ଫଟୋ ପାଇଁ ପ୍ରଶଂସା

ମୁମ୍ବାଇ: ଫଟୋ ଶୁଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ସେ କରିଥିବା ଲକ୍‌ଜୁରୀ କ୍ଲଥିଙ୍ଗ ବ୍ରାଣ୍ଡର ଫଟୋଶୁଟ୍‌ର ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ଦିଶା ଟାଇଗର ପ୍ରିଣ୍ଟର ଟପ୍‌ ପିନ୍ଧି ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଛି। ତେବେ ଦିଶାଙ୍କ ଏହି ଫଟୋ ୟୁଜର୍ସଙ୍କୁ ଖୁବ୍‌ ପସନ୍ଦ ଆସିଛି। ବିଶ୍ୱର ସବୁଠାରୁ ସୁନ୍ଦରୀ ଝିଅ ଲେଖି ଜଣେ ୟୁଜର୍ସ କମେଣ୍ଟ ଦେଇଥିବାବେଳେ ଆଉ ଜଣେ ଲେଖିଛନ୍ତି, ସୁନ୍ଦରୀ ବୋଲି କମେଣ୍ଟ କରିଛନ୍ତି। ତେବେ ଫଟୋ ପାଇଁ ଦିଶାଙ୍କୁ ପ୍ରଶଂସା କରିବାକୁ ଭୁଲିନାହାନ୍ତି ଟାଇଗର ଶ୍ରଫ୍‌ଙ୍କ ମା’ ଆୟେଶା ଏବଂ ଭଉଣୀ କ୍ର୍ରିଷ୍ଣା ଶ୍ରଫ୍‌। ବର୍ତ୍ତମାନ ଦିଶା ମଡେଲ ଆଲେକ୍‌ଜାଣ୍ଡର ଆଲେକ୍ସ ଇଲିକ୍‌ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବେ ଇଲିକ୍‌ ଦିଶାଙ୍କ ସହ ଆଉଟିଂର ଏକ ଫଟୋ ପୋଷ୍ଟ କରିଥିଲେ। ଇଲିକ୍‌ଙ୍କ ସହ ସମ୍ପର୍କକୁ ନେଇ ଦିଶା ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଫିଲ୍ମ ବାଗି-୨ରେ ଟାଇଗର ଓ ଦିଶା ଏକାଠି ନଜରକୁ ଆସିଥିଲେ। ନିକଟରେ ଦିଶାଙ୍କ ଅଭିନୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ୍‌’ ରେ ନଜରକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?