ମାଂସ ମାର୍କେଟ ପାଇଁ ବିଏମ୍‌ସିର ଜାଗା ନାହିଁ

ଭୁବନେଶ୍ୱର,୮।୮ (ବନ୍ଦନା ସେଠୀ): ରାଜଧାନୀ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ସମସ୍ତ ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ସହ ପ୍ରତି ଓ୍ବାର୍ଡରେ ମାଂସ ମାର୍କେଟ ନିର୍ମାଣ କରିବା ପାଇଁ ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। ଆସନ୍ତା ୨ବର୍ଷ ମଧ୍ୟରେ ସବୁ ଓ୍ବାର୍ଡରେ ମାର୍କେଟ ନିର୍ମାଣ କରାଯିବା ସହ କାମର ଅଗ୍ରଗତି ନେଇ ପ୍ରତି ୨ମାସରେ ଥରେ ମାଂସ ବ୍ୟବସାୟୀଙ୍କ ସହ ମେୟରଙ୍କ ଆଲୋଚନା ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ପ୍ରଥମ ବୈଠକ ଡିସେମ୍ବର ୫ରେ ହୋଇଥିବାବେଳେ ଏହାପରେ ଆଉ କୌଣସି ବୈଠକ କରାଯାଇ ନ ଥିଲା। ବହୁ ଦାବି ପରେ ଦୀର୍ଘ ୮ମାସ ପରେ ସୋମବାର ରୋଟାରୀ ଭବନଠାରେ ହୋଇଥିବା ଆଲୋଚନାଚକ୍ରରେ ମେୟର ଏବଂ ବିଧାୟକ ଯୋଗଦେଲେ। ଆଲୋଚନା ସହିତ ଦାବି ଉପସ୍ଥାପନ କରାଗଲା। ମାତ୍ର ଆମିଷ ବ୍ୟବସାୟୀଙ୍କ ଥଇଥାନ ପାଇଁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ସେହିପରି ପ୍ରତି ଓ୍ବାର୍ଡରେ ହେବାକୁ ଥିବ ମାଂସ ମାର୍କେଟ ନିର୍ମାଣ କେବେ ଆରମ୍ଭ ହେବ ତାହାର ମଧ୍ୟ କୌଣସି ଉତ୍ତର ମିଳିଲାନି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଖରେ କୌଣସି ଜାଗା ନାହିଁ। ଯାହା ଅଛି ସେ ସବୁ ଜିଏ ଏବଂ ବିଡିଏର। ତେଣୁ ସେମାନଙ୍କ ପାଖରୁ ଜାଗା ଚିହ୍ନଟ କରି ବ୍ୟବସାୟୀଙ୍କ ପାଇଁ ମାର୍କେଟ ନିର୍ମାଣ କରିବା ସମୟସାପେକ୍ଷ ବୋଲି ମେୟର ସଫେଇ ଦେଇ ପ୍ରକୃତ ପ୍ରଶ୍ନକୁ ଆଡେଇ ଦେଇଥିଲେ। ଅପରପକ୍ଷେ ଏବେ ସହରର ବିଭିନ୍ନ ଗଳିକନ୍ଦିରେ ମାଂସ ବ୍ୟବସାୟ ଗଢି ଉଠୁଥିବାବେଳେ ଏତେଜଣଙ୍କୁ ଥଇଥାନ କରିବା ମଧ୍ୟ କଷ୍ଟକର ହୋଇ ପଡିଛି। ତେଣୁ ସହରରେ ଥିବା ସମସ୍ତ ମାଂସ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରି ବିଏମସିକୁ ପ୍ରଦାନ କରିବା ପାଇଁ ମହାସଂଘକୁ କୁହାଯାଇଛି। ଏଥିସହ ତାଲିକା ବାଦ୍‌ ଯେପରି ଆଉ କୌଣସି ନୂଆ ବ୍ୟବସାୟୀ ନ ବାହାରନ୍ତି ସେ ନେଇ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି। ସମସ୍ତ କଥାରେ ଭୁବନେଶ୍ୱର ଆମିଷ ବ୍ୟବସାୟୀ ମହାସଂଘ (ମାଂସ) ବିଭାଗ ରାଜି ହୋଇଥିଲେ ବି ଏ ଯାଏ ଜାଗା ଚିହ୍ନଟ ହୋଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛି।
ଏ ସମ୍ପର୍କରେ ମହାସଂଘର ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି, ଏତେଦିନ ପରେ ଆଲୋଚନା ହେଲେ ବି ସେପରି କିଛି ସୁଫଳ ମିଳିଲାନି। ୮ମାସ ମଧ୍ୟରେ ବିଏମ୍‌ସି ଗୋଟିଏ ଓ୍ବାର୍ଡରେ ମଧ୍ୟ ଜାଗା ଚିହ୍ନଟ କରି ନ ପାରିବା ଦୁଃଖଦାୟକ। ଭୁବନେଶ୍ୱରରେ ଏବେ ୩୫୦ଜଣ ମାଂସ ବ୍ୟବସାୟୀ ରହିଛନ୍ତି। ବିଏମ୍‌ସି ସେମାନଙ୍କୁ ଥଇଥାନ ନ କରି କେବଳ ଉଚ୍ଛେଦ କରି ଚାଲିଛି ଯାହାକି ଆଇନ୍‌ ବିରୁଦ୍ଧ। ତେଣୁ ଏହି ଆଲୋଚନା ପରେ ମଧ୍ୟ ଯଦି ବିଏମ୍‌ସି ବ୍ୟବସାୟୀଙ୍କୁ ଉଚ୍ଛେଦ କରିବା ପ୍ରକ୍ରିୟା ଜାରି ରଖେ ତେବେ ଏହାକୁ ଦୃଢ ବିରୋଧ କରି ସମସ୍ତ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମୁନ୍ତାକିମ୍‌ କହିଛନ୍ତି। ଏହି ଅବସରରେ ମହାସଂଘ ପକ୍ଷରୁ ୮ଦଫା ସମ୍ବଳିତ ଦାବିପତ୍ର ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ, ମେୟରଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ୨ ବିଧାୟକ, ମୁଖ୍ୟବକ୍ତା ଭାବେ ମେୟର ଯୋଗଦେଇଥିଲେ। ପୂର୍ବତନ କର୍ପୋରେଟର ତଥା ମହାସଂଘର ଉପଦେଷ୍ଟା ମୁଜାହିଦ୍‌ ହୁସେନ୍‌ ସ୍ବାଗତଭାଷଣ ଦେଇଥିବାବେଳେ ରାଜ୍ୟ ସଭାପତି ସେଖ୍‌ ମୁନ୍ତାକିମ୍‌ ବକ୍ସ ସଭାପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri