ଦେହ ସହୁନାହିଁ

ରାଜନୈତିକ ଦଳଗୁଡ଼ିକ ଯେଉଁଭଳି ଟିକସଦାତାଙ୍କଠାରୁ ସଂଗ୍ରହ କରାଯାଉଥିବା ସରକାରୀ ଅର୍ଥକୁ ବ୍ୟବହାର କରି ଜନସାଧାରଣଙ୍କୁ ମାଗଣାରେ ସାମଗ୍ରୀ ଓ ସୁବିଧା (ଫ୍ରିବିଜ୍‌) ଯୋଗାଇଦେବାର ପ୍ରତିଶ୍ରୁତି ଦେଉଛନ୍ତି, ତାହା ବିଧିବଦ୍ଧ ଭାବେ ବନ୍ଦ କରାଯିବା ଦରକାର ବୋଲି ଆଡ୍‌ଭୋକେଟ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତ ୨୫ ଜାନୁୟାରୀରେ ଏହାର ଶୁଣାଣି କରି ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଦିଆଯାଉଥିବା ପ୍ରତିଶ୍ରୁତି ଉପରେ ରୋକୋ ଲଗାଇବା ସକାଶେ କେନ୍ଦ୍ର ସରକାର ଓ ଭାରତର ନିର୍ବାଚନ କମିଶନକୁ ନୋଟିସ୍‌ ଜାରି କରିଛନ୍ତି। ଏଭଳି କାର୍ଯ୍ୟକୁ ବନ୍ଦ କରିବା ଲାଗି କି ପ୍ରକାର ପଦକ୍ଷେପ ନିଆଯାଇପାରିବ ବୋଲି ଚିନ୍ତା କରୁଛନ୍ତି, ସେହି ବିଷୟରେ ୪ ସପ୍ତାହରେ ଜବାବ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଜନସ୍ବାର୍ଥ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଏକତରଫା ବ୍ୟସ୍ତତା ବୁଝିହେଉଛି। ମନେରଖିବାକୁ ହେବ ଯେ, ଏହାଦ୍ୱାରା ଉଖୁରା ଯାଉଥିବା ବିଷୟ ହଠାତ୍‌ କାହିଁକି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ନିର୍ବାଚନ ପୂର୍ବରୁ କରାଯାଉଛି, ତାହା ମଧ୍ୟ ବୁଝିବା କଷ୍ଟକର ନୁହେଁ । ଏହା ସତ୍ୟ ଯେ ବିଭିନ୍ନ ଦଳ ନିଜ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। କିଏ ଧର୍ମ ସପକ୍ଷରେ କହି ଏକ ଗୋଷ୍ଠୀକୁ ମାରିବା ପାଇଁ ଉତ୍ସାହିତ କରୁଥିବା ବେଳେ ଅନ୍ୟ କେହି ସରକାରୀ ରାଜକୋଷକୁ ଖାଲିକରି ଜନସାଧାରଣଙ୍କୁ ମାଗଣା ସାମଗ୍ରୀ ଓ ସୁବିଧା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଉଛି। ଦେଖିବାକୁ ଗଲେ ଉଭୟ ନିଶ୍ଚିତଭାବେ ମାରାତ୍ମକ। ଦୁଃଖର ବିଷୟ କୌଣସି ରାଜନୈତିକ ଦଳ କ୍ଷମତାକୁ ଆସିଲେ ଜନସାଧାରଣଙ୍କୁ ସୁଶାସନ, ଉତ୍ତମ ପୋଲିସ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ଗୁଣାତ୍ମକ ଶିକ୍ଷା, ଉପଯୁକ୍ତ ସ୍ବାସ୍ଥ୍ୟସେବା, ଭଲ ଭିତ୍ତିଭୂମି, ବିନାମୂଲ୍ୟରେ ଆଇନ ସହାୟତା ଆଦି ଯୋଗାଇଦେବା ବିଷୟରେ ଘୋଷଣା କରୁନାହାନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ଗଣମାନଙ୍କ କଲ୍ୟାଣ ହେବା କଥା ସରକାରଙ୍କ ମୂଳ ଲକ୍ଷ୍ୟ।
ଅନ୍ୟପକ୍ଷରେ ହାସ୍ୟାସ୍ପଦ ବିଷୟ ହେଉଛି ଯେ, ଦେଶର ଗରିବ ନାଗରିକଙ୍କ ପାଖରେ ସୁବିଧା ପହଞ୍ଚତ୍ଲା ବେଳକୁ ଅନେକଙ୍କ ଦେହ ସହୁନାହିଁ। କିନ୍ତୁ ଅନେକ ଲକ୍ଷ କୋଟି ଟଙ୍କା ଛାଡ଼ କରିଦିଆଯାଇ ହାତଗଣତି ପ୍ରିୟ କମ୍ପାନୀଗୁଡ଼ିକୁ ବଞ୍ଚାଇବା ଲାଗି ହେଉଥିବା ଉଦ୍ୟମରେ କେହି ବିଚଳିତ ହେଉନାହାନ୍ତି। ସେହିପରି ବହୁ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକାନା ଥିବା ସରକାରୀ ଉଡ଼ାଜାହାଜ କମ୍ପାନୀକୁ ଅଳ୍ପ ଅର୍ଥରେ ବିକିଦେବା ବେଳେ ସରକାରଙ୍କୁ କେହି ପ୍ରଶ୍ନ କରିବାର ସତ୍‌ସାହସ କରୁନାହାନ୍ତି। ଅପରପଟରେ ତେଲିଆଙ୍କ ମୁଣ୍ଡରୁ ତେଲ ବୋହୁଥିଲେ ମଧ୍ୟ କାହାର ନଜର ପଡୁନାହିଁ। ଏମାନଙ୍କ ପାଇଁ ନୁଖୁରା ମୁଣ୍ଡ ସବୁବେଳେ ନୁଖୁରା ରହିଲେ ଶାସନ ସୁରୁଖୁରୁରେ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri