ନିଜ ପିଲାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ଏସବୁ ବଲିଉଡ୍‌ ତାରକା: କିଏ କରିଥିଲେ ଆତ୍ମହତ୍ୟା ତ କିଏ…

ବଲିଉଡ୍‌ ତାରକାଙ୍କ ବ୍ୟକ୍ତିଗତ ଜୀବନ ଦୂରରୁ ସୁନ୍ଦର ମନେହୁଏ ହେଲେ ବାସ୍ତବତା କିଛି ଭିନ୍ନ ଥାଏ। ସେଭଳି କିଛି କଳାକାରଙ୍କ ଜୀବନରେ ଏପରି କ୍ଷଣ ଆସିଛି ଯାହା ସବୁଦିନ ପାଇଁ ତାଙ୍କୁ ଦୁଃଖ ଦେଇ ଯାଇଛି। ଆଜି ଆମେ ଆପଣଙ୍କୁ ଏପରି କିଛି କଳାକାରଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ପିଲାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ।

ଅନୁରାଧା ପୌଡ଼ୁଆଲ:
ଭେଟେରାନ ଗାୟିକା ଅନୁରାଧା ପୌଡୁଆଲ ପୁଅଙ୍କ ମୃତ୍ୟୁରେ ଚକିତ ହୋଇଯାଇଥିଲେ। ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। କିଡନୀ ଜନିତ ସମସ୍ୟା ହେତୁ ତାଙ୍କ ପୁଅ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା।

କବୀର ବେଦୀ:
ଲୋକପ୍ରିୟ ଅଭିନେତା କବୀର ବେଦୀଙ୍କ ପୁଅ ମାତ୍ର ୨୫ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ। ତାଙ୍କ ପୁଅ ସିଦ୍ଧାର୍ଥ ମାନସିକ ରୋଗରେ ପୀଡିତ ଥିଲେ। କବୀର ପୁଅକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ।

ମେହମୁଦ:
ବଳିଷ୍ଠ ଅଭିନୟ ପାଇଁ ଜଣାଶୁଣା ଭେଟେରାନ କଳାକାର ମେହମୁଦଙ୍କୁ ମଧ୍ୟ ତାଙ୍କ ପୁଅର ମୃତ୍ୟୁର ଯନ୍ତ୍ରଣା ସହିବାକୁ ପଡିଥିଲା। ତାଙ୍କର ହଦ୍‌ଘାତ ହୋଇଥିଲା, ଯେଉଁ କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା।

ଶେଖର ସୁମନ:
ବଲିଉଡ ଅଭିନେତା ଶେଖର ସୁମନ ମଧ୍ୟ ପୁଅକୁ ହରାଇବାର ଯନ୍ତ୍ରଣା ଭୋଗିଛନ୍ତି। ସେ ତାଙ୍କର ୧୧ ବର୍ଷର ପୁଅକୁ ହରାଇଛନ୍ତି। ସେ ହୃଦୟ ଜନିତ ସମସ୍ୟାରେ ପୀଡିତ ଥିଲେ।

ଜଗଜିତ ସିଂହ:
ଭେଟେରାନ ଗଜଲ ଗାୟକ ଜଗଜିତ ସିଂ ୧୯୯୦ ଏକ ଦୁର୍ଘଟଣାରେ ପୁଅକୁ ହରାଇଥିଲେ। ତା’ପରେ ତାଙ୍କ ଝିଅ ୨୦୦୯ରେ ଆତ୍ମହତ୍ୟା କରିଥିଲେ। ଜଗଜିତ ସିଂ ଉଭୟ ଶିଶୁଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ।

ଆଶା ଭୋସଲେ:
ଗାୟକ ଆଶା ଭୋସଲେ ମଧ୍ୟ ଦୁଇଟି ସନ୍ତାନ ହରାଇଛନ୍ତି। ସେ ଦୁଇଥର ବିବାହ କରିଥିଲେ ଏବଂ ଏହି ବିବାହରୁ ତାଙ୍କର ତିନି ସନ୍ତାନ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି।

ମୌସୁମୀ ଚାଟାର୍ଜୀ:
ବିଗତ ଦିନର ସୁନ୍ଦରୀ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ମଧ୍ୟ ତାଙ୍କ ଝିଅର ମୃତ୍ୟୁକୁ ଗ୍ରହଣ କରିପାରି ନ ଥିଲେ। ୩୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା। ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri