ବାଂଲାଦେଶ ନିର୍ବାଚନରେ ​​ବିଏନପି ବିପୁଳ ବିଜୟ, ୩୬ ବର୍ଷ ପରେ ପୁରୁଷ ପ୍ରଧାନମନ୍ତ୍ରୀ

ଢାକା,୧୩।୨: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ପୁଣି ଥରେ ଦେଶର ଶାସନ ଗାଦିକୁ ଫେରିବାକୁ ଯାଉଛି। ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନରେ ବିଏନପି ସଂଖ୍ୟାଗରିଷ୍ଠତା ହାସଲ କରି ଏକ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଦେଶର ଏହି ନିର୍ଣ୍ଣାୟକ ଜନାଦେଶ ବାଂଲାଦେଶର ରାଜନୈତିକ ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

ତାରିଖ୍ ରହମାନଙ୍କ ନେତୃତ୍ୱରେ ବିଏନପି ଶେଷଥର ପାଇଁ ୨୦୦୧ରେ ନିର୍ବାଚନ ଜିତିଥିଲା। ବର୍ତ୍ତମାନର ଭୋଟ୍ ଗଣତି ଅନୁଯାୟୀ, ଦଳ ଏକତରଫା ବିଜୟ ହାସଲ କରିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଏନପି ମେଣ୍ଟ ପ୍ରାୟ ୨୦୯ଟି ଆସନରେ ବିଜୟୀ ହେଉଥିବା ଜଣାପଡ଼ିଛି। ସରକାର ଗଠନ ପାଇଁ ଆବଶ୍ୟକ ୧୫୧ ଆସନର ସୀମାକୁ ଦଳ ସହଜରେ ଅତିକ୍ରମ କରିସାରିଛି।

ଅନ୍ୟପଟେ, ଜମାତ-ଇ-ଇସଲାମି ଦଳକୁ ଏହି ନିର୍ବାଚନରେ ଶକ୍ତ ଧକ୍କା ଲାଗିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଦଳ ମାତ୍ର ୫୬ଟି ଆସନରେ ସୀମିତ ରହିଛି।

ସାଧାରଣ ନିର୍ବାଚନ ସହିତ ଅନୁଷ୍ଠିତ ଜନମତ ସଂଗ୍ରହରେ ମଧ୍ୟ ଜନସାଧାରଣ ‘ଜୁଲାଇ ଚାର୍ଟର’ ବା ସାମ୍ବିଧାନିକ ସଂସ୍କାର ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ‘ଦି ଡେଲି ଷ୍ଟାର’ର ରିପୋର୍ଟ ଅନୁସାରେ, ପ୍ରାୟ ୭୨.୯ ପ୍ରତିଶତ ଭୋଟର ଏହି ସଂସ୍କାର ସପକ୍ଷରେ ମତ ଦେଇଛନ୍ତି।

ନିର୍ବାଚନ ପ୍ରକ୍ରିୟା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିଲେ ହେଁ, କେତେକ ସ୍ଥାନରେ ସଂଘର୍ଷ ଘଟି ପ୍ରାୟ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିଶେଷ କରି ନୋଆଖାଲି ଜିଲ୍ଲାର ହାତିଆରେ ବିଏନପି ଓ ନ୍ୟାସନାଲ ସିଟିଜେନ ପାର୍ଟିର କର୍ମୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ୩୧ ଜଣ ଆହତ ହୋଇଛନ୍ତି। ସୁରକ୍ଷା ପାଇଁ ସାରା ଦେଶରେ ସେନା ଓ ପୋଲିସ ସମେତ ପ୍ରାୟ ୧୦ ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ।

ସମଗ୍ର ବାଂଲାଦେଶରେ ୬୦.୬୯% ମତଦାନ ହୋଇଛି। ୩୦୦ରୁ ୨୯୯ଟି ଆସନରେ ମତଦାନ ହୋଇଛି, କେବଳ ଶେରପୁର-୩ ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ। ଦୀର୍ଘ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆୱାମୀ ଲିଗ୍‌ ବିନା ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି।

ନିର୍ବାଚନର ଫଳାଫଳକୁ ସ୍ୱୀକାର କରି ଜମାତ-ଇ-ଇସଲାମି ମୁଖ୍ୟ ଶଫିକୁର ରହମାନ କହିଛନ୍ତି ଯେ, ତାଙ୍କ ଦଳ ସକାରାତ୍ମକ ରାଜନୀତି କରିବ ଏବଂ କେବଳ ବିରୋଧ କରିବା ପାଇଁ ରାଜନୀତି କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri