ବହୁତଳ ଆପାର୍ଟମେଣ୍ଟ ବର୍ଷାଜଳ ନିଷ୍କାସନର ପ୍ରତିବନ୍ଧକ

ବ୍ରହ୍ମପୁର,୨୫।୬(ସ୍ମୃତି ରଞ୍ଜନ ମହାଲିକ)ମୌସୁମୀ ପ୍ରଭାବରେ ଗତ ୩ ଦିନ ଧରି ବ୍ରହ୍ମପୁରରେ ଲାଗି ରହିଥିବା ଳଗାଣ ବର୍ଷା କାରଣରୁ ସହରତଳି ଅଞ୍ଚଳଗୁଡିକ ନର୍ଦ୍ଦମା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି। ସହରତଳି ଅଞ୍ଚଳ ଗୁଡିକରେ ବ୍ୟବସ୍ଥିତ ଡ୍ରେନର ଅଭାବ, ବିପର୍ଯ୍ୟସ୍ତ ରାସ୍ତା ଘାଟ ଓ ଯୋଜନା ବିହୀନ ଭାବେ ମନମୁଖୀ ବହୁ ତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ବର୍ତ୍ତମାନ ବର୍ଷାର ପ୍ରଭାବରେ ବ୍ରଜନଗର, ଶକ୍ତି ନଗର, ଶ୍ରୀମା ନଗର, ଆଦିଶକ୍ତି ନଗର, ହନୁମାନ ନଗର, ବାସୁଦେବ ନଗର, କାଳୁଆ ନଗର, ବାପୁଜୀ ନଗର, ଖାରବେଳ ନଗର, ବସନ୍ତ ବିହାର, ଗାୈତମ ନଗର, ଗୋବିନ୍ଦ ବିହାର, ରାମକୃଷ୍ଣ ନଗର, ନୀଳାଞ୍ଚଳ ନଗର ଓ ଅଳକାପୁରୀ ଅଞ୍ଚଳରେ ବର୍ଷା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଯାହାଫଳରେ ରାସ୍ତାରେ ଯାତାୟତ ସମସ୍ୟା ପାଲଟିଛି। ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ଦିନରେ ଲଘୁଚାପ ବର୍ଷା ଆସୁଥିବାରୁ ବଡ ବର୍ଷା ହେଲେ ସହରତଳି ଅଞ୍ଚଳଗୁଡିକରେ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହା ସହଜରେ ଅନୁମେୟ। ସେହିଭଳି ସହରତଳି ଅଞ୍ଚଳ ଦେଇ ଯାଇଥିବା ବାହାନା ନାଳ ବର୍ଷା ଦିନ ପୂର୍ବରୁ ସଫେଇ ଓ ପୁନଃ ରୁଦ୍ଧାର ନ ହେବା ଫଳରେ ଆଗାମୀ ଦିନରେ ପରିସ୍ଥିତି ସଂଗୀନ ହେବ। ଫଳରେ ସହରତଳି ବାସିନ୍ଦା ଜଳବନ୍ଦୀ ଜୀବନ ବିତାଇବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ଯଦି ମହାନଗର ନିଗମ ପକ୍ଷରୁ ସହର ତଳି ଅଞ୍ଚଳ ଗୁୁଡିକରେ ପ୍ଲାନିଂ କରାଯାଇ ଡ୍ରେନ ନିର୍ମାଣ କରାଯାଇ ସେଗୁଡିକୁ ବାହାନା ନାଳ ସହ ସଂଯୋଗୀକରଣ କରାଗଲେ ବର୍ଷା ପାଣି ବାହାନା ନାଳରେ ପ୍ରବାହିତ ହୁଅନ୍ତା। ଏଥିସହ ସହରତଳି ଅଞ୍ଚଳ ଗୁଡିକରେ ଛତୁ ଫୁଟିଲା ଭଳି ଗଢୁ ଉଠିଥିବା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ପାଇଁ ବର୍ଷା ଜଳ ପ୍ରାକୃତିକ ନିଷ୍କାସନର ପ୍ରତିବନ୍ଧକ ଉପୁଜିଛି ବୋଲି କମିଟି କହିଛି। ତତସହିତ ବିଇଏମସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ ସଫେଇ କାର୍ଯ୍ୟକୁ ନିଆଯାଇଛି। ସହରତଳି ଅଞ୍ଚଳ ଏ ସବୁ ସୁବିଧାରୁ ବାଦ ପଡିଛି। ଯାହାଦ୍ୱାରା ସହରତଳି ଅଞ୍ଚଳ ବାସିନ୍ଦା ବର୍ଷା ଦିନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କମିଟି ଅଭିଯୋଗ କରିଛି। ଏଣୁ ସହରତଳି ଅଞ୍ଚଳକୁ ବିଇଏମସିରେ ସାମିଲ କରାଯାଇ ଅବ୍ୟବସ୍ଥା ଡ୍ରେନର ସୁଧାର ଆଣିବା ସହ ପରିମଳ ବ୍ୟବସ୍ଥାରେ ମଧ୍ୟ ସୁଧାର ଆଣିବା ପାଇଁ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri