ଫୁଟବଲ ମ୍ୟାଚର ରକ୍ତଭିଜା ଇତିହାସ : ମନେ ପଡ଼ିଲା ୫୮ ବର୍ଷ ତଳର ପେରୁରେ ହୋଇଥିବା ସମାନ ଘଟଣା, ୩୨୦ ଜଣଙ୍କ ଯାଇଥିଲା ଜୀବନ…

ଜାକର୍ତ୍ତା,୨।୧୦ : ଏକ ଫୁଟବଲ ମ୍ୟାଚ ସମୟରେ ଇଣ୍ଡୋନେସିଆର ଭୟଙ୍କର ହିଂସାରେ ମୃତ୍ୟୁ ସଂଖ୍ୟା ବଢ଼ିିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଯନ୍ତ୍ରଣାଦାୟକ ଘଟଣାରେ ୧୭୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୧୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ଲୋକ ଗୁରୁତର ଅଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ଏହି ହିଂସାତ୍ମକ ଘଟଣା ପୁରୁଣା ସ୍ମୃତିକୁ ଫେରାଇ ଆଣିଛି। ଏହା ଫୁଟବଲ ମ୍ୟାଚର ରକ୍ତଭିଜା ଇତିହାସକୁ ପୁଣି ତାଜା କରିଛି। ୫୮ ବର୍ଷ ପୂର୍ବେ ୧୯୬୪ ମେ ୨୪ରେ ପେରୁର ଜାତୀୟ ଷ୍ଟାଡିୟମରେ ମ୍ୟାଚ ପରେ ଆରମ୍ଭ ହୋଇଥିବା ହିଂସାରେ ୩୨୦ ଜଣଙ୍କର ମୃତ୍ୟୁ ଘଟିଥିଲା।

ପେରୁର ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିଲା। ଏହି ମ୍ୟାଚ ଆର୍ଜେଣ୍ଟିନା ଏବଂ ପେରୁ ମଧ୍ୟରେ ହୋଇଥିଲା। ଟୋକିଓ ଅଲିମ୍ପିକ୍ସରେ ନିଜର ସ୍ଥାନ ସୁଦୃଢ଼ କରିବାକୁ ଉଭୟ ଦଳ ପଡ଼ିଆରେ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଶେଷ ହେବାର ୨ ମିନିଟ ପୂର୍ବରୁ ଆର୍ଜେଣ୍ଟିନା ୧-୦ ରେ ଆଗୁଆ ରହିଥିଲା। ତା’ପରେ ପେରୁ ଗୋଲ କରିଥିଲା। କିନ୍ତୁ ମ୍ୟାଚ ରେଫରି ଗୋଲକୁ ଅମାନ୍ୟ ଘୋଷଣା କରିଥିଲେ। ଏହା ପେରୁକୁ ଅଲିମ୍ପିକ୍ସରୁ ବାଦ ଦେଇଥିଲା ।

ପେରୁ ଅଲିମ୍ପିକ୍ସ ବାହାରି ଯିବାରୁ କ୍ରୋଧିତ ପେରୁଆ ପ୍ରଶଂସକମାନେ ପଡ଼ିଆ ମଝିକୁ ଆସି ବିଶୃଙ୍ଖଳା ସୃଷ୍ଟି କରିବା ଆରମ୍ଭ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ଗୁଳି ଚଳାଇ ଦୁଷ୍କର୍ମକାରୀଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ। ଏହା ଯୋଗୁ ଦଳାଚକଟା ଆରମ୍ଭ ହୋଇଥିଲା। ଷ୍ଟାଡିୟମର ଗେଟ ବନ୍ଦ ଥିବାରୁ ଲୋକମାନେ ବାହାରକୁ ଯିବାକୁ ସୁଯୋଗ ପାଇ ନଥିଲେ। ଏହି କାରଣରୁ ୩୨୦ ଲୋକଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri