ରାଜନୀତିରୁ ବଢୁଛି ରକ୍ତପାତ

ଢେଙ୍କାନାଳ ଅଫିସ, ୧୭।୫: ରାଜନୈତିକ ଗୋଷ୍ଠୀ କନ୍ଦଳରୁ ବଢୁଛି ରକ୍ତପାତ। ଗଡୁଛି ମୁଣ୍ଡ। ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଧରାପଡୁଛନ୍ତି ସତ, ହେଲେ ପରଦା ପଛର ଖଳନାୟକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ ପୋଲିସ। ଆକ୍ଷେପ-ପ୍ରତିଆକ୍ଷେପ ରାଜନୀତି, ଠିକାଦାରି କାରବାର, ଦଳୀୟ ବିବାଦ ଏଭଳି ହତ୍ୟାକାଣ୍ଡର ପ୍ରମୁଖ କାରଣ ବୋଲି କୁହାଯାଉଛି। ଢେଙ୍କାନାଳ ଜିଲାର ରାଜନୀତିକୁ ନିୟନ୍ତ୍ରଣରେ ରଖିବାକୁ ଏଭଳି ଜଘନ୍ୟକାଣ୍ଡ ଘଟାଯାଉଥିବା ଚର୍ଚ୍ଚା ହେଉଛି। ୨୦୧୩ରୁ ଅଦ୍ୟାବଧି ଜିଲାରେ ଏଭଳି ୪ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଛି। କେବଳ କାମାକ୍ଷାନଗର ଉପଖଣ୍ଡ ତଥା ନିର୍ବାଚନମଣ୍ଡଳୀରେ ଯାଇଛି ୩ଜଣଙ୍କ ଜୀବନ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏଭଳି ହିଂସା ରୋକିବା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ଗୋଇନ୍ଦା ସଂସ୍ଥା ଜରିଆରେ ବିବାଦୀୟ ତଥା ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରାଜନେତାଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଢେଙ୍କାନାଳ ଜିଲାର ଅନ୍ୟତମ ସମ୍ବେଦନଶୀଳ କାମାକ୍ଷାନଗର ନିର୍ବାଚନମଣ୍ଡଳୀ ଓ ଉପଖଣ୍ଡରେ ୨୦୧୩ ପରଠାରୁ ରାଜନୈତିକ ଗୋଷ୍ଠୀ ବିବାଦଜନିତ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି। କାମାକ୍ଷାନଗର ଥାନା ତଥା ଭୁବନ ବ୍ଲକର ଦୀଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ରାଉତଙ୍କୁ ଗତ ମେ’ ୭ ରାତିରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହାପଛର କାରଣ ରାଜନୈତିକ କନ୍ଦଳ, ଠିକାଦାରି କାମ ବିବାଦ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିପୂର୍ବରୁ ୨୦୨୧ରେ କାମାକ୍ଷାନଗର ବ୍ଲକ ବାରୁଅଁା (କା) ପଞ୍ଚାୟତର ଦୀପକ ମହନ୍ତ ହତ୍ୟାର ଶିକାର ହୋଇଥିଲେ। ଦୀପକ ଦୀର୍ଘଦିନ ଧରି ପଞ୍ଚାୟତ ପ୍ରତିନିଧି ଥିଲେ। ୨୦୧୮ରେ ଜିଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଥିଲା। ସେ କାର୍‌ରେ ଘରକୁ ଫେରୁଥିବାବେଳେ କାମାକ୍ଷାନଗର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଅଭିଯୁକ୍ତଙ୍କ ଆଖିବୁଜା ଗୁଳିଚାଳନାରେ ସେ ଟଳି ପଡ଼ିଥିଲେ। ଏହି ହତ୍ୟାକାଣ୍ଡରେ ସୁପାରି କିଲର, ସାର୍ପସୁଟରଙ୍କୁ ବ୍ୟବହାର କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ଅନୁରୂପ ଭାବେ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଢେଙ୍କାନାଳ ସଦର ବ୍ଲକ ତରଭା ପଞ୍ଚାୟତ ତଥା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭାଜପା ସମର୍ଥକ ସଲମନ ରାଉତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୨୦୧୩ ପୂର୍ବରୁ ହିନ୍ଦୋଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନବଘନ ସାହୁଙ୍କୁ ତାଙ୍କ ଗ୍ରାମ ଗଞ୍ଜରାରେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା। ସେ ପ୍ରାତଃଭ୍ରମଣ ସାରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ। ଅନୁରୂପ ଭାବେ ରାଜନୈତିକ ଗୋଷ୍ଠୀ କନ୍ଦଳରୁ ସଦର ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ରାଉତଙ୍କ ଜୀବନ ଯାଇଥିଲା। ସଲମନ୍‌ଙ୍କୁ ବାଦ୍‌ଦେଲେ ହତ୍ୟାର ଶିକାର ହୋଇଥିବା ଅନ୍ୟମାନେ ଶାସକ ବିଜେଡିର ଦୃଢ଼ ସମର୍ଥକ ଥିଲେ। ଏସବୁ ସମ୍ବେଦନଶୀଳ ଘଟଣା ପଛରେ ପ୍ରଭାବଶାଳୀଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ତେବେ ରାଜନୈତିକ ଚାପ କାରଣରୁ ପୋଲିସ ନାମକୁ ମାତ୍ର କେତେଜଣ ଅଭିଯୁକ୍ତଙ୍କୁ ଧରି ନୀରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାବେଳେ ଏବେଠାରୁ ରାଜନୈତିକ ବୟାନବାଜି ଆରମ୍ଭ ହେଲାଣି। ସୋସିଆଲ୍‌ ମିଡିଆରେ ଆକ୍ଷେପ-ପ୍ରତିଆକ୍ଷେପ ବଢ଼ିବାରେ ଲାଗିଛି। ଠିକାଦାରି କାମକୁ ନେଇ ବିବାଦୀୟ ଘଟଣାମାନ ଘଟିବାରେ ଲାଗିଛି, ଯାହା ଆଗକୁ ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଏହାକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗୋଇନ୍ଦା ତଥ୍ୟ ଆଧାରରେ ବିବାଦୀୟ ରାଜନୈତିକ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ରାଜନୈତିକ ହିଂସା ରୋକିବା ଲାଗି ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି। ପ୍ରତି ଅଞ୍ଚଳରେ ଥାନାଧିକାରୀଙ୍କୁ ରାଜନୈତିକ ଗଣ୍ଡଗୋଳ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ପାଇଁ କୁହାଯାଇଛି। ବିଶେଷ କରି ଭୁବନ, କଙ୍କଡ଼ାହାଡ଼, ପରଜଙ୍ଗ ଓ କାମାକ୍ଷାନଗରରେ ପୂର୍ବରୁ ଏଭଳି ଘଟଣାମାନ ଘଟିଥିବାରୁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri