କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ

ବଲାଙ୍ଗିର,୯।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ବିପୁଳ ପରିମାଣର ତେଲ ଟିଣକୁ କଣ୍ଟାବାଞ୍ଜି ପୋଲିସ ରବିବାର ଚଢ଼ାଉ କରି ଜବତ କରିଛି।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜି ଅଞ୍ଚଳରୁ ପ୍ରାୟ ୧୫୦ ତେଲ ଟିଣ ଡବା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତ ରାତିରେ କଣ୍ଟାବାଞ୍ଜି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦେଓଗାଁ ବ୍ଲକ୍ ଡୁମେରପିଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା, ଯେଉଁଠାରେ ଚୋରି ତେଲ ଟିଣଗୁଡ଼ିକୁ ଲୁଚାଇ ରଖାଯାଇଥିଲା। ପୋଲିସ୍ ଚୋରି ହୋଇଥିବା ସମସ୍ତ ୧୫୦ ଟି ତେଲ ଟିଣ ଡବା ସହ ସେହି ଗାଡ଼ିକୁ ମଧ୍ୟ ଜବତ କରିଛି।

ଜବତ ସାମଗ୍ରୀ ଓ ଗାଡ଼ିକୁ କଣ୍ଟାବାଞ୍ଜି ଥାନାକୁ ଅଣାଯାଇ ତଦନ୍ତ ଜାରି ରହିଛି। ତେବେ ଏହି ତେଲ ଚୋରି ମାମଲାରେ କେତେଜଣଙ୍କୁ ଗିରଫ କରାଯାଇଛି, ସେ ସମ୍ପର୍କରେ ପୋଲିସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଡୁମେରପିଟାରୁ ଚୋରି ତେଲ ଟିଣ ଧରାପଡ଼ିବା ପରେ ଏବେ ଏହା ଅସଲି ତେଲ ନା ନକଲି ତେଲ ତାକୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଚାଲିଛି। କଣ୍ଟାବାଞ୍ଜି ଅଞ୍ଚଳର ଜଣେ ବ୍ୟବସାୟୀ ଲୋକାଲ୍ ବ୍ରାଣ୍ଡର ନକଲି ତେଲ ତିଆରି କରି ବିନା କାଗଜପତ୍ରରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିବହନ କରୁଥିବା ନେଇ ଆଲୋଚନା ହେଉଛି। ପୋଲିସ୍ ଏହି ଦିଗରେ ଅଧିକ ଖୋଳତାଡ଼ କଲେ ନକଲି ତେଲ ବ୍ୟବସାୟର ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକଙ୍କ ଅବସ୍ଥା ନେଇ ଆଲୋଚନା

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର…

ମନମୁଖୀ କରାଯାଉଛି କର୍ମଚାରୀ ଛଟେଇ: ଟିପିଡବ୍ଲ୍ୟୁଓଡିଏଲ ବିରୋଧରେ ବିକ୍ଷୋଭ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ଟିପିଡବ୍ଲ୍ୟୁଓଡିଏଲର ମନମୁଖୀ ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଲୋଇସିଂହା ବିଦ୍ୟୁୁତ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନର…

ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ: ପୁଣି ଜୋର୍‌ ଧରିଲା ଉଚ୍ଛେଦ ଦାବି

ବରଗଡ,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ପୁଣି ତେଜି ଉଠିଛି। ଏହି ଦାବି ନେଇ ବରଗଡ଼…

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର କାନ୍ଥ, କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଦାବି

କଲ୍ୟାଣସିଂହପୁର,୧ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ଜଗନ୍ନାଥ କଲୋନୀରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଘର…

କାଳବୈଶାଖୀର ଭୀଷଣ ତାଣ୍ଡବ: ତପ୍ତପାଣିରେ ଘର ଉପରେ ପଡ଼ିଗଲା ଗଛ, ଭିତରେ ଶୋଇଥିଲେ ପରିବାର

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ ଟାରୁ ଭୋର ୪…

୪ ଦୁର୍ଗମ ଗ୍ରାମର ୫୯ ଜଣଙ୍କୁ ମିଳିବ ଜନ୍ମ ପ୍ରମାଣପତ୍ର

ଗୁଡାରି , ୧।୫ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡାରି ତହସିଲଦାର ଏ. ସ୍ନେହଲତାଙ୍କ ନେତୃତ୍ୱରେ କାର୍ଯ୍ୟାଳୟର ଏକ ଟିମ୍‌ ବ୍ଲକର ଦୁର୍ଗମ ଅଞ୍ଚଳ…

୪ ସାଙ୍ଗ ମିଶି ଦୁଇ ବାଇକ୍‌ରେ ଯାଉଥିଲେ, ବାଟରେ ଛକିଥିଲା ଯମ, ଚାଲିଗଲା ୨ ଜୀବନ

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ସୋରଡ଼ା ମୁଖ୍ୟ ରାସ୍ତାର କାଳିଆଗୁଡ଼ା ନିକଟରେ ଗୁରୁବାର ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକଙ୍କ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri