ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା

ସୋନପୁର,୭ା୩(ନି.ପ୍ର.): ସୋନପୁର ଜିଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ ବରଯାତ୍ରୀ ଦଳ ଯାଉଥିବା ବେଳେ ଗଛରେ ପିଟି ହୋଇଯାଇଥିଲା। ଫଳରେ ୨ ଜଣଙ୍କ ଜୀବନ ଯାଇଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ବାହାଘର ସାରି ବୋଲେରୋରେ ବରଯାତ୍ରୀ ଗାଡ଼ି ଫେରୁଥିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଗଛରେ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବରଗଡ଼ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ମାଡ଼ ହେଲା ୧୪୦ ମିଶାଇଲ

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପାଇଁ ପ୍ରତ୍ୟେକ ଆଶା ବାରମ୍ବାର ଧୂଆଁରେ ଉଠୁଥିବା ପରି ମନେ ହେଉଛି। କୌଣସି ଚୁକ୍ତି ଚୂଡ଼ାନ୍ତ ହେବା ପୂର୍ବରୁ,…

ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ: ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨।୭: ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦୁଝର ଜିଲାର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ଅକାଳ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ…

Crude Oil Price : ହର୍ମୁଜ ବନ୍ଦ, ଇରାନ ଉପରେ ଆମେରିକାର ଆକ୍ରମଣ ଆରମ୍ଭ ଅଶୋଧିତ ତୈଳ ମୂଲ୍ୟ ଉପରେ କ’ଣ ପଡ଼ିଲା ପ୍ରଭାବ? ଜାଣନ୍ତୁ…

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ଅଶୋଧିତ ତୈଳ ବଜାରରେ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି। ଇରାନ ଉପରେ ଆମେରିକାର ଆକ୍ରମଣ…

ଟ୍ରେନରୁ ଖସି ଯୁବକ ଗୁରୁତର: ଦେବଦୂତ ସାଜି ଉଦ୍ଧାର କଲେ ସ୍ୱାମୀ-ସ୍ତ୍ରୀ

ଛତ୍ରପୁର ୧୨।୭(ଦିଲ୍ଲୀପି ସାମଲ): ଚଳନ୍ତା ଟ୍ରେନରୁ ଗୋଡ଼ ଖସିଯିବା ଫଳରେ ଜଣେ ଯୁବକ ରେଳ ଧାରଣା କଡ଼କୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ପୋଡାପଦର ରେଳ…

ତାଜ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ତଦନ୍ତ ଆରମ୍ଭ କରିଛି ପୋଲିସ

ମୁମ୍ବାଇ,୧୨।୭: ମୁମ୍ବାଇର ତାଜ ହୋଟେଲକୁ ଉଡାଇ ଦେବାକୁ ବୋମା ଧମକ ଦିଆଯାଇଛି। ରବିବାର (୧୨ ଜୁଲାଇ) ମଧ୍ୟରାତ୍ରିରେ କଣ୍ଟ୍ରୋଲ ରୁମକୁ ଏହି ହୋଟେଲ ସମ୍ପର୍କରେ ବୋମା ଧମକ…

ଛାତରୁ ଖସି ପଡ଼ିଲେ ଯୁବକ

ଛତ୍ରପୁର, ୧୧।୭ (ଦିଲ୍ଲୀପ ସାମଲ): ନିଜ ଘରର ଛାତ ଉପରେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ…

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri