କର୍ନାଟକ ଜ୍ଞାନ କୌଶଳ ଆପଣେଇବ ବିଏମ୍‌ସି

ଭୁବନେଶ୍ୱର,୮।୮(ବ୍ୟୁରୋ): ବିଏମ୍‌ସି ଟିମ୍‌ ରବିବାର ଦୁଇଦିନିଆ କର୍ନାଟକ ଗସ୍ତରୁ ଫେରିଛନ୍ତି। କର୍ନାଟକରେ ଥିବା ମାରାଗୋଣ୍ଡାନାହାଲ୍ଲି ହ୍ରଦ, ହୁସ୍‌କୁର୍‌ ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଜଳଉତ୍ସଗୁଡିକୁ ବୁଲି ଦେଖିବା ସହିତ ତା’ର ପୁନରୁଦ୍ଧାର ପଦ୍ଧତି ସମ୍ପର୍କରେ ଅବଗତ ହୋଇଛନ୍ତି। କର୍ନାଟକରେ ଥିବା ଜଳଉତ୍ସଗୁଡିକର ପୁନରୁଦ୍ଧାର ଉନ୍ନତମାନର ହୋଇଥିବାରୁ ସେହି ଜ୍ଞାନ କୌଶଳକୁ ଏଠାରେ ପ୍ରୟୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ ଯାତ୍ରା କରାଯାଇଥିଲା। ଏ ସମ୍ପର୍କରେ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଭୁବନେଶ୍ୱରରେ ଥିବା ୪୪ଟି ଜଳଉତ୍ସଗୁଡିକର ପୁନରୁଦ୍ଧାର କାର୍ଯ୍ୟ ବିଏମ୍‌ସି ଆରମ୍ଭ କରିବ। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ କାମ କରାଯିବ। ଏହାକୁ କିଭଳି ଅଧିକ ଉନ୍ନତମାନର କରାଯାଇ ପାରିବ ସେ ସମ୍ପର୍କରେ ଜାଣିବା ପାଇଁ ବିଏମ୍‌ସି ଟିମ୍‌ କର୍ନାଟକ ଯାଇଥିଲା। ତେବେ ସେଠାରେ ଜଳଉତ୍ସର ପୁନରୁଦ୍ଧାର ପାଇଁ ଆପଣାଯାଉଥିବା ପଦ୍ଧତି ମଧ୍ୟରୁ କିଛି କିଛି ଏଠାରେ ପୂର୍ବରୁ ପ୍ରୟୋଗ କରାଯାଉଛି। ଏହାବାଦ୍‌ ସେଠାକାର ସମସ୍ତ ପ୍ରଣାଳୀକୁ ଏଠାରେ ପ୍ରୟୋଗ କରିବା ପାଇଁ ପ୍ରଥମେ ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରିବାକୁ ପଡିବ। ଏ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରାଯିବ ଏବଂ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ଏକ ୧୫ ଜଣିଆ ଟିମ୍‌ ଶୁକ୍ରବାର କର୍ନାଟକ ଗସ୍ତରେ ଯାଇଥିଲେ। ଅର୍ବାନ ଡିପାର୍ଟମେଣ୍ଟ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କମିଶନରଙ୍କ ସମେତ ମେୟର ସୁଲୋଚନା ଦାସ, ସିଟି ଇଞ୍ଜିନିୟର ଅରୁଣ ନାୟକ, ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଗୌତମ ଦାସ, କର୍ପୋରେଟର ଏବଂ ଅନ୍ୟାନ୍ୟ ଅଧିକାରୀ ଥିଲେ। ଏହା ପୂର୍ବରୁ କର୍ନାଟକ ସରକାରଙ୍କ ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେସନର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି) ଏବଂ ଲାଇନ ବିଭାଗର ପ୍ରତିନିଧିତ୍ୱ କରୁଥିବା ୪୩ ଜଣ ଅଧିକାରୀଙ୍କ ଏକ ଟିମ୍‌ ଜୁଲାଇ ୨୮ରେ ଭୁବନେଶ୍ୱର ଆସିଥିଲେ। ସେମାନେ ଏଠାରେ ବିଏମ୍‌ସିର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri