ଦେହ ସହୁନାହିଁ

ରାଜନୈତିକ ଦଳଗୁଡ଼ିକ ଯେଉଁଭଳି ଟିକସଦାତାଙ୍କଠାରୁ ସଂଗ୍ରହ କରାଯାଉଥିବା ସରକାରୀ ଅର୍ଥକୁ ବ୍ୟବହାର କରି ଜନସାଧାରଣଙ୍କୁ ମାଗଣାରେ ସାମଗ୍ରୀ ଓ ସୁବିଧା (ଫ୍ରିବିଜ୍‌) ଯୋଗାଇଦେବାର ପ୍ରତିଶ୍ରୁତି ଦେଉଛନ୍ତି, ତାହା ବିଧିବଦ୍ଧ ଭାବେ ବନ୍ଦ କରାଯିବା ଦରକାର ବୋଲି ଆଡ୍‌ଭୋକେଟ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତ ୨୫ ଜାନୁୟାରୀରେ ଏହାର ଶୁଣାଣି କରି ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଦିଆଯାଉଥିବା ପ୍ରତିଶ୍ରୁତି ଉପରେ ରୋକୋ ଲଗାଇବା ସକାଶେ କେନ୍ଦ୍ର ସରକାର ଓ ଭାରତର ନିର୍ବାଚନ କମିଶନକୁ ନୋଟିସ୍‌ ଜାରି କରିଛନ୍ତି। ଏଭଳି କାର୍ଯ୍ୟକୁ ବନ୍ଦ କରିବା ଲାଗି କି ପ୍ରକାର ପଦକ୍ଷେପ ନିଆଯାଇପାରିବ ବୋଲି ଚିନ୍ତା କରୁଛନ୍ତି, ସେହି ବିଷୟରେ ୪ ସପ୍ତାହରେ ଜବାବ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଜନସ୍ବାର୍ଥ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଏକତରଫା ବ୍ୟସ୍ତତା ବୁଝିହେଉଛି। ମନେରଖିବାକୁ ହେବ ଯେ, ଏହାଦ୍ୱାରା ଉଖୁରା ଯାଉଥିବା ବିଷୟ ହଠାତ୍‌ କାହିଁକି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ନିର୍ବାଚନ ପୂର୍ବରୁ କରାଯାଉଛି, ତାହା ମଧ୍ୟ ବୁଝିବା କଷ୍ଟକର ନୁହେଁ । ଏହା ସତ୍ୟ ଯେ ବିଭିନ୍ନ ଦଳ ନିଜ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। କିଏ ଧର୍ମ ସପକ୍ଷରେ କହି ଏକ ଗୋଷ୍ଠୀକୁ ମାରିବା ପାଇଁ ଉତ୍ସାହିତ କରୁଥିବା ବେଳେ ଅନ୍ୟ କେହି ସରକାରୀ ରାଜକୋଷକୁ ଖାଲିକରି ଜନସାଧାରଣଙ୍କୁ ମାଗଣା ସାମଗ୍ରୀ ଓ ସୁବିଧା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଉଛି। ଦେଖିବାକୁ ଗଲେ ଉଭୟ ନିଶ୍ଚିତଭାବେ ମାରାତ୍ମକ। ଦୁଃଖର ବିଷୟ କୌଣସି ରାଜନୈତିକ ଦଳ କ୍ଷମତାକୁ ଆସିଲେ ଜନସାଧାରଣଙ୍କୁ ସୁଶାସନ, ଉତ୍ତମ ପୋଲିସ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ଗୁଣାତ୍ମକ ଶିକ୍ଷା, ଉପଯୁକ୍ତ ସ୍ବାସ୍ଥ୍ୟସେବା, ଭଲ ଭିତ୍ତିଭୂମି, ବିନାମୂଲ୍ୟରେ ଆଇନ ସହାୟତା ଆଦି ଯୋଗାଇଦେବା ବିଷୟରେ ଘୋଷଣା କରୁନାହାନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ଗଣମାନଙ୍କ କଲ୍ୟାଣ ହେବା କଥା ସରକାରଙ୍କ ମୂଳ ଲକ୍ଷ୍ୟ।
ଅନ୍ୟପକ୍ଷରେ ହାସ୍ୟାସ୍ପଦ ବିଷୟ ହେଉଛି ଯେ, ଦେଶର ଗରିବ ନାଗରିକଙ୍କ ପାଖରେ ସୁବିଧା ପହଞ୍ଚତ୍ଲା ବେଳକୁ ଅନେକଙ୍କ ଦେହ ସହୁନାହିଁ। କିନ୍ତୁ ଅନେକ ଲକ୍ଷ କୋଟି ଟଙ୍କା ଛାଡ଼ କରିଦିଆଯାଇ ହାତଗଣତି ପ୍ରିୟ କମ୍ପାନୀଗୁଡ଼ିକୁ ବଞ୍ଚାଇବା ଲାଗି ହେଉଥିବା ଉଦ୍ୟମରେ କେହି ବିଚଳିତ ହେଉନାହାନ୍ତି। ସେହିପରି ବହୁ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକାନା ଥିବା ସରକାରୀ ଉଡ଼ାଜାହାଜ କମ୍ପାନୀକୁ ଅଳ୍ପ ଅର୍ଥରେ ବିକିଦେବା ବେଳେ ସରକାରଙ୍କୁ କେହି ପ୍ରଶ୍ନ କରିବାର ସତ୍‌ସାହସ କରୁନାହାନ୍ତି। ଅପରପଟରେ ତେଲିଆଙ୍କ ମୁଣ୍ଡରୁ ତେଲ ବୋହୁଥିଲେ ମଧ୍ୟ କାହାର ନଜର ପଡୁନାହିଁ। ଏମାନଙ୍କ ପାଇଁ ନୁଖୁରା ମୁଣ୍ଡ ସବୁବେଳେ ନୁଖୁରା ରହିଲେ ଶାସନ ସୁରୁଖୁରୁରେ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri