ବଚସାକୁ ନେଇ ଯବାନଙ୍କ ଘରେ ବୋମାମାଡ଼

ଖୋର୍ଦ୍ଧା ଅଫିସ,୨୫ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଗ୍ରାମର ଜଣେ ଯବାନଙ୍କ ଘରେ ଶୁକ୍ରବାର ରାତିରେ ବୋମାମାଡ଼ ହୋଇଛି। ସାମାନ୍ୟ ବଚସାକୁ ନେଇ ୧୦ଜଣ ଯୁବକ ଯବାନ ଭାଗୀରଥି ପାହାଡସିଂଙ୍କ ଘରେ ବୋମାମାଡ଼ କରିବା ସହ ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ଏପରି କି ଯୁବକମାନେ ଭାଗୀରଥି ଓ ତାଙ୍କ ବାପା ମଦନମୋହନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଚିକିତ୍ସା ପାଇଁ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନରେ ଏକ ଭୋଜି ବେଳେ ହୋଇଥିବା ବଚସାକୁ ନେଇ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏନେଇ ଭାଗୀରଥିଙ୍କ ଅଭିଯୋଗକ୍ରମେ ଶନିବାର ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ଅଭିଯୋଗ ମୁତାବକ, ଭାଗୀରଥି ବିଏସ୍‌ଏଫ୍‌ ଯବାନ ଭାବେ କଶ୍ମୀରଠାରେ କାର୍ଯ୍ୟରତ ଅଛନ୍ତି। ଗତ ୧୪ତାରିଖରେ ସେ ଛୁଟିରେ ଘରକୁ ଆସିଥିଲେ। ଶୁକ୍ରବାର ସକାଳେ ମଳିପଡାସ୍ଥିତ ଭଗବତୀ ମନ୍ଦିର ପରିସରରେ ଭାଗୀରଥି ସମସ୍ତ ସାଙ୍ଗସାଥିଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେଠାରେ ଅନ୍ୟ ଏକ ଗୋଷ୍ଠୀର ପ୍ରାୟ ୨୫ଜଣ ଭୋଜି କରୁଥିଲେ। ଦୁର୍ଗାପୁର, ତିରିମଲ୍ଲ, ଦଲକ, ପଲ୍ଲା, ଦଳେଇପୁଟ ଏବଂ ଅନ୍ୟ ଗ୍ରାମର ଯୁବକମାନେ ରହିଥିଲେ। ଖାଇବା ସମୟରେ ଯୁବକମାନେ ହୋହଲ୍ଲା କରିଥିଲେ। ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ ମୁହଁାମୁହିଁ ହୋଇଥିଲେ। ଏପରି କି ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ, ସରପଞ୍ଚଙ୍କ ଉପସ୍ଥିତିରେ ସମାଧାନ କରିବାକୁ ମଧ୍ୟ କହିଥିଲେ। ପରେ ଭୋଜି ସାରି ସମସ୍ତେ ଘରକୁ ଫେରିଥିଲେ। ତେବେ ରାତି ପ୍ରାୟ ୮ଟାରେ ମନ୍ଦିରରେ ବଚସା ହୋଇଥିବା ଯୁବକମାନଙ୍କ ମଧ୍ୟରୁ ୧୦ଜଣ ଖଣ୍ଡା, ଲୁହାରଡ, ମାରଣାସ୍ତ୍ର ଧରି ଭାଗୀରଥିଙ୍କ ଘର କବାଟକୁ ଗୋଇଠା ମାରି ଭାଙ୍ଗି ଭିତରକୁ ପଶିଥିଲେ। ଏହାପରେ ଯୁବକମାନେ ଭାଗୀରଥିଙ୍କୁ ଧକ୍କା ମାରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ। ମଦନମୋହନ ପ୍ରତିବାଦ କରିବାରୁ ଯୁବକମାନେ ମଧ୍ୟ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏପରିକି ଯୁବକମାନେ ଘରର ସମସ୍ତ ଆସବାବପତ୍ର ନଷ୍ଟ କରିବା ସହ ଝରକା, କବାଟକୁ ମାରଣାସ୍ତ୍ରରେ ହାଣିଥିଲେ। ବାଇକ୍‌କୁ ଖଣ୍ଡାରେ ହାଣିବା ସହ ଏୟାରକୁଲର, ଫ୍ୟାନ, ଚେୟାର ନଷ୍ଟ କରିଦେଇଥିଲେ। ଏହାପରେ ଯୁବକମାନେ ଘର ଭିତରେ ଗୋଟିଏ ଏବଂ ବାହାରେ ୩ଟି ବୋମା ମାଡ଼ କରି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri