ଗହୀରମଥା ଅଞ୍ଚଳରେ ନୀଳରକ୍ତ କଙ୍କଡ଼ାଙ୍କ ମିଳନ

ମହାକାଳପଡ଼ା,୧୭ା୨(ଡି.ଏନ.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ହର୍ସସୁ କ୍ରାବ୍‌ ବା ଅଶ୍ୱଖୁରା କୃତି କଙ୍କଡ଼ାକୁ ବୈଜ୍ଞାନିକ ମତରେ ନୀଳ ରକ୍ତ କଙ୍କଡା କୁହାଯାଏ। ବିଶେଷକରି ଏହି ନୀଳରକ୍ତ କଙ୍କଡା ସାଧାରଣତଃ ପ୍ରଶାନ୍ତ ମହାସାଗର ଓ ବଙ୍ଗୋପସାଗରର ଓଡ଼ିଶା ଉପକୂଳକୁ ସୁରକ୍ଷିତ ମଣି ବସବାସ କରନ୍ତି। ଏହି ପ୍ରଜାତିର କଙ୍କଡାଗୁଡିକ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ମିଳନ ପର୍ବ ହୋଇଥାଏ। ସେମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେଲା ମାତ୍ରେ ଗଭୀର ସମୁଦ୍ରରୁ କୂଳ ଅଭିମୁଖେ ଆସିଥାନ୍ତି। ଦୋରସା ବାଲିଆ ସନ୍ତସନ୍ତିଆ ସ୍ଥାନରେ ଯୋଡ଼ା ଯୋଡ଼ା ହୋଇ ପଡିଥିବା ଲକ୍ଷ୍ୟ କରାଯାଏ। ସାଧାରଣତଃ ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ମିଳନ ହୋଇଥାଏ। ଏହି ବିରଳ ପ୍ରଜାତିର ନୀଳରକ୍ତ ଅଣ୍ଡିରା କଙ୍କଡା ଛୋଟ ହୋଇଥିବା ବେଳେ ମାଈ କଙ୍କଡା ବଡ଼ ହୋଇଥାଏ। ସମୁଦ୍ର ସଂଲଗ୍ନ ମହାନଦୀ ଅବବାହିକା ତ୍ରିକୋଣ ଭୂମି ବାଲିଚର ହୁକିଟୋଲା, ଲଞ୍ଚଘୋଲା ଓ ବିକନ୍‌ ପଏଣ୍ଟଠାରେ ବହୁଳ ଭାବେ ନୀଳରକ୍ତ କଙ୍କଡା ଦେଖିବାକୁ ମିଳିଥାନ୍ତି। ହେଲେ ମିଳନ ପ୍ରକ୍ରିୟା ପୂର୍ବରୁ ସମୁଦ୍ରରେ ଟ୍ରଲରର ଗାଞ୍ଜ ଜାଲରେ ପଡ଼ି ଏମାନଙ୍କର ଅକାଳରେ ଜୀବନ ଯାଉଛି। ନୀଳରକ୍ତ କଙ୍କଡା ଶତ୍ରୁ ଦେଖିଲେ ତା’ର ଲାଞ୍ଜରେ ଥିବା ମୁନିଆ କଣ୍ଟାରେ ଆକ୍ରମଣ କରିଥାଏ। ଆକ୍ରମଣ ଦ୍ୱାରା ବିଷାକ୍ତ ତରଳ ପଦାର୍ଥ ମଣିଷ ଶରୀରକୁ ଯିବା ଦ୍ୱାରା ବିଷ ଜ୍ୱଳା ପ୍ରବଳ ହୋଇଥାଏ।
ନୀଳ ରକ୍ତ କଙ୍କଡା ଜୈବ ବିବିଧତା, ସାମୁଦ୍ରିକ ପରିବେଶ ସନ୍ତୁଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ଏମାନଙ୍କୁ ଲିଭିଂ ଫସିଲ ୪ର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି କଙ୍କଡା ରକ୍ତରେ ଆଇରନ ବଦଳରେ କପର ବା ତମ୍ବା ସହ ହେମସିଆନିନ୍‌ ନାମକ ରାସାୟନିକ ପଦାର୍ଥ ଥିବାରୁ ଏମାନଙ୍କ ରକ୍ତ ନୀଳ ହୋଇଥାଏ। ତେଣୁ ଏମାନଙ୍କୁ ନୀଳ ରକ୍ତ କଙ୍କଡା କୁହାଯାଏ। ଏହି କଙ୍କଡା ରକ୍ତରେ ଥିବା ରୋଗ ନିଦାନ ଚିହ୍ନଟରେ ସହାୟକ ହୋଇଥାଏ। ଏମାନଙ୍କ ରକ୍ତରେ ବହୁ ଔଷଧ ତିଆରି ହୋଇଥାଏ। ବିଦେଶରେ ରକ୍ତର ଲିଟର ପିଛା ମୂଲ୍ୟ ୧୧ ଲକ୍ଷ ଟଙ୍କା ରହିଛି।
ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କୁହନ୍ତି, ଏହି ବିରଳ ପ୍ରଜାତିର ନୀଳରକ୍ତ କଙ୍କଡାଗୁଡ଼ିକର ସୁରକ୍ଷା ସଂରକ୍ଷଣ ଜରୁରୀ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ କରିଛୁ। ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ଲିଫଲେଟ୍‌ ମାଧ୍ୟମରେ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କୁହନ୍ତି, ସତୁରି-ଅଶୀ ଦଶକ ପୂର୍ବରୁ ନୀଳରକ୍ତ କଙ୍କଡାଗୁଡିକ ବହୁଳ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦେଖାଯାଉଥିଲେ। ୧୯୭୧, ୧୯୮୨, ୧୯୯୯ ଭଳି ମହାବାତ୍ୟା, ଜଳବାୟୁ ପରିବର୍ତ୍ତନ ଓ କଳ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ସମୁଦ୍ର ଜଳରେ ମିଶିବା ଦ୍ୱାରା ଏମାନଙ୍କ ଜୀବନ ଶୈଳୀରେ ବିଘଟନ ଘଟୁଛି। ଫଳରେ ଏମାନଙ୍କ ବଂଶ ବିପଦ ଆଡକୁ ଠେଲି ହୋଇଯାଉଛି। ସରକାରୀ, ବେସରକାରୀ ଓ ସ୍ଥାନୀୟ ବନ ବିଭାଗ ଏହି କଙ୍କଡାଙ୍କ ସୁରକ୍ଷା ଲାଗି ସଚେତନତା ସୃଷ୍ଟି କରିବା ଦରକାର। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଏହି ବିରଳ ପ୍ରଜାତିର ନୀଳରକ୍ତ କଙ୍କଡାଙ୍କ ରକ୍ତରେ ଔଷଧୀୟ ଗୁଣ ରହିଥିବାରୁ ବହୁ ମୂଲ୍ୟବାନ। ଗହୀରମଥା ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ବନ ବିଭାଗ ଏମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ପରିବେଶବିତମାନଙ୍କ ପକ୍ଷରୁ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri