ପାକିସ୍ତାନରେ ବଡ଼ ବିସ୍ଫୋରଣ

ଇସଲାମାବାଦ୍‌,୧୩।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବୋମା ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ସଂଖ୍ୟା ୧୩ରୁ ଅଧିକ ବୋଲି ଜଣାପଡିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଏହାର ଶବ୍ଦକୁ ବହୁ ଦୂରରୁ ଶୁଣିଥିଲେ ଏବଂ ଚାରିପାଖରେ ପାର୍କିଂ ହୋଇଥିବା ଗାଡିଗୁଡିକ ନଷ୍ଟ ହୋଇଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, କରାଚିର ସାଦର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣ ପରେ ଚାରିଆଡ଼େ ବିନାଶର ଚିତ୍ର ଦେଖାଯାଉଥିଲା। ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ଯେ ଏହି ବୋମାଟି ଡଷ୍ଟବିନ ପାଖରେ ରଖାଯାଇଥିବା ସାଇକେଲରେ ଲଗାଯାଇଥିଲା। ଏହି ବୋମା ବିସ୍ଫୋରଣରେ ପ୍ରାୟ ୨ କିଲୋଗ୍ରାମ ବିସ୍ଫୋରକ ଏବଂ ପ୍ରାୟ ଅଧା କିଲୋ ବଲ ବିୟରିଂ ବ୍ୟବହାର କରାଯାଇଥିଲା। କରାଚି ପୋଲିସ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ୟୁରୋପ ମଧ୍ୟରେ ବଢ଼ିଲା ଫାଟ…

ଓ୍ବାଶିଂଟନ,୪।୯: ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଯୋଗୁ ଆମେରିକା ଏବଂ ୟୁରୋପ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏଭଳି ପଦକ୍ଷେପକୁ ୟୁରୋପର...

ଅନଲାଇନ୍‌ ଗେମ୍‌ ଖେଳୁ ଖେଳୁ ଲିକ୍‌ ହେଲା ଚାଇନାର ଶକ୍ତିଶାଳୀ ଟ୍ୟାଙ୍କର ଗୁପ୍ତ ତଥ୍ୟ…

ବେଜିଂ, ୮।୬ : ଚାଇନାରେ ଅନଲାଇନ ଗେମ୍‌ ଖେଳିବାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ପସନ୍ଦ କରିଥାନ୍ତି। ବିଶେଷକରି ସାମରିକ ଯୁଦ୍ଧ...

ଗଞ୍ଜେଇ ରଖିବା ନୀତି ପରିବର୍ତ୍ତନ କଲା ଆମେରିକା

ଓ୍ବାଶିଂଟନ,୭।୧୦: ଗଞ୍ଜେଇ ରଖିବା ତଥା ବ୍ୟବହାର ନୀତିରେ ଆମେରିକା ବଡ଼ ପରିବର୍ତ୍ତନ କରିଛି। ଗଞ୍ଜେଇ ରଖିବା କିମ୍ବା ଖାଇବାରେ ଦୋଷୀ ସାବ୍ୟସ୍ତ ହଜାର ହଜାର ଲୋକଙ୍କୁ...

ମେୟରଙ୍କୁ ମୁକୁଳାଇବାକୁ ବିଶ୍ୱ ନେତାଙ୍କୁ ଅନୁରୋଧ କଲେ ଜେଲେନ୍‌ସ୍କି

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଅନେକ ଧନ ଜୀବନ ନଷ୍ଟ ହୋଇଥିବା ବେଳେ ରୁଷିଆର ଦବଦବା ଏବେ ୟୁକ୍ରେନ୍ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି ।...

ତ୍ରିରଙ୍ଗା ଦେଖି ଗୁଳି ଚଳାଇବା ବନ୍ଦ କରିଦେଉଛନ୍ତି ରୁଷିଆ-ୟୁକ୍ରେନ ସେନା

କ୍ୱିଭ୍‌,୨୮।୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଜୋରଦାର ଚାଲିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ବହୁତ କ୍ଷତି ହୋଇଛି।ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏଠାକୁ ଦୌଡୁଛନ୍ତି। ଏଭଳି...

‘ହିନ୍ଦୁ-ଶିଖ ସମ୍ପ୍ରଦାୟକୁ ବିଭାଜନ କରିବାକୁ ଚେଷ୍ଟା’, ଖଲିସ୍ତାନୀ ଆତଙ୍କବାଦୀଙ୍କୁ କଡା ଜବାବ ଦେଲେ ସାଂସଦ

ଓଟାଓ୍ବା,୨୧।୯: କାନାଡା ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ କାନାଡାର ଭାରତୀୟ ମୂଳବାସିନ୍ଦା ସାଂସଦ ଚନ୍ଦ୍ର ଆର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ମୌଳକବାଦୀ...

ଟ୍ୟୁମର ସେଲ୍‌ ନଷ୍ଟ କରିବ ସାଇଟୋଫୋନ୍‌

ଯନ୍ତ୍ରର ନାଁ ସାଇଟୋଫୋନ୍‌। ଆମେରିକାର ଅର୍କାନସାସ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ଶରୀରରେ ଟ୍ୟୁମର ସେଲ୍‌ ବ୍ୟାପିବାରେ ଏହା ବାଧା ଦେଉଛି। ଏମିତି କି...

ଉତ୍ତର କୋରିଆ ଜୁନରେ ଉତକ୍ଷେପଣ କରିବ ପ୍ରଥମ ସାମରିକ ଗୁପ୍ତଚର ଉପଗ୍ରହ

ପୋଙ୍ଗୟାଙ୍ଗ,୩୦।୫: ଉତ୍ତର କୋରିଆ ଜୁନରେ ପ୍ରଥମ ଗୁପ୍ତଚର ଉପଗ୍ରହ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସିର ସାମରିକ ମାମଲାର ପ୍ରଭାରି...

Advertisement
Archives

Model This Week