Posted inଅପରାଧ

ବାର୍‌ କର୍ମଚାରୀଙ୍କୁ ହତ୍ୟା ଘଟଣା: ବିଏମ୍‌ଡବ୍ଲ୍ୟୁ କାର୍‌ ଜବତ, ୬ ଗିରଫ

ଖୋର୍ଦ୍ଧା ଅଫିସ,୧୬ା୭: ଜଣେ ବାର୍‌ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଖୋର୍ଦ୍ଧା ପୋଲିସ ଗୁରୁବାର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳର ମିକୁ ଓରଫ୍‌ ମୃତ୍ୟୁଞ୍ଜୟ ନାୟକ, ସାନଭାଇ ଚିକୁ ଓରଫ୍‌ ଧନଞ୍ଜୟ ନାୟକ, ନୂଆପଲ୍ଲୀ ବେହେରାବସ୍ତିର ଅମିତ ପ୍ରଧାନ, ଗଗନ ଓରଫ ନନ୍ଦନ ବେହେରା, ଖୋର୍ଦ୍ଧା ଦଳେଇପୁଟର ନିଲୁ ଓରଫ ରାକେଶ ସାହୁ ଓ ଲୋକେଶ୍ୱର ପୁରର ବାପିନା ଓରଫ ଦେବକାନ୍ତ ଦାସ । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ଛୁରି, ଏକ ବିଏମ୍‌ଡବ୍ଲ୍ୟୁ କାର୍‌, ରକ୍ତଛିଟା ପଡ଼ିଥିବା ଶାର୍ଟ, ବାଇକ୍‌, ୯ଟି ମୋବାଇଲ ଆଦି ଜବତ କରିଛି। ଏମାନଙ୍କ ବିରୋଧରେ ଭୁବନେଶ୍ବର ନଆପଲ୍ଲୀ ଥାନାରେ ଏକାଧିକ ମାମଲା ରହିଛି ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ମିକୁ, ଅମିତ ଓ ଗଗନ ଏକ ବିଏମ୍‌ଡବ୍ଲ୍ୟୁ ଗାଡି (ଏଚ୍‌ଆର୨୬-ବିଜି-୧୧୪୫) ନେଇ ନୂଆପଲ୍ଲୀରୁ ବାହାରିଥିଲେ। ଇସ୍କନ ମନ୍ଦିର ନିକଟରେ ଗାଡି ହର୍ନ ମାରିବାକୁ ନେଇ ଗଣ୍ଡଗୋଳ ହେବାରୁ ଦୁଇ ଯୁବକଙ୍କୁ ଛୁରାମାଡ଼ କରିଥିଲେ। ଏଥିରେ ଅବିନାଶ ପ୍ରଧାନ ଗୁରୁତର ହୋଇଥିଲେ । କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସେମାନେ ଖୋର୍ଦ୍ଧା ଆଡ଼କୁ ଖସି ପଳାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ ୫ଟି ଟିମ୍‌ ଗଠନ କରାଯାଇ ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ ଓ ନୟାଗଡ ଅଞ୍ଚଳରେ ଚଢ଼ାଉ କରିଥିଲେ। ହତ୍ୟାକାଣ୍ଡ ପରେ ସେମାନେ ଭୁବନେଶ୍ୱର ଫେରିବାକୁ ଚେଷ୍ଟା କରିଥିଲେ। କମିଶନରେଟ ପୋଲିସ ହାତରେ ଧରାପଡ଼ିବା ଭୟରେ ସେମାନେ ନୟଗଡ଼ ଆଡକୁ ପଳାଉଥିଲେ। ବୁଧବାର ରାତିରେ ରଣପୁର ଜଙ୍ଗଲରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଅନ୍ୟମାନଙ୍କୁ କରାଯାଇଥିଲା ବୋଲି ଏସ୍‌ପିଙ୍କ ଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?