ବାଂଲାଦେଶ ନିର୍ବାଚନରେ ​​ବିଏନପି ବିପୁଳ ବିଜୟ, ୩୬ ବର୍ଷ ପରେ ପୁରୁଷ ପ୍ରଧାନମନ୍ତ୍ରୀ

ଢାକା,୧୩।୨: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ପୁଣି ଥରେ ଦେଶର ଶାସନ ଗାଦିକୁ ଫେରିବାକୁ ଯାଉଛି। ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନରେ ବିଏନପି ସଂଖ୍ୟାଗରିଷ୍ଠତା ହାସଲ କରି ଏକ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଦେଶର ଏହି ନିର୍ଣ୍ଣାୟକ ଜନାଦେଶ ବାଂଲାଦେଶର ରାଜନୈତିକ ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

ତାରିଖ୍ ରହମାନଙ୍କ ନେତୃତ୍ୱରେ ବିଏନପି ଶେଷଥର ପାଇଁ ୨୦୦୧ରେ ନିର୍ବାଚନ ଜିତିଥିଲା। ବର୍ତ୍ତମାନର ଭୋଟ୍ ଗଣତି ଅନୁଯାୟୀ, ଦଳ ଏକତରଫା ବିଜୟ ହାସଲ କରିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଏନପି ମେଣ୍ଟ ପ୍ରାୟ ୨୦୯ଟି ଆସନରେ ବିଜୟୀ ହେଉଥିବା ଜଣାପଡ଼ିଛି। ସରକାର ଗଠନ ପାଇଁ ଆବଶ୍ୟକ ୧୫୧ ଆସନର ସୀମାକୁ ଦଳ ସହଜରେ ଅତିକ୍ରମ କରିସାରିଛି।

ଅନ୍ୟପଟେ, ଜମାତ-ଇ-ଇସଲାମି ଦଳକୁ ଏହି ନିର୍ବାଚନରେ ଶକ୍ତ ଧକ୍କା ଲାଗିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଦଳ ମାତ୍ର ୫୬ଟି ଆସନରେ ସୀମିତ ରହିଛି।

ସାଧାରଣ ନିର୍ବାଚନ ସହିତ ଅନୁଷ୍ଠିତ ଜନମତ ସଂଗ୍ରହରେ ମଧ୍ୟ ଜନସାଧାରଣ ‘ଜୁଲାଇ ଚାର୍ଟର’ ବା ସାମ୍ବିଧାନିକ ସଂସ୍କାର ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ‘ଦି ଡେଲି ଷ୍ଟାର’ର ରିପୋର୍ଟ ଅନୁସାରେ, ପ୍ରାୟ ୭୨.୯ ପ୍ରତିଶତ ଭୋଟର ଏହି ସଂସ୍କାର ସପକ୍ଷରେ ମତ ଦେଇଛନ୍ତି।

ନିର୍ବାଚନ ପ୍ରକ୍ରିୟା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିଲେ ହେଁ, କେତେକ ସ୍ଥାନରେ ସଂଘର୍ଷ ଘଟି ପ୍ରାୟ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିଶେଷ କରି ନୋଆଖାଲି ଜିଲ୍ଲାର ହାତିଆରେ ବିଏନପି ଓ ନ୍ୟାସନାଲ ସିଟିଜେନ ପାର୍ଟିର କର୍ମୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ୩୧ ଜଣ ଆହତ ହୋଇଛନ୍ତି। ସୁରକ୍ଷା ପାଇଁ ସାରା ଦେଶରେ ସେନା ଓ ପୋଲିସ ସମେତ ପ୍ରାୟ ୧୦ ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ।

ସମଗ୍ର ବାଂଲାଦେଶରେ ୬୦.୬୯% ମତଦାନ ହୋଇଛି। ୩୦୦ରୁ ୨୯୯ଟି ଆସନରେ ମତଦାନ ହୋଇଛି, କେବଳ ଶେରପୁର-୩ ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ। ଦୀର୍ଘ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆୱାମୀ ଲିଗ୍‌ ବିନା ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି।

ନିର୍ବାଚନର ଫଳାଫଳକୁ ସ୍ୱୀକାର କରି ଜମାତ-ଇ-ଇସଲାମି ମୁଖ୍ୟ ଶଫିକୁର ରହମାନ କହିଛନ୍ତି ଯେ, ତାଙ୍କ ଦଳ ସକାରାତ୍ମକ ରାଜନୀତି କରିବ ଏବଂ କେବଳ ବିରୋଧ କରିବା ପାଇଁ ରାଜନୀତି କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?