ଅଙ୍ଗୁଳି ଦେଖାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କଲେ ବ୍ଲକ ଅଧକ୍ଷା, ବିଧାୟକଙ୍କୁ ତୀର ମାରିବା ଘଟଣାର ମିଳୁନି ପ୍ରମାଣ

ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା ଘଟଣାକୁ ନେଇ ବ୍ଲକ ପରିସରରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି । ବିଧାୟକ ଅଭିମନ୍ୟୁ ସେଠି ନିଜ ଦଳୀୟକର୍ମୀଙ୍କ ସହ ବ୍ଲକ ପରିସରରେ ହୋ ହାଲ୍ଲା କରି ବିଡ଼ିଓଙ୍କ ଉପରେ ଉତ୍ୟକ୍ତ ହୋଇଥିଲେ । କିନ୍ତୁ ଏହି ଘଟଣାର ସତ୍ୟତା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି  । କାରଣ ଏ ବାବଦରେ କୌଣସି ପ୍ରମାଣ ଅଦ୍ୟାବଧି ମିଳି ପାରିନି ।

ଘଟଣା ସମ୍ପର୍କରେ ବିଡ଼ିଓ ରଞ୍ଜନ ପରିଡା କହିଛନ୍ତି ଯେ ବିଧାୟକ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । କାରଣ ଅଭିଯୋଗ ବାବଦରେ କୌଣସି ପ୍ରମାଣ ନାହିଁ । ସମ୍ପୃକ୍ତ ଯନ୍ତ୍ରୀ ମଧ୍ୟ ବିଧାୟକଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । କିନ୍ତୁ ସମ୍ପୃକ୍ତ ଘଟଣାକୁ ନେଇ ବିଧାୟକଙ୍କ ପତ୍ନୀ ତଥା ବ୍ଲକ ଅଧକ୍ଷା ସାବିତ୍ରୀ ସେଠି ମୋ ଅଫିସ ଚାମ୍ବରକୁ ଆସି ଅଙ୍ଗୁଳି ଦେଖାଇ ଅତି କଦର୍ଯ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କଲେ, ଯାହାକି ନିନ୍ଦନୀୟ, ଦୁଃଖଦାୟକ ଏବଂ ଅଗ୍ରଣୀୟ ।

ଏହି ସମୟରେ ବିଧାୟକ ମଧ୍ୟ ଉପସ୍ଥିତ ରହିଥିଲେ । ଏ ନେଇ ଜିଲାପାଳଙ୍କୁ ଜଣାଇଛି, ଜିଲାପାଳ ବ୍ଲକ ଆସି ଘଟଣା ସମ୍ପର୍କ ରେ ବୁଝିବେ ବୋଲି କହିଛନ୍ତି ବିଡିଓ । ବିଜେଡି ବିଧାୟକ ଅଭିମନ୍ୟୁ ସେଠି କହିଛନ୍ତି ଯେ ଆମ ଦଳର କର୍ମୀ ପାଖରୁ ଘଟଣା ବାବଦରେ ଶୁଣିଥିଲି । ଏହାର ପ୍ରମାଣ କର୍ମୀଙ୍କ ନିକଟରେ ଥିବ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଏବଂ ସାଂସଦ ପ୍ରତିନିଧି ସୁନୀଲ ନାୟକ କହିଛନ୍ତି ଯେ ବିଜେଡି ବିଧାୟକ ନିଜ କର୍ମୀଙ୍କ ଜରିଆରେ ସରକାରୀ ଅନୁଦାନକୁ ଲୁଟ କରିବା ଉଦ୍ୟମରେ ବିଫଳ ହେବା ଏବଂ ଦଳର ସ୍ଥିତି ଧୀରେ ଧୀରେ ଦୁର୍ବଳ ହେବା କାରଣରୁ ଏପରି ନାଟକ ରଚନା କରାଯାଇ ସରକାରୀ କର୍ମଚାରୀଙ୍କୁ ହଇରାଣ କରାଯାଉଛି ।

ବିଧାୟକଙ୍କ ସ୍ତ୍ରୀ ବ୍ଲକ ଅଧକ୍ଷା ଥିବାରୁ ବିଡ଼ିଓଙ୍କୁ ଯେଉଁ ଦୁର୍ବ୍ୟବହାର କଲେ ତାହା ବରଦାସ୍ତ କରାଯିବନି । ତୁରନ୍ତ ପ୍ରଶାସନ ବ୍ଲକ ଅଧକ୍ଷା ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ଅଟେ  । ସୂଚନା ଯୋଗ୍ୟ, ବ୍ଲକ ଅଧକ୍ଷା କରିଥିବା ଦୁର୍ବ୍ୟବହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ବ୍ଲକ ଅଧକ୍ଷା ସାବିତ୍ରୀ ସେଠି ଦୁର୍ବ୍ୟବହାର ପ୍ରସଙ୍ଗକୁ ଅସ୍ବୀକାର କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri