ସଫେଇ କର୍ମୀଙ୍କୁ ପକ୍କାଘର ଦେବ ବିଏମ୍‌ସି

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ସଫେଇକର୍ମୀଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପକ୍କାଘର ମିଳିବ। ସେମାନେ ରହୁଥିବା ସ୍ଥାନକୁ ୨ ମାସ ଭିତରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ହେବ। ସଫେଇ କର୍ମୀଙ୍କ ପିଲାଙ୍କୁ ଉନ୍ନତ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ନୂତନ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ଥାପନ ସହ ଖେଳକୁଦ ପାଇଁ ଏକ ଛୋଟ ପାର୍କ ମଧ୍ୟ କରାଯିବ। ଏନେଇ ପ୍ରାଥମିକ ଭାବେ ବିଏମ୍‌ସି ପକ୍ଷରୁ ୭.୫ ଲକ୍ଷର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଜାତୀୟ ସଫେଇ କମିଶନଙ୍କ ସଦସ୍ୟ ପି.ପି. ଭାଭା ସଫେଇ କର୍ମୀଙ୍କ ଆବାସସ୍ଥଳ ଗସ୍ତ ସମୟରେ ବିଏମ୍‌ସି ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯାଇଛି।
ଅନୁଯାୟୀ, ବୁଧବାର ଜାତୀୟ ସଫେଇ କମିଶନ ସଦସ୍ୟ ଭାଭା ବାପୁଜୀ ନଗରସ୍ଥିତ କେଦାର ପଲ୍ଲୀରେ ଥିବା ସଫେଇ କର୍ମୀଙ୍କ ଆବାସସ୍ଥଳ ଗସ୍ତ କରିଥିଲେ। ସାମାଜିକ କର୍ମୀ ଅଶ୍ୱିନୀ ମହାପାତ୍ର, ଦେବାଶିଷ ମହାପାତ୍ର ଓ ସଫେଇକର୍ମୀ ମହାସଂଘ ସମ୍ପାଦକ ଗୁରୁବାରୀ ନାୟକ ସଫେଇକର୍ମୀଙ୍କ କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକୁ ଭାଭାଙ୍କ ଦୃଷ୍ଟିଗୋଚର କରାଇଥିଲେ। ଭାଭା ଏହାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଖୁବ୍‌ଶୀଘ୍ର ଏକ କମିଟି ଗଠନ ହେବ। ସେଥିରେ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ସଫେଇକର୍ମୀ ଓ କେତେଜଣ ସାମାଜିକ କର୍ମୀ ରହିବେ। ପ୍ରତି ୩ ମାସରେ ଥରେ କମିଟିର ବୈଠକ ହେବ। ସଫେଇକର୍ମୀଙ୍କ କ୍ଷେତ୍ରରେ ଥିବା ସମସ୍ୟା ଓ ତା’ର ସମାଧାନ ନେଇ ଆଲୋଚନା ହେବ। ଏହାକୁ ଜାତୀୟ ସଫେଇ କମିଶନଙ୍କ ସଦସ୍ୟ ତାଙ୍କ ଗସ୍ତ ସମୟରେ ଯାଞ୍ଚ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri