Posted inଜାତୀୟ

ଓଲଟିଲା ଛାତ୍ରଙ୍କୁ ନେଇ ଯାଉଥିବା ଡଙ୍ଗା, ୬ ମୃତ ଉଦ୍ଧାର କାର୍ଯ୍ୟ ଜାରି

ଭଦୋଦରା,୧୮।୧: ଗୁଜରାଟର ଭଦୋଦରାରେ ଏକ ବଡ ଦୁର୍ଘଟଣା ହୋଇଛି। ଛାତ୍ରମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ହର୍ନି ହ୍ରଦରେ ଓଲଟି ଯାଇଥିବା ସୂଚନା ମିଳିଛି। ଏଥିରେ ୨୩ ଜଣ ଛାତ୍ର ଓ ୪ ଜଣ ଶିକ୍ଷକ ଥିଲେ। ଏବେ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଜ୍ୟ ମନ୍ତ୍ରୀ କୁବେର ଡିଂଡୋରା ୬ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁତର ଆହତ ହୋଇଥିବା ୯ରୁ ୧୦ ଜଣ ଛାତ୍ରଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ୧୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। କେତେଜଣ ଛାତ୍ର ଓ ଶିକ୍ଷକ ନିଖୋଜ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ।
ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟୁଇଟ କରି କହିଛନ୍ତି, ଭଦୋଦରା ହର୍ନି ହ୍ରଦରେ ପିଲାମାନେ ବୁଡ଼ିଯିବା ଖବର ଅତ୍ୟନ୍ତ ଦୁଃଖଦାୟକ। ମୃତ ପିଲାମାନଙ୍କର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି। ଛାତ୍ରମାନଙ୍କ ପରିବାରର ଏହି ଦୁଃଖ ସମୟରେ ଭଗବାନ ସେମାନଙ୍କୁ ସହିବାକୁ ଶକ୍ତି ଦିଅନ୍ତୁ। ଡଙ୍ଗାରେ ବସିଥିବା ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ପୀଡିତଙ୍କୁ ତୁରନ୍ତ ସହାୟତା ଏବଂ ଚିକିତ୍ସା ଯୋଗାଇବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଟ୍ୟୁସନରେ ମାଟ୍ରିକ୍‌ ଟପ୍ପର, ବଡ଼ ହେଲେ ଡାକ୍ତର ହେବେ କହିଲେ ଦୀପଶିଖା

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି…

‘ଭାଜପା ୫୦୦-୭୦୦ ଭୋଟରେ ଆଗେଇଲେ ପୁଣିଥରେ ହେବ ଗଣତି!’, TMC କର୍ମୀଙ୍କୁ ବଡ଼ ବାର୍ତ୍ତା ଦେଲେ ମମତା

କୋଲକାତା,୩।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦଳର କାଉଣ୍ଟିଂ ଏଜେଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବୁଥ୍ରେ ବିଜେପି ୫୦୦…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ବ୍ୟବଚ୍ଛେଦ ରିପୋର୍ଟକୁ ବିରୋଧ କରି ଧାରଣା ଦେବା ପରେ…

ଦାରିଙ୍ଗବାଡ଼ି,୩ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦନେକବାଡ଼ି ପଞ୍ଚାୟତ ମାଣ୍ଡୁବାଡ଼ି ଗ୍ରାମ ବଲାମାହା ଜଙ୍ଗଲ ଡବାଡ଼ଙ୍ଗା ଗଛରେ ଗତ ସୋମବାର ଉଜ୍ଜ୍ବଳ ସିଂ ଦିଗାଲଙ୍କ ଝୁଲନ୍ତା…

ଯୁଦ୍ଧ ବନ୍ଦ କର…ଇରାନ ଆମେରିକାକୁ ଦେଲା ୧୪ ସୂତ୍ରୀ ପ୍ରସ୍ତାବ, ହେଲେ ପ୍ରତ୍ୟାଖ୍ୟାନ କରୁଛନ୍ତି ଟ୍ରମ୍ପ

ତେହରାନ,୩।୫: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଇରାନର ନୂତନ ପ୍ରସ୍ତାବର ସମୀକ୍ଷା କରିବେ, ଯଦିଓ ସେ ବିଶ୍ୱାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri