ଡୌଗ୍‌ଲାସ୍‌ଙ୍କୁ ବୁକର

ଲଣ୍ଡନ, ୨୧।୧୧: ନ୍ୟୁୟର୍କରେ ରହୁଥିବା ସ୍କଟଲାଣ୍ଡ ଲେଖକ ଡୌଗ୍‌ଲାସ୍‌ ଷ୍ଟୁଆର୍ଟ ତାଙ୍କର ଆତ୍ମଜୀବନୀ ଆଧାରିତ ଉପନ୍ୟାସ ‘ଶୁଗି ବେନ୍‌’ ପାଇଁ ଚଳିତବର୍ଷର ମର୍ଯ୍ୟାଦାଜନକ ବୁକର୍‌ ପ୍ରାଇଜ୍‌ ମିଳିଛି। ପୁରସ୍କାର ଲାଗି ସଂକ୍ଷିପ୍ତ ତାଲିକାରେ ଥିବା ଭାରତୀୟ ବଂଶୋଦ୍ଭବ ଅବନୀ ଦୋଶୀଙ୍କ ସମେତ ୫ ଜଣଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ୮୦ ଦଶକର ଗ୍ଲାସ୍‌ଗୋ ସହରର ପ୍ରେମ ଓ ମଦନିଶା ଉପରେ ଶୁଗି ବେନ ଉପନ୍ୟାସ ଲେଖାଯାଇଛି। ଡୌଗ୍‌ଲାସ୍‌ଙ୍କୁ ୧୬ ବର୍ଷ ହୋଇଥିବାବେଳେ ମାଆ ମଦ ନିଶାରେ ପ୍ରାଣ ହରାଇଥିଲେ। ଉକ୍ତ ପୁସ୍ତକକୁ ସେ ତାଙ୍କ ମାଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ତାଙ୍କ ସ୍ବପ୍ନ ସାର୍ଥକ ହୋଇଛି ଓ ସମ୍ପୂର୍ଣ୍ଣ ଜୀବନ ବଦଳିଯାଇଛି ବୋଲି ପୁ୍‌ରସ୍କାର ଗ୍ରହଣ କରିବା ଅବସରରେ ଡୌଗ୍‌ଲାସ୍‌ କହିଛନ୍ତି। ଦୁବାଇରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲେଖିକା ଅବନୀଙ୍କ ‘ବର୍ଣ୍ଟ ସୁଗାର’ ଉପନ୍ୟାସ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ ହେଁ ପୁରସ୍କାର ପାଇପାରି ନାହିଁ।
ଅନ୍ୟମାନଙ୍କ ମଧ୍ୟରେ ଜିମ୍ବାଓ୍ବେ ଲେଖକ ସିତ୍‌ସି ଡଙ୍ଗରେମ୍ବଗା, ଆମେରିକୀୟ ଲେଖକ ଡିଏନେ କୁକ୍‌, ମାଜା ମେଙ୍ଗିସ୍ତେ ଏବଂ ବ୍ରାଣ୍ଡନ୍‌ ଟେଲରଙ୍କ ନାଁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲା। ସମ୍ପାଦକ, ଭାଷା ସମାଲୋଚକ ଓ ପୂର୍ବତନ ପ୍ରକାଶକ ମାରଗାରେଟ୍‌ ବୁସ୍‌ବିଙ୍କ ଅଧ୍ୟକ୍ଷତାରେ ଗଠିତ ଚଳିତବର୍ଷର ବୁକର୍‌ ପ୍ରାଇଜ୍‌ ବିଚାରକ ପ୍ୟାନେଲରେ ଲେଖକ ଲି ଚାଇଲ୍ଡ, ଲେଖକ ତଥା ସମାଲୋଚକ ସମୀର ରହିମ, ଲେଖକ ତଥା ବ୍ରଡ୍‌କାଷ୍ଟର ଲେମ୍‌ନ ସିସାଏ ଏବଂ କ୍ଲାସିକିଷ୍ଟ ଏମିଲି ଓ୍ବିଲ୍‌ସନ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼: ଟ୍ରସ୍‌ଙ୍କ ପରେ କିଏ

ଲଣ୍ଡନ,୨୧ା୧୦:ବ୍ରିଟେନରେ ଲିଜ୍‌ ଟ୍ରସ୍‌ଙ୍କ ଦେଢ଼ ମାସିଆ ସରକାରର ପତନ ଘଟିବା ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ନାନା ଚର୍ଚ୍ଚା ହେଉଛି। ପୂର୍ବରୁ...

ସଡ଼କରେ ସୁରକ୍ଷିତ ଲ୍ୟାଣ୍ଡ କଲା ବିମାନ

ତେହେରାନ,୨୮।୧: ଇରାନର ବନ୍ଦର-ଏ-ମହସହରର ରାସ୍ତା ଉପରେ ସୋମବାର ଏକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ଜଣାପଡିଛି। ହେଲେ ଏହି ବିମାନଟି ଲ୍ୟାଣ୍ଡ କରିବା ପରେ...

ତଥ୍ୟ ପ୍ରଘଟ କଲେ ଫଳ ଭୋଗିବ

ସାନ୍‌ ଫ୍ରାନ୍‌ସିସ୍କୋ,୧୨ା୧୨: ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକରେ ୟୁଜର୍ସଙ୍କ ପ୍ରିଭେସି (ଅନ୍ତରଙ୍ଗ ତଥ୍ୟ)କୁ ନେଇ ବିଶ୍ୱବ୍ୟାପୀ ବିତର୍କ ଲାଗିରହିଥିବାବେଳେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ନୂଆ...

ଆତଙ୍କବାଦୀ ଆକ୍ରମଣରେ ୧୪ ମୃତ

କରାଚି,୧୬।୧୦: ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଯବାନ...

ନଓ୍ବାଜ ସରିଫ ପରିବାରରେ ଫାଟ, ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମରିୟମ…

ଇସଲାମାବାଦ,୧୧।୨ : ପାକିସ୍ତାନରେ ବଢୁଥିବା ରାଜନୈତିକ ବିବାଦ ବର୍ତ୍ତମାନ ନୱାଜ ସରିଫ ପରିବାର ମଧ୍ୟରେ ପହଞ୍ଚିଛି। ପରିସ୍ଥିତି ଏତେ ପରିମାଣରେ ପହଞ୍ଚିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ...

ଇମ୍ରାନଙ୍କ ଘୋଷଣା: ବିନା ପାସପୋର୍ଟରେ ପାକିସ୍ତାନ ଆସିପାରିବେ ଭାରତୀୟ ଶ୍ରଦ୍ଧାଳୁ

ଇସଲାମାବାଦ,୧।୧୧:କରତାରପୁର କରିଡର ଦେଇ ପାକିସ୍ତାନ ଆସୁଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ବିନା ପାସପୋର୍ଟରେ ଭାରତୀୟ ଶ୍ରଦ୍ଧାଳୁ...

ଏଲନ ମସ୍କ ଲଞ୍ଚ କଲେ ଏକ୍ସ ଏଆଇ, ଓପନ ଏଆଇ-ଚାଟ୍‌ ଜିପିଟିକୁ ଦେବ ଟକ୍କର…

ଓ୍ବାଶିଂଟନ,୧୩।୭ : ଏଲନ ମସ୍କ ନିଜର କୃତ୍ରିମ ବୁଦ୍ଧିମତ୍ତା କମ୍ପାନୀ ଏକ୍ସଏଆଇ (ଏକ୍ସ ଡଟ୍‌ ଏଆଇ)ଆରମ୍ଭ କରିଛନ୍ତି। ଏକ୍ସ ଏଆଇ ୱେବସାଇଟ କହିଛି ଟେସଲା ଟାଇକୁନ...

କରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପୋଟ୍ରେଟ ତିଆରି କଲା ଏହି ଦେଶ

ମେକ୍ସିକୋ,୨।୭: କରୋନା ଭାଇରସ୍‌ ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

Advertisement
Archives

Model This Week