ା୮(ପି.ଟି.)-ପାଞ୍ଚ ମାସ ପରେ ଆକ୍ସନକୁ ଫେରିଥିବା ରୋହନ ବୋପାନ୍ନା ଓ ତାଙ୍କ କାନାଡିଆନ ପାର୍ଟନର ଡେନିସ ଶାପୋଭାଲୋଭ୍‌ ଓ୍ବେଷ୍ଟର୍ନ ଆଣ୍ଡ୍‌ ସଦର୍ନ ଓପନ୍‌ ପୁରୁଷ ଡବଲ୍ସ ଇଭେଣ୍ଟରେ ସେମାନଙ୍କ ଓପନିଂ ରାଉଣ୍ଡ ମ୍ୟାଚ ହାରିଯାଇଛନ୍ତି। ୨୦୧୯ ୟୁଏସ୍‌ ଓପନ୍‌ ରନର୍ସଅପ୍‌ ମାର୍ସେଲ ଗ୍ରାନୋଲର୍ସ ଏବଂ ହୋରାସିଓ ଜେବାଲୋସ୍‌ଙ୍କଠାରୁ ଏହି ଯୋଡ଼ି ୪-୬, ୬-୭ (୧) ସେଟ୍‌ରେ ହାରିଯାଇଛନ୍ତି। ଏହି ହାର୍ଡକୋର୍ଟ ଟୁର୍ନାମେଣ୍ଟର ପୁରସ୍କାର ରାଶି ୪୨, ୨୨, ୧୯୦ ଆମେରିକୀୟ ଡଲାର ରହିଛି। ମାର୍ଚ୍ଚରେ କ୍ରୋଏସିଆ ବିପକ୍ଷ ଡେଭିସ୍‌କପ୍‌ ମ୍ୟାଚ ପରେ ବୋପାନ୍ନାଙ୍କର ଏହା ଥିଲା ପ୍ରଥମ ପ୍ରତିଯୋଗିତା। ସେତେବେଳେ ଭେଟେରାନ ଲିଆଣ୍ଡର ପେସ୍‌ ତାଙ୍କର ପାର୍ଟନର ଥିଲେ।

Share