ବୁକର୍‌ ପୁରସ୍କାର ଘୋଷଣା: ଏହି ବ୍ୟକ୍ତିଙ୍କୁ ମିଳିଲା…

ଲଣ୍ଡନ୍‌,୧୨ା୧୧:ହଙ୍ଗେରୀୟ-ବ୍ରିଟିଶ୍‌ ଲେଖକ ଡାଭିଡ୍‌ ଜାଲେ ଭାରତୀୟ ଔପନ୍ୟାସିକା କିରନ୍‌ ଦେଶାଇଙ୍କୁ ପଛରେ ପକାଇ ୨୦୨୫ ବୁକର୍‌ ପୁରସ୍କାର ବିଜୟୀ ହୋଇଛନ୍ତି। ଲୋକପ୍ରିୟ ଉପନ୍ୟାସ ‘ଫ୍ଲେସ୍‌’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନ୍‌ର ଓଲ୍ଡ ବିଲ୍ଡିଂସଗେଟ୍‌ରେ ୫୧ ବର୍ଷୀୟ ଜାଲେ ଗତବର୍ଷର ବୁକର୍‌ ବିଜେତା ସାମନ୍ଥା ହାର୍ଭେଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ବାବଦକୁ ତାଙ୍କୁ ୫୦,୦୦୦ ପାଉଣ୍ଡ (ପ୍ରାୟ ୬୬,୦୦୦ ଆମେରିକୀୟ ଡଲାର) ପ୍ରଦାନ କରାଯାଇଛି। ‘ଫ୍ଲେସ୍‌’ ଉପନ୍ୟାସର କାହାଣୀ ଏଭଳି ଜଣେ କର୍ମଜୀବୀ ହଙ୍ଗେରୀୟଙ୍କ ଜୀବନ ଉପରେ ଆଧାରିତ, ଯିଏକି ପରବର୍ତ୍ତୀ ସମୟରେ ବ୍ରିଟେନ୍‌ରେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇପାରିଛନ୍ତି। ଆକାଂକ୍ଷା ଓ ପତନର ଫେଣ୍ଟାଫେଣ୍ଟି କଥାବସ୍ତୁକୁ ନେଇ ଏହି କାହାଣୀ ଗତିଶୀଳ ହୋଇଛି। ତେବେ ବୁକର୍‌ ପୁରସ୍କାର ଲାଭ କରିବାରେ ଜାଲେ ହେଉଛନ୍ତି ପ୍ରଥମ ହଙ୍ଗେରୀୟ। କାନାଡାରେ ଜନ୍ମିତ ଜାଲେ ପରବର୍ତ୍ତୀ ସମୟରେ ଲଣ୍ଡନରେ ଜୀବନ ଅତିବାହିତ କରିଥିଲେ। ସମ୍ପ୍ରତି ସେ ଅଷ୍ଟ୍ରିଆର ଭିଏନାରେ ବସବାସ କରୁଛନ୍ତି। ଅବସ୍ଥାନର ଏହି ପରିବର୍ତ୍ତନଶୀଳ ପୃଷ୍ଠଭୂମି ଜାଲେଙ୍କ କାହାଣୀ ରଚନାର ଗଭୀରତାକୁ ଦର୍ଶାଏ। ତାଙ୍କର ଅନେକ ଆଲେଖ୍ୟ ପରିଚୟ, ବିସ୍ଥାପନ, ଜଗତୀକରଣ ଆଦି ଉପରେ ପର୍ଯ୍ୟବସିତ। ୨୦୧୩ରେ ଜାଲେଙ୍କୁ ସର୍ବୋତ୍ତମ ଯୁବ ବ୍ରିଟିଶ୍‌ ନଭେଲିଷ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତବର୍ଷର ବୁକର୍‌ ପୁରସ୍କାର ପାଇଁ ୬ ଜଣ ଲେଖିକା ଲେଖକ ଚୂଡ଼ାନ୍ତ ତାଲିକାରେ ମନୋନୀତ ହୋଇଥିଲେ। ଡାଭିଡ୍‌
ଜାଲେଙ୍କ ବ୍ୟତୀତ ଅନ୍ୟମାନେ ହେଲେ କିରନ୍‌ ଦେଶାଇ (ଦି ଲୋନ୍‌ଲିନେସ୍‌ ଅଫ୍‌ ସୋନିଆ ଆଣ୍ଡ୍‌ ସନ୍ନି), ଆଣ୍ଡ୍ର୍ୟୁ ମିଲେର (ଦି ଲ୍ୟାଣ୍ଡ୍‌ ଇନ୍‌ ଓ୍ବିଣ୍ଟର), ସୁସାନୁ ଚୋଇ (ଫ୍ଲାଶ୍‌ଲାଇଟ୍‌), କାଟିଏ କିଟାମୁରା(ଅଡିଶନ୍‌) ଓ ବେଞ୍ଜାମିନ୍‌ ମର୍କୋଭିଟ୍ସ (ଦି ରେଷ୍ଟ ଅଫ୍‌ ଆଓ୍ବାର୍ସ ଲାଇଭ୍ସ)। ତେବେ ଶେଷରେ ସନ୍ଧ୍ୟାର ଡାର୍କ ହର୍ସ ରୂପେ ଜାଲେ ଉଭା ହୋଇ ସମସ୍ତଙ୍କୁ ପଛରେ ପକାଇଦେଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?