Posted inଜାତୀୟ

ବଦାନତା ଦେଖାଇଲା ଭାରତ: ପାକିସ୍ତାନକୁ ପଠାଇଲା ମୃତଦେହ

ଶ୍ରୀନଗର,୫।୯: ଫିଦାୟିନ ଆକ୍ରମଣକାରୀ ତବାରକ ହୁସୈନ୍‌ଙ୍କ ମୃତଦେହ ପାକିସ୍ତାନକୁ ହସ୍ତାନ୍ତର କର ନିଜର ବଦାନତା ଦେଖାଇଛି ଭାରତ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୬ମିନିଟ୍‌ରେ ହୁସୈନଙ୍କ ମୃତଦେହକୁ ପାକିସ୍ତାନୀ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଡକ୍ଟର ମନମିତ କୌର କହିଛନ୍ତି। ଶନିବାର ରାଜୌରୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ହୃଦ୍‌ଘାତରେ ହୁସୈନଙ୍କ ପରଲୋକ ଘଟିଥିଲା। ଜମ୍ମୁ-କଶ୍ମୀରର ରାଜୌରୀର ନୌଶେରା ସେକ୍ଟରରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ହୁସୈନ ଧରାପଡ଼ିଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୨୧ରେ ପିଓକେରେ ଫିଦାୟିନ୍‌ ଆତ୍ମଘାତୀ ବିସ୍ଫୋରଣକାରୀ ତବାରାକ ହୁସୈନ ଏଲ୍‌ଓସି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡିଥିଲେ। ଏହି ସମୟରେ ତାଙ୍କର ଗୋଡ ଓ କାନ୍ଧରେ ଗୁଳି ବାଜିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ରାଜୌରୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ଛୋଟପିଲାଙ୍କ ପାଇଁ ମାର୍ଗଦର୍ଶିକା ଜାରି: ରେମଡେସିଭିର ବ୍ୟବହାର ମନା…

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା...

ଶାହଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ସେ ଶାହାଙ୍କୁ ଭେଟିବା ଅବସରରେ ତେଲେଙ୍ଗାରରେ ବାକିଥିବା କିଛି...

ସ୍ମୃତି ଇରାନିଙ୍କ ଚପଲକୁ ନେଇ କମେଣ୍ଟ କଲେ ଯୁଜର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ସୋସିଆଲ ମିଡିଆରେ ନିଜର ହ୍ୟୁମର ବା ମଜାଳିଆ କଥାକୁ ନେଇ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ଏମିତିକି...

ବିରସା ମୁଣ୍ଡା ଜେଲ ପହଞ୍ଚିବା ପରେ ବେହୋସ ହୋଇଗଲେ ଆଇଏଏସ ପୂଜା ସିଂଘଲ

ରାଞ୍ଚି,୧୨ ।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮ କୋଟି ମନରେଗା ଘୋଟାଲା ମାମଲାରେ ଆଇଏଏସ ପୂଜା ସିଂଘଲଙ୍କୁ ଗିରଫ କରିଛି । ସେ ଗୁରୁବାରଠାରୁ ୫ ଦିନିଆ...

୪ଶହରୁ ୫ ଶହ ଟଙ୍କା ହେଲା ବାର୍ଦ୍ଧକ୍ୟ ଭତ୍ତା

ଲକ୍ଷ୍ନୌ,୧୧।୬: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ବୃଦ୍ଧାବସ୍ଥାରେ ମିଳୁଥିବା ଭତ୍ତାର ପରିମାଣକୁ...

କୃଷକ ମୃତ୍ୟୁକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୧୮ ।୧୨: କଗ୍ରେସ ନେତା ରାହୁଲ ଗାନ୍ଧୀ କୃଷକ ଆନ୍ଦୋଳନକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗଣମାଧ୍ୟମର ଏକ ରିପୋର୍ଟର ଦାବି ଅନୁଯାୟୀ...

ଅଣ୍ଡା ଭାଗ ନ ଛିଡ଼ିବାରୁ ଥାନାରେ ପହଞ୍ଚିଲେ ଦମ୍ପତି, ପୂରା ମାମଲା ଜାଣିଲେ…

ମୁମ୍ବାଇ,୬।୨: ସାମାନ୍ୟ ଅଣ୍ଡା ପାଇଁ ସ୍ତ୍ରୀ-ସ୍ବାମୀଙ୍କ କଳି ଯାଇ ଥାନାରେ ପହଞ୍ଚିବା ଯେତିକି ହାସ୍ୟାସ୍ପଦ ସେତିକି ଚର୍ଚ୍ଚାର ବିଷୟ ମଧ୍ୟ। ମହାରାଷ୍ଟ୍ରରେ ଏମିତି ଏକ ଘଟଣା...

ଅଲିମ୍ପିକ୍‌ ଟିମ୍‌ ଅଗଷ୍ଟ ୧୫ରେ ଯିବେ ଲାଲ୍‌ କିଲ୍ଲା, ନିମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩।୮: ଟୋକିଓ ଅଲିମ୍ପିକ୍‌ରେ ଯୋଗଦେବାକୁ ଯାଇଥିବା ଭାରତୀୟ ଟିମ୍‌ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ଲାଲ୍‌ କିଲ୍ଲାରେ ଯିବେ। ଏନେଇ...

Advertisement
Archives

Model This Week