Categories: ଖେଳ

ବୁମ୍‌ରାଙ୍କୁ ବଣ୍ଡ୍‌ଙ୍କ ପ୍ରଶଂସା

ଦୁବାଇ, ୭ା୧୧ (ପି.ଟି.)-ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍‌ ଶେନ ବଣ୍ଡ୍‌ ତାଙ୍କ ଦଳର ମୁଖ୍ୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ସେ ବିଶ୍ୱର ଶ୍ରେଷ୍ଠ ଟି୨୦ ବୋଲର ବୋଲି କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବୁମ୍‌ରାଙ୍କ ବୋଲିଂଙ୍କୁ ସେ ଅତି ନିକଟରୁ ଦେଖିବାକୁ ପାଇଥାନ୍ତି। ଗୁରୁବାର ଆଇପିଏଲ୍‌ କ୍ୱାଲିଫାୟର-୧ରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ଲାଇନ୍‌ଅପ୍‌କୁ ବୁମ୍‌ରା ଓ ତାଙ୍କ ପେସ୍‌ ପାର୍ଟନର ଭୁଶୁଡାଇ ଦେଇଥିଲେ। ଯାହା ଫଳରେ ଏହି ମ୍ୟାଚରେ ବିଜୟ ଲାଭ କରି ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ପ୍ରବେଶ କରିପାରିଥିଲା। ଭାରତୀୟ ବୋଲର ତାଙ୍କ ୪ ଓଭର ବୋଲିଂରେ ୧୪ ରନ ବିନିମୟରେ ୪ଉଇକେଟ ଅକ୍ତିଆର କରିଥିବାବେଳେ ବୋଲ୍ଟ ୨ଓଭର ବୋଲିଂ କରି ମାତ୍ର ୯ରନ ବିନିମୟରେ ୨ଉଇକେଟ ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ୫୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା।

Share