ଡ୍ରଗ୍ସ ମାମଲରେ ବଲିଉଡ୍‌ ଅଭିନେତା

ଡ୍ରଗ୍ସ ସହିତ ବଲିଉଡ୍‌ର ଇତିହାସ ଖୁବ ଲମ୍ବା। ବାରମ୍ବାର ବଲିଉଡ୍‌ର ଅନେକ ବ୍ୟକ୍ତି ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ନଜର ଆସିଛି । ଅନେକ ସେଲିବ୍ରିଟି ବିଭିନ୍ନ ପ୍ରକାରର ନିଶା ସେବନ କରନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ରିୟା ଚକ୍ରବର୍ତ୍ତୀ ସ୍ବୀକାର କରିଥିଲେ, ସୁଶାନ୍ତ ଗଞ୍ଜେଇ ଟାଣୁ ଥିଲେ। ପରବର୍ତ୍ତି ସମୟରେ ଗୋଟିଏ ପରେ ଗୋଟିଏ ବଲିଉଡ୍‌ ଅଭିନେତାଙ୍କ ଡ୍ରଗ୍ସ କାରବାରର ଗୁମର ଖୋଲିବାକୁ ଲାଗିଛି। ଅଗଷ୍ଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅର୍‌ମାନ କୋହଲିଙ୍କୁ ଗିରଫ କରିବା ଘଟଣା ନ ଯାଉଣୁୁ ଉପକୂଳରେ ଥିବା କର୍ଡେଲିଆ କ୍ରୁଜ ଏମ୍ପ୍ରେସ ଜାହାଜରେ ଡ୍ରଗ୍ସ ମାମଲାକୁ ନେଇ ଏନ୍‌ସିବି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିଛି। କେବେ, କିଏ ବଲିଉଡ୍‌ ଇତିହାସରେ ଡ୍ରଗ୍ସ କାରବାରରେ ଲିପ୍ତ ଥାଇ ଗିରଫ ହୋଇଛନ୍ତି କିଛି ସେଲିବ୍ରିଟିଙ୍କ ଉପରେ ନଜର ପକାଇବା।

ସଞ୍ଜୟ ଦତ୍ତ: ବଲିଉଡ୍‌ ଇତିହାସରେ ସର୍ବ ପ୍ରଥମେ ଅଭିନେତା ସଞ୍ଜୟ ଦତ୍ତ ଡ୍ରଗ କାରବାର ସହ ଜଡ଼ିତ ଥିଲେ। ଏକ ଶୋ’ରେ ସଞ୍ଜୟ କହିଥିଲେ, ସେ କଲେଜରେ ଡ୍ରଗ୍ସ ସେବନ କରିବା ଆରମ୍ଭ କରିଥିଲେ। ସେହି ନଅ ବର୍ଷ ତାଙ୍କୁ ନର୍କ ପରି ଅନୁଭବ ହୋଇଥିଲା। ପରେ ସଞ୍ଜୟ ଦତ୍ତ ଏହି ଅଭ୍ୟାସକୁ କାବୁ କରିବାକୁ ସ୍ଥିର କରିଥିଲେ। ବର୍ତ୍ତମାନ ୪ ଦଶନ୍ଧିରୁ ଅଧିକ ସମୟ ହେଲା ଡ୍ରଗ୍ସଠାରୁ ଦୂରରେ ରହିଛନ୍ତି।

ଫାର୍ଦିନ ଖାନ: ଭେଟେରାନ ଅଭିନେତା ଫିରୋଜ ଖାନ୍‌ଙ୍କ ପୁଅ ଫାର୍ଦିନ ଖାନ ଫିଦା, ନୋ ଏଣ୍ଟ୍ରି, ହେ ବେବି ଆଦି ଚଳଚ୍ଚିତ୍ରରେ କାମ କରି ବେଶ ପରିଚିତ ଥିଲେ। ପରବର୍ତ୍ତି ସମୟରେ ସେ ନିଶା ସେବନ କରି ୨୦୦୧ ମେ ୫ତାରିଖରେ ମୁମ୍ବାଇ ପୋଲିସ ଦ୍ବାରା ଗିରଫ ହୋଇଥିଲା। ଏହି ଅଭିନେତାଙ୍କ ଠାରୁ ୯ ଗ୍ରାମ କୋକେନ ଜବତ ହୋଇଥିଲା।

 

ମମତା କୁଲକର୍ନି: ୯୦ ଦଶକରେ ମମତା କୁଲକର୍ନି ବଲିଉଡର ଅନ୍ୟତମ ଲୋକପ୍ରିୟ ତାରକା ଥିଲେ। ୨୦୧୮ ଜୁନରେ ଥାନେ ପୋଲିସ, ଅଭିନେତ୍ରୀ ମମତାଙ୍କୁ ଭାରତର ସର୍ବବୃହତ ଡ୍ରଗ୍ସ ରାକେଟରେ ଅଭିଯୁକ୍ତ ବୋଲି ନାମିତ କରିଥିଲା। ଏପ୍ରିଲରେ ରେକର୍ଡ ହଲରେ ଥାନେ ପୋଲିସ ୨୦ ଟନ୍‌ ଏଫେଡ୍ରାଇନ ଜବତ କରିଥିଲା। ଏହାର ମୂଲ୍ୟ ୨,୦୦୦ କୋଟି ଟଙ୍କା ବୋଲି କୁହାଯାଇଥିଲା।

ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା: ଭାରତ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପଚରାଉଚୁରା କରିଥିଲା। ପରେ ତାଙ୍କ ଘରୁ ଡ୍ରଗ୍ସ ଜବତ କରି ଗିରଫ କରାଯାଇଥିଲା। ଉଭୟେ ଓଡ଼ିଶା କନ୍ଧମାଳ(ଗଞ୍ଜେଇ) ଖାଇଥିବା ସ୍ବାକାର କରିଥିଲେ। ଏନ୍‌ସିବି ସେମାନଙ୍କଠାରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା।

ଅରମାନ କୋହଲି: ଚଳିତ ବର୍ଷ ଅଗଷ୍ଟ ମାସରେ ଏନସିବି ମୁମ୍ବାଇ ଜୁହୁସ୍ଥିତ ଅର୍‌ମାନ କୋହଲିଙ୍କ ଘରେ ଚଢ଼ାଉ କରି ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ଏପରିକି ଘରୁ କିଛି ପରିମାଣର ଡ୍ରଗ୍ସ ମଧ୍ୟ ମିଳିଥିଲା। ଅରମାନ କୋହଲି ଜଣେ ପୂର୍ବତନ ବିଗ୍‌ ବସ ପ୍ରତିଯୋଗୀ ଯିଏକି ଜାନି ଦୁଷ୍ମନ ଏବଂ ପ୍ରେମ ରତନ ଧନ ପାୟୋ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଏହାଛଡା ଗତ ବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦ୍ୱାରା ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ନାକୁ ଆସିଥିଲା। ଯେଉଁଥିରେ ବଲିଉଡ୍‌ର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ପଚରାଉଚୁରା ବେଳେ ପ୍ରାୟ ୨୫ ବଲିଉଡ୍‌ ସେଲିବ୍ରିଟିଙ୍କ ନାମ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ, ସାରା ଅଲି ଖାନ୍‌, ରାହୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର ଭଳି ବଡ ନାମ ପ୍ରକାଶ ପାଇଲା। ରିୟା ଚକ୍ରବର୍ତ୍ତୀ ସ୍ବୀକାର କରିଛନ୍ତି ଯେ ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସର ବ୍ୟବସ୍ଥା କରିବାକୁ ତାଙ୍କ ଭାଇଙ୍କ ସହିତ ସମନ୍ବୟ ରଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri