Posted inଜାତୀୟ

ସରକାରୀ ମେଡିକାଲରେ ବିଛାଡ଼ି ହୋଇ ପଡ଼ିଛି ମୃତଦେହ

ଭୋପାଳ, ୧୨ା୪- ମେଡିକାଲରେ ଏଣେତେଣ ପଡ଼ି ରହିଛି ମୃତଦେହ। କେବଳ ଚଟାଣାରେ କିମ୍ବା ବାହାରେ ନୁହେଁ, ମେଡିକାଲ ପରିସରରେ ଯେଉଁଠାରେ ଫାଙ୍କା ଯାଗ ମିଳିଲା ସେଠାରେ ରଖାଯାଇଛି କୋଭିଡ୍‌ କାରଣରୁ ଘଟିଥିବା ଲୋକଙ୍କ ମୃତୁଦେହ। ଛତିଶଗଡ଼ ରାଜଧାନୀ ରାୟପୁରର ସବୁଠୁ ବଡ଼ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ନିୟମ ଅନୁସାରେ, ମୃତଦେହକୁ ଅନ୍ତିମ ସଂସ୍କାର ପୂର୍ବରୁ ଫ୍ରିଜରରେ ରଖାଯିବା କଥା। କିନ୍ତୁ ଡ. ଭିମ ରାଓ ଆମ୍ବେଡକର ମେମୋରିଆଲ ହସ୍ପିଟାଲରେ ମୃତଦେହ ରଖିବା ପାଇଁ ଆଉ ଯାଗା ନାହିଁ। ଏଣୁ ମେଡିକାଲ ପରିସରରେ ଫାଙ୍କା ଥିବା ଯେକୌଣସି ସ୍ଥାନରେ ରଖାଯାଉଛି ମୃତଦେହ। ହସ୍ପିଟାଲ କର୍ତ୍ତୁପକ୍ଷ ନିଜ ଅକ୍ଷମତା ପ୍ରକାଶ କରିସାରିଛନ୍ତି। ମର୍ଚରିରେ ରଖାଯାଇଥିବା ମୃତଦେହର ଅନ୍ତିମ ସଂସ୍କାର କରାଯିବା ପୂର୍ବରୁ ଗଦା ହୋଇଯାଉଛି ମୃତଦେହ। ହସ୍ପିଟାଲର ଆଇସିୟୁ ଓ ଓକ୍ସିଜେନ ଥିବା ବେଡ୍‌ ଗତ କିଛି ସପ୍ତାହ ହେଲା ଶତ ପ୍ରତିଶତ ଫୁଲ ରହିଛି।

କେହି ଚିନ୍ତା କରି ନ ଥିଲେ, ଏତେ ସଂଖ୍ୟାରେ ଏକାଥରକେ ମୃତ୍ୟୁ ଘଟିବ। ସାଧାରଣ ସଂଖ୍ୟକ ମୃତ୍ୟୁ ପାଇଁ ଆମ ପାଖରେ ଫ୍ରିଜର୍ସ ଅଛି। ଜଣେ ଦୁଇ ଜଣଙ୍କ ମୃତୁଦେହ ପାଇଁ ଆମେ ପ୍ରସ୍ତୁତ ହେଲାବେଳେ ଏକାଥରକେ ୧୦ରୁ ୨୦ ଜଣଙ୍କ ମୃତ୍ୟୁ ହୋଉଛି। ଏକା ସମୟରେ ଆମେ କେଉଁ ଭଳି ଏତେ ସଂଖ୍ୟାରେ ଫ୍ରିଜର୍ସ ଯୋଗାଡ଼ କରିପାରିବୁ? ବୋଲି ପ୍ରଶ୍ନ କରିଛନ୍ତି ରାୟପୁର ମେଡିକାଲ ମୁଖ୍ୟ ଓ ସ୍ବାସ୍ଥ୍ୟ ଅଫିସର ମିରା ବାଘେଲ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri