ବିଜେଡି ଛାଡି ଭାଜପାରେ ଯୋଗ ଦେଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ

ପାଟଣା,୧୮।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ଦେଖା ଦେଇଛି। ରବିବାର ପାଟଣା ଏବଂ ସାହାରପଡ଼ା ବ୍ଲକରୁ ବିଜେଡି ଓ ଭାଜପା ଛାଡି କେତେକ ନେତା ଭୁବନେଶ୍ୱରଠାରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ବିଜେଡି ଛାଡି କେତେକ ନେତା ଭାଜପାରେ ସାମିଲ ହୋଇଛନ୍ତି। ଫଳରେ ବିଜେଡି ପାଟଣା ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ହୋଇଥିବା ଆଲୋଚନା ଆରମ୍ଭ ହୋଇଯାଇଛି।

ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ, ତାଙ୍କ ସ୍ବାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶନାଥ ନାୟକ। ଏପରିକି ପାଟଣା ବ୍ଲକର ୧୦ ସରପଞ୍ଚ, ୧୧ସମିତି ସଭ୍ୟ। ସେମାନେ ହେଲେ ଚିନାମାଳି ପଶି ସରପଞ୍ଚ ଝୁମିତା ନାଏକ, ମୁଷଖୋରି ସରପଞ୍ଚ ଭାମା ମଣି ଦାସ, ପଲାଣ ଘାଟିର ରାଉତ ମୁଣ୍ଡା, ମୁରୁସୁଆଁ ହରିଶଙ୍କର ଦେହୁରୀ, ତୁରୁମୁଙ୍ଗାର ସୁଲେଖା ନାଏକ, ବୁଢ଼ୀକାପୁଡି ମମତା ନାଏକ, ଚେମେଣାର ହେମଲତା ନାଏକ, ବାଉଁଶୁଳୀ ସୁଜାତା ସର୍ଦ୍ଦାର, ରାଜନଗର ସୁଧାଂଶୁ ଶେଖର ନାଏକ, ଚାକୁଣ୍ଡାପାଳର ରକ୍ଷାମଣି ନାଏକ।

ସେହିପରି ତୁରୁମୁଙ୍ଗାର ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରେ ଅଛନ୍ତି ଆଶୁମତି ସାହୁ, କେନ୍ଦେଇପୋଶି ପ୍ରଦୀପ ନାଏକ, ଟାଙ୍ଗରପଡ଼ାର ଭାଗବତ ନାଏକ, ଚାକୁଣ୍ଡା ପାଳ ଉତ୍ତମ ଚନ୍ଦ୍ର ବେହେରା, ମିରିଗିଖୋଜିର ଦ୍ରୌପଦି ମହାନ୍ତ, କଣ୍ଟିଆପଡ଼ାର ସଞ୍ଜୁ ମହାନ୍ତ, ଏରେଣ୍ଡେଇର ଜମ୍ବୁ ନାଏକ, ଡୁମୁରିଆ ଜୟନ୍ତୀ ନାଏକ, ଚୀନା ମାଳି ପୋଷି ଚନ୍ଦ୍ର ମଣି ପାତ୍ର ।

ସେହିପରି ଜଣା ଶୁଣା ବ୍ୟକ୍ତିଙ୍କ ମଧ୍ୟରେ ପାଟଣାର ସମବାୟବିତ ଦିନ ବନ୍ଧୁ ମିଶ୍ର, ଘନ ଶ୍ୟାମ ମିଶ୍ର, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭା ବତୀ ଦେହୁରୀ, ବିଜେଡି ନେତା ଭାଗିରଥି ଦାଶ, ଉଦୟପୁର କଂଗ୍ରେସ ନେତା ରବି ବୋଘେଲ, ଗୋରାସର ନାରାୟଣ ନାଏକ।

ସାହାରପଡ଼ା ବ୍ଲକ ଡାଳପକା ସମିତି ସଭ୍ୟ ଦିପୁ ମହାନ୍ତ, ଦାମହୁଦାର ପରେଶ ଚନ୍ଦ୍ର ସେଠୀ, ତେଣ୍ଡରାର ଲଳିତ ମୁଣ୍ଡା, ଉଦୟ ପୁରର ରିନୁ ମୁଣ୍ଡା, ମାଛଗଡର ଟିପୁ ନାଥ ହୋ, ଖୁଣ୍ଟାପଡ଼ାର ନିରଞ୍ଜନ ଲୋହାର, ଖଜିରା ପାଟର ଅଞ୍ଜୁଲତା ନାଏକ। ସାହାର ପଡ଼ା ବ୍ଲକ ରାଇଡିହା ସରପଞ୍ଚ ବିଜୁ ନାଏକ, ଗୋରାସର ଜଳଧର ନାଏକଙ୍କ ସହ ଚମ୍ପୁଆ ବ୍ଲକର ଅନେକ ନେତା ଭାଜପାରେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଜ୍ୟ ଭାଜପା ପ୍ରଭାରୀ ବୀଜୟ ପାଲସିଂ ତୋମାର, ରାଜ୍ୟ ଭାଜପା ଉପସଭାପତି ବିରଞ୍ଚି ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାଏକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ପୂର୍ବତନ ସାହାରପଡ଼ା ବ୍ଲକ ଅଧକ୍ଷ ଗୌତମ ନାଏକ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri