Advertisement

୫୫ ନଂ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ ଅଫିସ,୨୫ା୧୧: ଢେଙ୍କାନାଳ ସହର କଲେଜ ବାଇପାସ୍‌ଛକ ଠାରେ ଶୁକ୍ରବାର ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏଥିରେ ଢେଙ୍କାନାଳ, ଅନୁଗୋଳ ଜିଲାର ବିଜେଡି ନେତୃବୃନ୍ଦ ବହୁସଂଖ୍ୟାରେ ସାମିଲ ହୋଇଛନ୍ତି। କଟକ ଜିଲା ମଙ୍ଗୁଳିଛକଠାରୁ ଢେଙ୍କାନାଳ, ଅନୁଗୋଳ ଜିଲା ଦେଇ ସମ୍ବଲପୁର ପର୍ଯ୍ୟନ୍ତ ଯାଇଥିବା ପ୍ରମୁଖ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ମନ୍ଥରତା ଓ ଅହେତୁକ ବିଳମ୍ବ ପ୍ରତିବାଦରେ ଏହି ରାଜପଥ ଅବରୋଧ ହୋଇଛ। ଏହି ସମୟରେ କଡ଼ା ପୋଲିସ ସୁରକ୍ଷା ବଳୟରେ ରାଜପଥ ଦେଇ ଯାଉଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଗାଡ଼ିକୁ ମଧ୍ୟ ରାଜପଥ ଅବକାରୀମାନେ ଫେରାଇ ଦେଇଥିଲେ। ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଆଜିକୁ ୫ ବର୍ଷ ହେବନ କରିବାରୁ ରାସ୍ତା ବିପଦସଙ୍କୁଳ ହୋଇ ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଜୀବନ ହାନି ହେଉଛି। ବାରମ୍ବାର ଜାତୀୟ ରାଜପଥ ପ୍ରାଧିକରଣ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ବିଜେଡି ପକ୍ଷରୁ ଏହାର ପ୍ରତିବାଦରେ ରାଜପଥ ଅବରୋଧ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୮।୧୨: ରାୟଗଡ଼ା ଜିଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏଲ୍‌ସି ନିଜେ...

ପ୍ରଶାସନ ଅକ୍ତିଆରକୁ ଗଲା ଜବରଦଖଲ ଜମି

ବଇଣ୍ଡା,୧୮।୧୦(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି...

ବିକାଶ ପଥରେ ଜରାଙ୍ଗ

ସମ୍ବଲପୁର,୨୪ା୯(ବ୍ୟୁରୋ): ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜରାଙ୍ଗ। ଏକଦା ମାଓବାଦୀମାନେ ଏହି ଅଞ୍ଚଳରେ ସକ୍ରିୟ ଥିଲେ। ହେଲେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବାରୁ...

ବାଇକ୍‌ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ

ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର...

ପାଚିକା ସୁକାନ୍ତି ମୃତ୍ୟୁ ଘଟଣା : ଜେଲ ଗଲେ ୩ ଅଭିଯୁକ୍ତ, ୪ ଫେରାର

ନୂଆଗାଁ,୧୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ବାସିନ୍ଦା ତଥା ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଥିବା ସୁକାନ୍ତି...

କେନ୍ଦ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହକଲା କୁଡୁମୀ ସେନା

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଛକରେ ସୋମବାର ଓଡ଼ିଶା କୁଡୁମୀ ସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ସୂଚନାଯୋଗ୍ୟ,...

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ୱରୀ

ବରଗଡ଼ ଅଫିସ୍‌,୨୫।୯: ବରଗଡ଼ ସହର ତଳିପଡ଼ାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ରବିବାର ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ମହାଳୟା ତିଥିରେ ଦେବୀଙ୍କୁ ଧବଳମୁଖୀ ବେଶରେ...

କଂଗ୍ରେସର କୋଭିଡ୍‌ ଆକ୍ସନ ଗ୍ରୁପ୍‌

ଢେଙ୍କାନାଳ ଅଫିସ, ୧୭।୪ – କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇଛି ଢେଙ୍କାନାଳ ଜିଲା କଂଗ୍ରେସ। ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଦଳପକ୍ଷରୁ ଜିଲାସ୍ତରୀୟ କୋଭିଡ୍‌-୧୯...

Advertisement
Archives

Model This Week