ଡ୍ରଗ୍ସ ମାମଲରେ ବଲିଉଡ୍‌ ଅଭିନେତା

ଡ୍ରଗ୍ସ ସହିତ ବଲିଉଡ୍‌ର ଇତିହାସ ଖୁବ ଲମ୍ବା। ବାରମ୍ବାର ବଲିଉଡ୍‌ର ଅନେକ ବ୍ୟକ୍ତି ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ନଜର ଆସିଛି । ଅନେକ ସେଲିବ୍ରିଟି ବିଭିନ୍ନ ପ୍ରକାରର ନିଶା ସେବନ କରନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ରିୟା ଚକ୍ରବର୍ତ୍ତୀ ସ୍ବୀକାର କରିଥିଲେ, ସୁଶାନ୍ତ ଗଞ୍ଜେଇ ଟାଣୁ ଥିଲେ। ପରବର୍ତ୍ତି ସମୟରେ ଗୋଟିଏ ପରେ ଗୋଟିଏ ବଲିଉଡ୍‌ ଅଭିନେତାଙ୍କ ଡ୍ରଗ୍ସ କାରବାରର ଗୁମର ଖୋଲିବାକୁ ଲାଗିଛି। ଅଗଷ୍ଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅର୍‌ମାନ କୋହଲିଙ୍କୁ ଗିରଫ କରିବା ଘଟଣା ନ ଯାଉଣୁୁ ଉପକୂଳରେ ଥିବା କର୍ଡେଲିଆ କ୍ରୁଜ ଏମ୍ପ୍ରେସ ଜାହାଜରେ ଡ୍ରଗ୍ସ ମାମଲାକୁ ନେଇ ଏନ୍‌ସିବି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିଛି। କେବେ, କିଏ ବଲିଉଡ୍‌ ଇତିହାସରେ ଡ୍ରଗ୍ସ କାରବାରରେ ଲିପ୍ତ ଥାଇ ଗିରଫ ହୋଇଛନ୍ତି କିଛି ସେଲିବ୍ରିଟିଙ୍କ ଉପରେ ନଜର ପକାଇବା।

ସଞ୍ଜୟ ଦତ୍ତ: ବଲିଉଡ୍‌ ଇତିହାସରେ ସର୍ବ ପ୍ରଥମେ ଅଭିନେତା ସଞ୍ଜୟ ଦତ୍ତ ଡ୍ରଗ କାରବାର ସହ ଜଡ଼ିତ ଥିଲେ। ଏକ ଶୋ’ରେ ସଞ୍ଜୟ କହିଥିଲେ, ସେ କଲେଜରେ ଡ୍ରଗ୍ସ ସେବନ କରିବା ଆରମ୍ଭ କରିଥିଲେ। ସେହି ନଅ ବର୍ଷ ତାଙ୍କୁ ନର୍କ ପରି ଅନୁଭବ ହୋଇଥିଲା। ପରେ ସଞ୍ଜୟ ଦତ୍ତ ଏହି ଅଭ୍ୟାସକୁ କାବୁ କରିବାକୁ ସ୍ଥିର କରିଥିଲେ। ବର୍ତ୍ତମାନ ୪ ଦଶନ୍ଧିରୁ ଅଧିକ ସମୟ ହେଲା ଡ୍ରଗ୍ସଠାରୁ ଦୂରରେ ରହିଛନ୍ତି।

ଫାର୍ଦିନ ଖାନ: ଭେଟେରାନ ଅଭିନେତା ଫିରୋଜ ଖାନ୍‌ଙ୍କ ପୁଅ ଫାର୍ଦିନ ଖାନ ଫିଦା, ନୋ ଏଣ୍ଟ୍ରି, ହେ ବେବି ଆଦି ଚଳଚ୍ଚିତ୍ରରେ କାମ କରି ବେଶ ପରିଚିତ ଥିଲେ। ପରବର୍ତ୍ତି ସମୟରେ ସେ ନିଶା ସେବନ କରି ୨୦୦୧ ମେ ୫ତାରିଖରେ ମୁମ୍ବାଇ ପୋଲିସ ଦ୍ବାରା ଗିରଫ ହୋଇଥିଲା। ଏହି ଅଭିନେତାଙ୍କ ଠାରୁ ୯ ଗ୍ରାମ କୋକେନ ଜବତ ହୋଇଥିଲା।

 

ମମତା କୁଲକର୍ନି: ୯୦ ଦଶକରେ ମମତା କୁଲକର୍ନି ବଲିଉଡର ଅନ୍ୟତମ ଲୋକପ୍ରିୟ ତାରକା ଥିଲେ। ୨୦୧୮ ଜୁନରେ ଥାନେ ପୋଲିସ, ଅଭିନେତ୍ରୀ ମମତାଙ୍କୁ ଭାରତର ସର୍ବବୃହତ ଡ୍ରଗ୍ସ ରାକେଟରେ ଅଭିଯୁକ୍ତ ବୋଲି ନାମିତ କରିଥିଲା। ଏପ୍ରିଲରେ ରେକର୍ଡ ହଲରେ ଥାନେ ପୋଲିସ ୨୦ ଟନ୍‌ ଏଫେଡ୍ରାଇନ ଜବତ କରିଥିଲା। ଏହାର ମୂଲ୍ୟ ୨,୦୦୦ କୋଟି ଟଙ୍କା ବୋଲି କୁହାଯାଇଥିଲା।

ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା: ଭାରତ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପଚରାଉଚୁରା କରିଥିଲା। ପରେ ତାଙ୍କ ଘରୁ ଡ୍ରଗ୍ସ ଜବତ କରି ଗିରଫ କରାଯାଇଥିଲା। ଉଭୟେ ଓଡ଼ିଶା କନ୍ଧମାଳ(ଗଞ୍ଜେଇ) ଖାଇଥିବା ସ୍ବାକାର କରିଥିଲେ। ଏନ୍‌ସିବି ସେମାନଙ୍କଠାରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା।

ଅରମାନ କୋହଲି: ଚଳିତ ବର୍ଷ ଅଗଷ୍ଟ ମାସରେ ଏନସିବି ମୁମ୍ବାଇ ଜୁହୁସ୍ଥିତ ଅର୍‌ମାନ କୋହଲିଙ୍କ ଘରେ ଚଢ଼ାଉ କରି ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ଏପରିକି ଘରୁ କିଛି ପରିମାଣର ଡ୍ରଗ୍ସ ମଧ୍ୟ ମିଳିଥିଲା। ଅରମାନ କୋହଲି ଜଣେ ପୂର୍ବତନ ବିଗ୍‌ ବସ ପ୍ରତିଯୋଗୀ ଯିଏକି ଜାନି ଦୁଷ୍ମନ ଏବଂ ପ୍ରେମ ରତନ ଧନ ପାୟୋ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଏହାଛଡା ଗତ ବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦ୍ୱାରା ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ନାକୁ ଆସିଥିଲା। ଯେଉଁଥିରେ ବଲିଉଡ୍‌ର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ପଚରାଉଚୁରା ବେଳେ ପ୍ରାୟ ୨୫ ବଲିଉଡ୍‌ ସେଲିବ୍ରିଟିଙ୍କ ନାମ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ, ସାରା ଅଲି ଖାନ୍‌, ରାହୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର ଭଳି ବଡ ନାମ ପ୍ରକାଶ ପାଇଲା। ରିୟା ଚକ୍ରବର୍ତ୍ତୀ ସ୍ବୀକାର କରିଛନ୍ତି ଯେ ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସର ବ୍ୟବସ୍ଥା କରିବାକୁ ତାଙ୍କ ଭାଇଙ୍କ ସହିତ ସମନ୍ବୟ ରଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri