ଭୁବନେଶ୍ୱର, ୨୩।୧୦: ବନ୍ଧନ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୨.୮% ବୃଦ୍ଧି ପାଇଛି। ଏପରିକି ମୋଟ ଜମା ବର୍ତ୍ତମାନ ୧.୧୨ ଲକ୍ଷ କୋଟି ଟଙ୍କା ରହିଛି। ଚଳନ୍ତି (କରେଣ୍ଟ) ଓ ସଞ୍ଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୮.୫% ରହିଛି। ସେହିପରି ମୋଟ ଅଗ୍ରିମ ବର୍ତ୍ତମାନ ୧.୦୮ ଲକ୍ଷ କୋଟି ଟଙ୍କା ରହିଛି। ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ବଚ୍ଛତା ଅନୁପାତ (ସିଏଆର୍) ୧୯.୨% ରହିଛି, ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି, ଏପରିକି ବ୍ୟାଙ୍କର ବିବିଧୀକରଣ ଏଜେଣ୍ଡା ଅନୁସାରେ ବନ୍ଧନ ବ୍ୟାଙ୍କର ରିଟେଲ୍ ଋଣ ବୁକ୍ରେ ସୁସ୍ଥକର ୮୦% ବୃଦ୍ଧି ଘଟିଛି। ବ୍ୟାଙ୍କର ମୋଟ ଜମାରେ ରିଟେଲ୍ର ଭାଗ ବର୍ତ୍ତମାନ ୭୪% ରହିଛି। ଏହି ସମୟରେ ବ୍ୟାଙ୍କର ମୋଟ ବ୍ୟବସାୟ ୨.୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ବନ୍ଧନ ବ୍ୟାଙ୍କର ଏମ୍ଡି ତଥା ସିଇଓ ଚନ୍ଦ୍ରଶେଖର ଘୋଷ କହିଛନ୍ତି, ଦ୍ୱିତୀୟ ତ୍ରୈମାସିକର କାରବାର ବ୍ୟାଙ୍କ ପାଇଁ ବେଶ୍ ଉତ୍ସାହଜନକ ତ୍ରୈମାସିକ ହୋଇଛି। ଏପରିକି ବ୍ୟାଙ୍କର ବିବିଧୀକରଣ ଏଜେଣ୍ଡା ଅନୁସାରେ ବ୍ୟାଙ୍କ ତା’ର ରିଟେଲ୍ ବ୍ୟାଙ୍କିଙ୍ଗ ପୋର୍ଟଫୋଲିଓକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛି, ଗତ କିଛି ତ୍ରୈମାସିକରେ ଶୁଭାରମ୍ଭ କରାଯାଇଥିବା ନୂଆ କାରବାର କ୍ଷେତ୍ରକୁ ନେଇ ଚଳିତ ଆର୍ଥିକ ବର୍ଷର ପ୍ରଦର୍ଶନ ଭଲ ରହିବ ବୋଲି ଆମର ବିଶ୍ୱାସ ରହିଛି।
ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍ ଯାଞ୍ଚ କରିବାରୁ…
ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…
ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ
ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…
୨ ମିନିଟ୍ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ
ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…
ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…
ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…
ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…
ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍ କରି କହିଲେ ସାର୍ ମୋତେ…
ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…
ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….
ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…
ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର
ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…
Archives

