ଭୁବନେଶ୍ୱର ଜମି ଉପରେ ନଜର ରଖିବ ‘ବ୍ଲୁଇସ୍‌’

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ୍‌)। ଏହା ଏକ ଓ୍ବେବ୍‌ ଓ ମୋବାଇଲ ଆପ୍‌ ଆଧାରିତ ବ୍ୟବସ୍ଥା। ଉଚ୍ଚ ଶକ୍ତିସମ୍ପନ୍ନ ଉପଗ୍ରହ ଚିତ୍ର ମାଧ୍ୟମରେ ଭୁବନେଶ୍ୱର ଅଞ୍ଚଳର ସମସ୍ତ ସରକାରୀ ଜମିକୁ ତଦାରଖ କରାଯିବ। କେଉଁ ସରକାରୀ ଜମିକୁ କେଉଁଠି ଜବରଦଖଲରେ ରଖାଯାଇଛି, ସେହି ଜମିକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ସେ ସମସ୍ତ ସୂଚନା ଉପଗ୍ରହ ଚିତ୍ର ଜରିଆରେ ସରକାର ପାଇବେ। ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବ୍ୟବସ୍ଥାରେ ଥିବା ମୋବାଇଲ ଆପ୍‌ ଜରିଆରେ ଜନସାଧାରଣ ସରକାରୀ ଜମିକୁ ଜବରଦଖଲ ରଖିଥିବା ଲୋକମାନଙ୍କ ବିଷୟରେ ସୂଚନା ଦେଇପାରିବେ। ଭୁବନେଶ୍ୱରରେ ଥିବା ମୂଲ୍ୟବାନ ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ସ୍ପେଶ୍‌ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଭିନ୍ନ କାର୍ଯ୍ୟକୁ ସହଜ କରିବା ପାଇଁ ୫-ଟି ଅଭିନବ ବ୍ୟବସ୍ଥା ଅଧୀନରେ ୮ ବୈଷୟିକ ସମାଧାନ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫-ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍‌ଓ୍ବାର୍କ, ଟାଇମ୍‌, ଟ୍ରାନ୍ସଫର୍ମେଶନ) ମଡେଲ୍‌ ୨୦୧୯ରେ ଆରମ୍ଭ କରାଯାଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ପ୍ରତ୍ୟେକ ବିଭାଗ ନିଜର ଲକ୍ଷ୍ୟ ହାସଲ ପାଇଁ ଦ୍ରୁତଗତିରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ବ୍ୟବସ୍ଥା ଯୋଗାଇଦେବାକୁ ବାର୍ଷିକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।
ଲୋକମାନଙ୍କୁ ହାତପାଆନ୍ତାରେ ସରକାରୀ ସୁବିଧା ଯୋଗାଇବା ଓ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୫-ଟି ଏବଂ ମୋ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ଆଣିବାରେ ସହାୟକ ହୋଇଛି। ଭୁବନେଶ୍ୱରରେ ଥିବା ମୂଲ୍ୟବାନ ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ସ୍ପେଶ୍‌ ଟେକ୍ନୋଲୋଜି ଏବଂ ଏଆଇ ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ସରକାରୀ ସମ୍ପତ୍ତିର ସୁରକ୍ଷାକୁ ଦୃଢୀଭୂତ କରିବା ସହ ଲୋକମାନଙ୍କୁ ସରକାରୀ ସମ୍ପତ୍ତିର ଉପଭୋଗ ପାଇଁ ସୁବିଧା ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ପାଇଁ ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟନ୍ତ୍ରୀ କହିଛନ୍ତି ଯେ, ଯେପରି କୌଣସି ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟାଳୟକୁ ନ ଆସିବାକୁ ପଡିବ ସେଥିପାଇଁ ଆମକୁ ସମସ୍ତ ସରକାରୀ ସେବାକୁ ଅନ୍‌ଲାଇନ ବ୍ୟବସ୍ଥା ନିଶ୍ଚିତ କରିବାକୁ ପଡିବ। ଏଥିପାଇଁ ୨୦୨୦ ଅଗଷ୍ଟ ୧୫ ଧାର୍ଯ୍ୟ କରାଯାଇଥିଲା। ମାତ୍ର କୋଭିଡ୍‌-୧୯ ମହାମାରୀ ପାଇଁ ଉକ୍ତ ସମୟକୁ ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଆସନ୍ତା ଆକ୍ଟୋବର ୨ ଯାଏ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ସେବାକୁ ଅନ୍‌ଲାଇନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଇ-ପ୍ରବେଶ (ଭିଜିଟର ପାସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ) ଏକ ଓ୍ବେବ୍‌ ଓ ମୋବାଇଲ ଆପ୍‌ ଆଧାରିତ ବ୍ୟବସ୍ଥା। ଏହାଦ୍ୱାରା ଜନସାଧାରଣ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ। ଏଥିରେ ଥିବା କ୍ୟୁଆର୍‌ କୋଡ୍‌ ଜରିଆରେ ପ୍ରବେଶକାରୀଙ୍କୁ ସୁରକ୍ଷା କର୍ମୀମାନେ ଯାଞ୍ଚ କରି ପାରିବେ।
ଇ-ଭବନ(ଓଡ଼ିଶା ଭବନ ମ୍ୟାନେଜମେଣ୍ଟ ସିଷ୍ଟମ) ବ୍ୟବସ୍ଥା ଜରିଆରେ ସରକାରୀ କର୍ମଚାରୀ, ଜନପ୍ରତିନିଧି ଏବଂ ସାଧାରଣ ଲୋକମାନେ ବିଭିନ୍ନ ରାଜ୍ୟରେ ଥିବା ଅତିଥି ଭବନଗୁଡିକୁ ସଂରକ୍ଷଣ କରିପାରିବେ।
ଇ-ଅତିଥି(ଷ୍ଟେଟ୍‌ ଗେଷ୍ଟ ହାଉସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌) ବ୍ୟବସ୍ଥା ରାଜ୍ୟର ଅତିଥି ଭବନ ପାଇଁ କାର୍ଯ୍ୟ କରିବ। ଭୁବନେଶ୍ୱରରେ ଥିବା ରାଜ୍ୟ ଅତିଥି ଭବନ ପରିଚାଳନା ପାଇଁ ଏହି ଇଣ୍ଟରନେଟ ବ୍ୟବସ୍ଥାକୁ ବ୍ୟବହାର କରାଯିବ।
ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚ୍‌ଆର୍‌ଏମ୍‌ଏସ୍‌-୨.୦) ଏକ ଓ୍ବେବ୍‌ ଓ ମୋବାଇଲ ଆପ୍ଲିକେଶନ ବ୍ୟବସ୍ଥା। ସମସ୍ତ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏହା ଏକ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଭାବେ କାର୍ଯ୍ୟ କରିବ।
ଲିଟିଗେଶନ ମ୍ୟାନେଜମେଣ୍ଟ ସିଷ୍ଟମ୍‌(ଏଲ୍‌ଏମ୍‌ଏସ୍‌ ୨.୦) ଆଇନଗତ ସମସ୍ୟାଗୁଡିକର ରେକର୍ଡ ରଖିବ। ଏହାଦ୍ୱାରା ସରକାର ଓ ସରକାରୀ ଓକିଲମାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବ। ଏହା ଅନ୍‌ଲାଇନ ଜରିଆରେ କୋର୍ଟ କେସ୍‌ଗୁଡିକ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରିବ।
ଓଡ଼ିଶା ରାଇଟ୍‌ ଟୁ ପବ୍ଲିକ ସର୍ଭିସ୍‌ ଆକ୍ଟ(ଓଆର୍‌ଟିପିଏସ୍‌ଏ) ଏକ ଅନ୍‌ଲାଇନ ମଡ୍ୟୁଲ୍‌ ବ୍ୟବସ୍ଥା। ଏହା ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାଗୁଡିକୁ ଏକ ସେଣ୍ଟ୍ରାଲ ମନିଟରିଂ ବ୍ୟବସ୍ଥା ଦ୍ୱାରା ତଦାରଖ କରିବ। ଲୋକମାନଙ୍କର ଆପତ୍ତି ଅଭିଯୋଗ ଶୁଣାଣିର ତଦାରଖ କରିବ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ସମଗ୍ର ଦେଶରେ ୫-ଟି ପ୍ରଶାସନିକ ବ୍ୟବସ୍ଥା ପାଇଁ ଓଡ଼ିଶା ଏକ ଆଦର୍ଶ ରାଜ୍ୟରେ ପରିଣତ ହୋଇଛି। ୧୦୫ଟି ସରକାରୀ ସେବାକୁ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଉଛି। ଏଥିପାଇଁ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ସେ ପ୍ରଶଂସା କରିଛନ୍ତି। ବୈଠକରେ ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଏହି ଆପ୍‌ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପ୍ରଶସ୍ତ’ (PRASHAST) ଆପ୍‌ ମାଧ୍ୟମରେ ସ୍କୁଲ ପିଲାମାନଙ୍କଠାରେ ଶିକ୍ଷଣ ଅକ୍ଷମତା ଏବଂ ଦିବ୍ୟାଙ୍ଗତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri