କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କଟକ,୧୫ା୬(କାର୍ତ୍ତିକ ସାହୁ): କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ପାଲାମଣ୍ଡପ ଅଞ୍ଚଳର ବିଶ୍ୱଜିତ୍‌ ପଲେଇ(୨୧)।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ  ବିଶ୍ୱଜିତ୍‌ ଅନ୍ୟ ଦୁଇ ସାଙ୍ଗଙ୍କ ସହ ବାଇକ୍‌ରେ ନରାଜ ଆଡ଼େ ବୁଲିବାକୁ ଯାଇଥିଲେ। ଫେରିବା ସମୟରେ ସିଡିଏ ସେକ୍ଟର-୭ ବାଲିଘାଟ ନିକଟରେ ସେମାନେ ଅଟକିଥିଲେ। ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ତିନି ଜଣଯାକ କାଠଯୋଡ଼ି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ପାଣି ନଥିବାରୁ ସେମାନେ ବହୁ ଦୂର ଚାଲିଚାଲି ଯାଇଥିଲେ। ତେବେ ନଦୀର ଏକ ଗଭୀର ସ୍ଥାନରେ ସେମାନେ ଗାଧୋଉଥିବା ବେଳେ ବିଶ୍ୱଜିତ୍‌ ଗୋଡ଼ ଖସିଯିବାରୁ ସେ ବୁଡ଼ି ଯାଇଥିଲେ।

ଅନ୍ୟ ଦୁଇ ସାଙ୍ଗ ବିଶ୍ୱଜିତ୍‌ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ସେମାନେ ଏ ସଂକ୍ରାନ୍ତରେ ପୋଲିସ ଓ ଦମକଳବାହିନୀକୁ ସହାୟତା ପାଇଁ ସୂଚନା ଦେଇଥିଲେ। ବିଡ଼ାନାସୀ ଦମକଳ ବାହିନୀ ଘଟଣାସ୍ଥଳରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ପହଞ୍ଚି ନଦୀ ମଧ୍ୟରେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲା। ତେବେ ରାତି ହୋଇଯାଇଥିବାରୁ ଖୋଜା ବନ୍ଦ ରଖାଯାଇଥିଲା। ଦମକଳ ବାହିନୀ କର୍ମଚାରୀମାନେ ଶନିବାର ସକାଳୁ ପୁଣି ନଦୀ ମଧ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ମୃତଦେହ ଉଦ୍ଧାର ହେବା ପରେ ଏସ୍‌ସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ମର୍କତନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଫାଇନାଲରେ ଭାରତ-ପାକିସ୍ତାନ ମହାଲଢ଼େଇ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୧୪ ତାରିଖରେ ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମହାମୁକାବିଲାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଗ୍ରୁପ ପର୍ଯ୍ୟାୟରେ…

ହୃଦୟ ଜିତିଲେ ସଞ୍ଜୁ ସାମସନ, ଅସହାୟ ପରିବାର ପାଇଁ ଦେବଦୂତ ସାଜି କଲେ ଏମିତି କାମ, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୧୪।୧୧: ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କ ଚାରିଟେବଲ ଫାଉଣ୍ଡେସନର ସହାୟତାରେ ଶେଷରେ କେରଳର ଏକ ପରିବାରକୁ ୧୦ ବର୍ଷ ପରେ ନିଜ ଘରର ଚାବି ମିଳିଛି। ପ୍ରାୟ…

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ରୋହିତ-ବିରାଟଙ୍କ ପାଖରେ ଶେଷ ସୁଯୋଗ! ବଡ଼ ପ୍ରଦର୍ଶନ ପାଇଁ ଚାପରେ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ନଭେମ୍ବର ୧୩ ତାରିଖ ଅତ୍ୟନ୍ତ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ୨-୦ରେ ଆଗୁଆ…

ଦିଗପହଣ୍ଡି ବ୍ଲକ ପାଇଁ ଗୌରବ ଆଣିଲେ ଶ୍ରୁତିଲେଖା ଓ ବିଜୟଲକ୍ଷ୍ମୀ: ଜିଲାସ୍ତରୀୟ ପ୍ରତିଯୋଗିତାରେ ହାସଲ କଲେ ଶ୍ରେଷ୍ଠତ୍ୱ

ଦିଗପହଣ୍ଡି,୧୩|୧୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ବ୍ରହ୍ମପୁର ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମପଞ୍ଚାୟତ’ ଅଭିଯାନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକର…

ଲାଞ୍ଜିଗଡ଼ରେ ମଧୁବାବୁ ପେନ୍‌ସନ୍ ଯୋଜନା: ୪ଟି ପଞ୍ଚାୟତର ୧୬୯ ନୂତନ ହିତାଧିକାରୀଙ୍କୁ ମିଳିଲା ଦୁଇ ମାସର ଭତ୍ତା

ଲାଞ୍ଜିଗଡ଼,୧୩/୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ଦିନ ଏକୀକୃତ ପେନ୍‌ସନ୍ ପରିଚାଳନା (UPMP) ପୋର୍ଟାଲ ଜରିଆରେ ବ୍ଲକସ୍ତରୀୟ ମଧୁବାବୁ ପେନ୍‌ସନ୍…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?