ଗାଁ ଛକ ନିକଟରେ ପଡ଼ିଛି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଡେରାବିଶ, ୮।୬ (ବୈବର୍ତ୍ତ ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର କର୍ମଚାରୀ ଶଶି ଶେଖର ପଣ୍ଡା (୫୦)।

ସୂଚନା ଅନୁଯାୟୀ, ସୋମବାର ସକାଳେ ଗ୍ରାମ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଡେରାବିଶ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ନିକଟରେ ପଡ଼ିଥିବା ଏକ ବାଇକ୍ (ଓଆର-୨୧-ସି-୩୬୧୦) ଏବଂ ଏକ ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରିଛି। ମୃତକଙ୍କ ସାର୍ଟ ପକେଟରୁ ମିଳିଥିବା ପରିଚୟପତ୍ର ଆଧାରରେ ସେ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର କର୍ମଚାରୀ ଶଶି ଶେଖର ପଣ୍ଡା ବୋଲି ଚିହ୍ନଟ କରାଯାଇଥିଲା।

ପରେ ଅଗ୍ନିଶମ ବିଭାଗର ଗାଡ଼ି ସହାୟତାରେ ମୃତଦେହକୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କ ନିକଟକୁ ହସ୍ତାନ୍ତର କରାଯାଇଛି।

ତେବେ କେଉଁ ପରିସ୍ଥିତିରେ ଏବଂ କିପରି ଶଶି ଶେଖର ପଣ୍ଡାଙ୍କ ମୃତ୍ୟୁ ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ଏକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଲ ମଝିରୁ ମିଳିଲା ବିବାହିତ ଯୁବକଙ୍କ ମୃତଦେହ: ମୁତ୍ୟୁକୁ ନେଇ ବଢିଲା ସନ୍ଦେହ

ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟଭା ସରୁଆ ଗାଁ ବିଲ ମଝିରୁ ସୋମବାର ଜଣେ ବିବାହିତ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତଦେହ…

ଚର୍ଚ୍ଚାରେ ୨ ନର୍ସିଂ ଛାତ୍ର: ଅପରିଚିତ ରୋଗୀଙ୍କୁ ବଢାଇଲେ ସହାୟତାର ହାତ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ): ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ଯୋଗୁ ଦିନକୁ ଦିନ ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରରେ ରକ୍ତ ଅଭାବ ଦେଖାଦେଉଛି। ଏହାର ପ୍ରଭାବରେ ବେଳେ ବେଳେ ରୋଗୀ…

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ରେ ସୋମବାର ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀର ତାଣ୍ଡବ ପ୍ରଭାବରେ…

ରଜକ ସମାଜ ନୂତନ କର୍ମକର୍ତ୍ତା ଚୟନ: ରାଧାମୋହନ-କହ୍ନେଇଙ୍କୁ ବଡ଼ ଦାୟିତ୍ୱ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଯୋଗୀମାରୀ ଠାରେ ରଜକ ସମାଜ ଉପରଅଣଗିରୀ ମୁଠାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସୋମବାର ଅନୁଷ୍ଠିତ ହୋଇଯାଇଛି।…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍‌ରୁ ମିଳିଲା ଏତେ ପରିମାଣର… ଦେଖିକି ଭିଜିଲାନ୍ସ ତାଜୁବ

ବାଲିଗୁଡା, ୮।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବେକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକରକୁ ଓଡ଼ିଶା…

ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଗୁରୁତର

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ବାଉଁଶୁଳି–ଉଖୁଣ୍ଡା ରାସ୍ତାର ଭଅଁରପୁର ନିକଟରେ ସୋମବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ‘ସାହୁ’ ନାମକ ଏକ…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri