ନ୍ୟାୟ ପାଇଁ ୨ ବର୍ଷ ହେଲା ରଖିଛନ୍ତି ମୃତଦେହ

ମାଲକାନଗିରି,୩।୩(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଡୁଲ ଅଞ୍ଚଳରେ ନ୍ୟାୟ ପାଇଁ ବଦରୁ ମାଡବିଙ୍କ ମୃତଦେହକୁ ୨ବର୍ଷ ହେଲା ସାଇତି ରଖିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ଏହି ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି। ଖବରରୁ ଜଣାପଡିଛି ୨୦୨୦ ମାର୍ଚ୍ଚ ୧୯ତାରିଖରେ ଗଙ୍ଗାଲୁରୁ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ବେଳେ ମାଓବାଦୀ ବଦରୁ ମାଡବି ନିହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ତେବେ ଏହାକୁ ଖଣ୍ଡନ କରିଛନ୍ତି ବଦରୁଙ୍କ ପରିବାର ଲୋକେ। ବଦରୁଙ୍କୁ ଯବାନମାନେ ମାରିବା ସମୟରେ ତାଙ୍କ ସାନଭାଇ ସାନୁ ତାଙ୍କ ନିକଟରେ ଥିଲେ। ସାନୁ କହିଛନ୍ତି, ବଦରୁ ଏବଂ ସେ ମହୁଲ ଫୁଲ ସଂଗ୍ରହ ବେଳେ ପ୍ରଥମେ ଯବାନମାନେ ଆସି ଆମକୁ ଘେରିଯାଇଥିଲେ। ବିନା କାରଣରେ ସେମାନେ ଭାଇ ବଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ସାନୁ ସେଠାରୁ ଖସି ଦୌଡି ପଳାଇ ଆସିଥିଲେ। ସେବେଠାରୁ ପରିବାର ଲୋକେ ବଦରୁଙ୍କୁ ନ୍ୟାୟ ଦାବି କରି ତାଙ୍କ ମୃତଦେହକୁ ବିଭିନ୍ନ ଜଡିବୁଟି, ତେଲ ଓ ଲୁଣର ପ୍ରଲେପ ଦେଇ ଏକ ଗାତ ଖୋଳି ସୁରକ୍ଷିତ ରଖିଛନ୍ତି। ଗ୍ରାମବାସୀ ଏଥିରେ ସହଯୋଗ କରି ଆସୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବଦରୁ ମାଓବାଦୀ ସଙ୍ଗଠନରେ କାର୍ଯ୍ୟ କରୁ ନ ଥିଲେ। ତାଙ୍କୁ ବିନା କାରଣରେ ପୋଲିସ ମାରିଦେଇଛି। ନ୍ୟାୟ ପାଇବା ଯାଏ ଆମେ ତାଙ୍କ ମରଶରୀରକୁ ଏଭଳି ସାଇତି ରଖିବୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସେ ସମୟରେ ପରିବାର ଲୋକେ ଦାନ୍ତଓ୍ବୋଡା ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଓଡା-ସମ୍ବଲପୁର ଏକ୍ସପ୍ରେସ୍‌ରେ ଭାଙ୍ଗ ଚାଲାଣ: ଧରାପଡ଼ିବା ଭୟରେ ଫିଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୧୧।୮-ଯାତ୍ରୀବାହୀ ଟ୍ରେନ୍‌ରେ ଅବାଧରେ ହେଉଛି ନିଶାଦ୍ରବ୍ୟ ଚାଲାଣ। ବେପାରୀମାନେ ଯୋଜନାବଦ୍ଧ ଭାବେ ଚଳାଇଛନ୍ତି ଏଭଳି ବେଆଇନ କାରବାର। ଷ୍ଟେଶନ ଏବଂ ଟ୍ରେନ୍‌ରେ ହୁଗୁଳା...

ଭୂତ ଖାଉଛି ପିଡିଏସ୍‌ ସାମଗ୍ରୀ

ସଜନାଗଡ଼,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ କରାଯାଇଛି। ବର୍ଷ ବର୍ଷ ଧରି ଅନେକ ଭୂତ...

ପୂର୍ବତନ ସରପଞ୍ଚଙ୍କ କାର୍‌ ଜାଳିଦେଲେ ଦୁର୍ବୃତ୍ତ

ନିରାକାରପୁର,୨ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବଡ଼ପୋଖରିଆ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଥିବା କାର୍‌କୁ ଦୁର୍ବୃତ୍ତମାନେ ଜାଳିଦେଇଛନ୍ତି। ଖବରରୁ ଜଣାପଡିଛି, ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର...

ଗୋଚର ଜମିରୁ ମୋରମ ଚାଲାଣକୁ ବିରୋଧ

ବଡ଼ସାହି,୧୯ା୧୧(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଭୀମଦା ପଞ୍ଚାୟତ ଟିକାୟତପୁର ଗ୍ରାମରେ ଥିବା ଗୋଚର ଜମିରୁ ବେଆଇନ ମୋରମ ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ସେମାନେ...

ରୟତି ଜମି ଦଖଲ କରି ପଥର ଖନନ

ସମ୍ବଲପୁର,୬ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ଅଞ୍ଚଳରେ ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦଖଲ କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି।...

ଦନ୍ତା ଉତ୍ପାତରେ ବ୍ୟାପକ କ୍ଷତି

ବଡ଼ସାହି,୨୨ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦେଉଳିଆ ପଞ୍ଚାୟତ ଅଗାଶୋଳ ଗ୍ରାମର ୪ ଜଣ ଚାଷୀଙ୍କ ଧାନ କଳେଇକୁ ଦନ୍ତାହାତୀ ଖାଇବା ସହ ନଷ୍ଟ...

ଜନମତ ଜାଗ୍ରତ କରାଇବାରେ ଗଣମାଧ୍ୟମର ଭୂମିକା ଅନନ୍ୟ

ଯାଜପୁର ଅଫିସ/ଯାଜପୁର ରୋଡ୍‌(ଡି.ଏନ୍‌.ଏ.),୧୩ା୬: ଗଣମାଧ୍ୟମ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଯୁବପିଢ଼ିକୁ ଉଚିତ ମାର୍ଗଦର୍ଶନ କରିପାରିବ। କେବଳ ଗଣତନ୍ତ୍ର ନୁହେଁ, ଦୁନିଆକୁ ଆଗକୁ ନେବାରେ ଜନସାଧାରଣଙ୍କ ମଧ୍ୟରେ...

ନିୟମିତ ପଞ୍ଜୀକରଣ, ନବୀକରଣ କର

ଅନୁଗୋଳ ଅଫିସ୍‌,୭।୩ – ଅନୁଗୋଳ ଶ୍ରମ ଜିଲାର ୫ଟି ବ୍ଲକର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଶୁକ୍ରବାର ଅନୁଗୋଳ ପୌରପାଳିକା ଟାଉନ୍‌ ହଲ ଠାରେ ନିର୍ମାଣ ଶ୍ରମିକ...

Advertisement
Archives

Model This Week