ବେପାରୀଙ୍କ କବ୍‌ଜାରେ ବୋଟ୍‌ ଆମ୍ବୁଲାନ୍ସ ଘାଟ

ମହାକାଳପଡ଼ା,୧୪।୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକର ବତିଘର ପଞ୍ଚାୟତ ନଦୀ ନାଳ ଘେରା ହୋଇ ରହିଛି। ସ୍ଥଳପଥରେ ଏହି ପଞ୍ଚାୟତଙ୍କୁ ସଂଯୋଗ ନ ଥିବାରୁ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ପହଞ୍ଚତ୍ବା ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ବୋଟ୍‌ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟବସାୟୀ ବୋଟ୍‌ ଆମ୍ବୁଲାନ୍ସ ଖୋଳା ଘାଟ ସମ୍ମୁଖରେ ବିଭିନ୍ନ ଗୃହ ନିର୍ମାଣ ପାଇଁ ବାଲି, ଗୋଡ଼ି, ଇଟା, ମେଟାଲ ସମେତ ଟ୍ରାକ୍ଟର ରଖୁଛନ୍ତି। କେତୋଟି ବଡ଼ ମାଲ ବୋଝେଇ ଡଙ୍ଗା ନଙ୍ଗର ପକାଇ ରଖାଯାଇଛି। ଏହି ଡଙ୍ଗା ସାହାଯ୍ୟରେ ଗୃହ ନିର୍ମାଣ ସାମଗ୍ରୀକୁ ବତିଘର ପଞ୍ଚାୟତକୁ ନିଆଯାଇଥାଏ। ଫଳରେ ସ୍ଥାନୀୟ ରୋଗୀ ଏହି ବୋଟ୍‌ ଆମ୍ବୁଲାନ୍ସ ଘାଟକୁ ଆସିବାରେ ସମସ୍ୟା ହେଉଛି। ରୋଗୀମାନେ ଏଠାକୁ ଆସି ଫେରି ଯାଉଛନ୍ତି। ଆମ୍ବୁଲାନ୍ସ ବୋଟ୍‌ କର୍ମଚାରୀ ବାରମ୍ବାର ଅନୁରୋଧ କଲେ ମଧ୍ୟ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି।
ଖୋଳା ଘାଟରୁ ବୋଟ୍‌ ଆମ୍ବୁଲାନ୍ସ ବତିଘର ପଞ୍ଚାୟତ ରୋଗୀଙ୍କୁ ନେଇ ପାରାଦୀପ, ମହାକାଳପଡ଼ା, କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଖରିନାସି, ଜମ୍ବୁ ଘାଟରେ ଛାଡ଼ିଥାଏ। ପରେ ଅନ୍ୟ ଆମ୍ବୁଲାନ୍ସରେ ଅସୁସ୍ଥ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଏ। ଏହି ଅଞ୍ଚଳଟି ନଦୀ ନାଳ ଘେରା ହୋଇଥିବାରୁ ଗୁରୁତର ରୋଗୀଙ୍କୁ ବୋଟ୍‌ ଆମ୍ବୁଲାନ୍ସ ହିଁ ଶେଷ ଭରସା। ବୋଟ୍‌ ଆମ୍ବୁଲାନ୍ସ ସେବା ସା ପରେ ବନ୍ଦ ରହିଥାଏ। ଅନେକ ସମୟରେ ଗୁରୁତର ରୋଗୀ ରାତିରେ ବୋଟ୍‌ ଆମ୍ବୁଲାନ୍ସ ଘାଟରୁ ଫେରିବାକୁ ପଡିଛି ବୋଲି କେତେଜଣ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି। ଏ ନେଇ ବତିଘର ସରପଞ୍ଚ ଦେବବ୍ରତ ମାଇତିଙ୍କୁ ପଚାରିବାରେ ପୂର୍ବରୁ ବହୁ ଅଭିଯୋଗ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ ଓ ଘାଟ ଆଗରେ ଗୃହ ନିର୍ମାଣ ସାମଗ୍ରୀ ରଖିଥିବା ବ୍ୟବସାୟୀ ଶୁଣୁନାହାନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ଡିପିଏମ୍‌ ପ୍ରକାଶ ବାନାର୍ଜୀଙ୍କୁ ପଚାରିବାରେ ଏ ସଂକ୍ରାନ୍ତରେ ଅବଗତ ଅଛୁ। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ଘଟଣାସ୍ଥଳ ତଦାରଖ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri