ବୋକୋ ହାରାମ ଆତଙ୍କବାଦୀଙ୍କ ନିର୍ଯାତନା: ଦିନରେ ୨ ଥର ମାଡ଼,ଥରେ ଖାଦ୍ୟ

ଆବୁଜା,୧୯।୧୨: ନାଇଜେରିଆର ସେକେଣ୍ଡାରୀ ସ୍କୁଲରୁ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୩୪୪ ଶିକ୍ଷାର୍ଥୀ ଏବେ ଘରକୁ ଫେରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦେଇଥିବା ନିର୍ଯାତନ ସମ୍ପର୍କରେ ଅପହୃତ ଶିକ୍ଷାର୍ଥୀମାନେ ପ୍ରକାଶ କରିଛନ୍ତିି। ସେମାନଙ୍କ ଦିନରେ ୨ ଥର ପିଟା ଯିବା ସହିତ ଥରେ ଖାଇବାକୁ ଦିଆଯାଉଥିଲା। ଉତ୍ତରପଶ୍ଚିମ ନାଇଜେରିଆରେ ଥିବା କାଟସିନା ରାଜ୍ୟର କାନକାରାସ୍ଥିତ ସରକାରୀ ସାଇନ୍ସ ସେକେଣ୍ଡାରୀ ସ୍କୁଲରେ ଏଭଳି ଘଟଣା ଘଟିବା ପରେ ରାଷ୍ଟ୍ରପତି ମହମ୍ମଦ ବୁହାରିଙ୍କ ଉପରେ ଶିକ୍ଷାର୍ଥୀମାନଙ୍କୁ ମୁକ୍ତ କରିବା ଲାଗି ଚାପ ପଡ଼ିଥିଲା। ଅପହୃତ ଶିକ୍ଷାର୍ଥୀଙ୍କ ଉପରେ ବୋକୋ ହାରାମ ଆତଙ୍କବାଦୀ ଏଭଳି ଦୟନୀୟ ନିର୍ଯାତନା ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ୨୦୧୪ ଏପ୍ରିଲ୍‌ରେ ବୋକୋ ହାରାମ ଆତଙ୍କବାଦୀ ସଂଗଠନ ପକ୍ଷରୁ ବୋର୍ନୋ ରାଜ୍ୟର ଚିବୋକ୍‌ ସ୍ଥିତ ସେକେଣ୍ଡାରୀ ସ୍କୁଲରୁ ୨୭୦ ଜଣ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା। ସେହିପରି ୨୦୧୪ ଫେବୃୟାରୀରେ ୫୯ ସ୍କୁଲ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲ ନିକଟରେ ବିସ୍ଫୋରଣ: ୩ ମୃତ, ୮ ଆହତ

ଇସଲାମାବାଦ,୨୧।୭: ପାକିସ୍ତାନର ଡେରା ଇସମେଲ ଖାଁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟ୍ରମା ସେଣ୍ଟରରେ ରବିବାର ହୋଇଥିବା ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ ଜଣଙ୍କ...

ମୋଦିଙ୍କ ପାଇଁ ହ୍ୟୁଷ୍ଟନରେ ସ୍ବତନ୍ତ୍ର ‘ନମୋ ଥାଳି’

ଓ୍ବାଶିଂଟନ,୨୨।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ରହଣୀ ସମୟରେ ମୂଳ ଭାରତୀୟ...

ପାକିସ୍ତାନ ସଡ଼କ ଦୁର୍ଘଟଣା: ୧୩ ମୃତ ୫ ଗୁରୁତର

କରାଚି,୨୭ ।୯: ପାକିସ୍ତାନରେ ହାଇଦ୍ରାବାଦରୁ କରାଚି ଆସୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହେବାସହ ୫ ଜଣ ଗୁରୁତର...

ଇରାକ୍‌-ସିରିଆରେ ଅଛନ୍ତି ୧୮ ହଜାର ଆଇଏସ୍‌ ଆତଙ୍କବାଦୀ: ଆମେରିକା

ଓ୍ବାଶିଂଟନ,୭।୮: ଇରାକ୍‌-ସିରିଆରେ ୧୮ ହଜାର ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ରହିଥିବା ଆମେରିକା କହିଛି। ସେମାନଙ୍କ ମଧ୍ୟରେ ୩ ହଜାର ବିଦେଶୀ ଆତଙ୍କବାଦୀ ମଧ୍ୟ ରହିଛନ୍ତି ବୋଲି...

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଲାହୋର,୨ା୭ (ପି.ଟି.): ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ସୋମବାର ଗିରଫ କରାଯାଇଛି। ଜର୍ଦ୍ଦାରୀ...

ଅର୍ଥନୀତିରେ ନୋବେଲ

ଷ୍ଟକହୋମ,୧୪।୧୦: ଅର୍ଥନୀତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୧୯ର ନୋବେଲ ବିଜେତାଙ୍କନାମ ଘୋଷଣା କରାଯାଇଛି। ଏହି ୩ ଜଣ ନୋବେଲ ବିଜେତାଙ୍କ ମଧ୍ୟରେ ଜଣେ ଭାରତୀୟ...

‘ବହୁ ଆଗରୁ କରିବାର ଥିଲା’

ଓ୍ବାଶିଂଟନ,୪ା୧: ଜେନେରାଲ କାସିମ ସୋଲେମାନି ଦୀର୍ଘ ସମୟ ଧରି ହଜାର ହଜାର ଆମେରିକୀୟଙ୍କୁ ହତ୍ୟା କିମ୍ବା ରକ୍ତାକ୍ତ କରିବାରେ ଲାଗିଥିଲେ। ଏହାସହ ସେ ଆହୁରି ଅନେକଙ୍କୁ...

ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ତ୍ୱରିତ ପଦକ୍ଷେପ ନେବାକୁ ଆଇଏମ୍‌ଏଫ୍‌ର ପରାମର୍ଶ

ଓ୍ବାଶିଂଟନ,୨୫ା୧୨:ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱ...

Advertisement


Archives

Model This Week

Why Dharitri