ବିଡିଓଙ୍କ ନାଁରେ କୋର୍ଟରେ ମାମଲା ଦାଏର କଲେ ବ୍ଲକ ଅଧ୍ୟକ୍ଷା

ଗୁଣପୁର,୩ା୧୧(ଡି.ଏନ୍‌.ଏ.): ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କ ନାମରେ ବ୍ଲକ ଅଧ୍ୟକ୍ଷା ଝିଲି ଶବର କୋର୍ଟରେ ଶୁକ୍ରବାର ମାମଲା ଦାୟର କରିଛନ୍ତି। ଏ ନେଇ ଗୁଣପୁର ଏସଡିଜେଏମ୍‌ଙ୍କ କୋର୍ଟରେ ୱାନ୍‌ ସିସି ୨୮/୨୨, ଦଫା ୫୦୦, ୫୦୩, ୫୦୬ରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ କ୍ରମେ ଓକିଲ ଉମାଚରଣ ପଟ୍ଟନାୟକ କୋର୍ଟରେ ମାମଲା ରୁଜୁ କରିଛନ୍ତି।
ବ୍ଲକ ଅଧ୍ୟକ୍ଷା ଝିଲି ଶବରଙ୍କ ଅଭିଯୋଗରୁ ଜଣାଯାଏ, ନଭେମ୍ବର ୨୯ ରେ ଜନଶୁଣାଣି କାର୍ଯ୍ୟକ୍ରମ ପରେ ଅପରାହ୍ନରେ ସେ ନିଜ କକ୍ଷରେ ବସିଥିଲେ। ଏହି ସମୟରେ ବିଡିଓ ଅଚାନକ ତାଙ୍କ କକ୍ଷକୁ ଆସିଥିଲେ। ବ୍ଲକ ଉପାଧ୍ୟକ୍ଷ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି। ତୁମେ ଜଣେ ଅଶିକ୍ଷିତ ଆଦିବାସୀ ମହିଳା। ତୁମର ବୁଦ୍ଧି, ଜ୍ଞାନ କିଛି ନାହିଁ। ବ୍ୟବହାର ନ ଶିଖି ଲୋକଙ୍କୁ ଟଙ୍କା ଦେଇ ଭୋଟ କିଣି ଅଧ୍ୟକ୍ଷା ହୋଇଛ। ତେଣୁ ମୁଁ ଯେମିତି କହୁଛି ଶୁଣ, ନଚେତ ତୁମ ନାଁରେ ପୋଲିସ କେସ୍‌ କରି ତୁମ ଅନ୍ତ ଦେଖିବି ବିଡିଓ ଧମକ ଦେଇ ସେଠାରୁ ଚାଲିଯାଇଥିଲେ ବୋଲି ଅଧ୍ୟକ୍ଷା ଶବର ଅଭିଯୋଗରେ ଜଣାଇଛନ୍ତି। ସର୍ବସାଧାରଣରେ ଏଭଳି ଦୁର୍ବ୍ୟବହାର କରିବା ଦ୍ୱାରା ମାନହାନି ହୋଇଛି। ସର୍ବସାଧାରଣରେ ଲଜ୍ଜିତ ହେବା ସହ ଜୀବନ ପ୍ରତି ବିପଦ ରହିଛି। ତେଣୁ ବାଧ୍ୟ ହୋଇ କୋର୍ଟରେ ମାମଲା ଦାୟର କରିଥିବା ଅଧ୍ୟକ୍ଷା ଉଲ୍ଲେଖ କରିଛନ୍ତି। କୋର୍ଟରେ ଏହି ମାମଲା ରୁଜୁ ହେବାପରେ ଘଟଣାଟି ଏବେ ଭିନ୍ନ ମୋଡ଼ ନେଇଛି। ଅଧ୍ୟକ୍ଷା ଏବଂ ବିଡିଓଙ୍କ ମଧ୍ୟରେ ଲାଗିରହିଥିବା ଶୀତଳ ଯୁଦ୍ଧ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ନିଭେମ୍ବର ୨୨ରେ ବିଡିଓଙ୍କ କାର୍ଯ୍ୟକଳାପକୁ ନେଇ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହାପରେ ବିଡିଓ ୨୩ ତାରିଖରେ ଗୁଣପୁର ଥାନାରେ ଅଧ୍ୟକ୍ଷାଙ୍କ ଭାଇ ମଧୁସୁଦନ ଶବରଙ୍କ ସମେତ ସନ୍ତୋଷ ରଥ ଏବଂ ଚାନ୍ଦ ପାଳଙ୍କ ନାମରେ ଏତଲା ଦେଇଥିଲେ। ଏହାପରେ ୨୫ରେ ବିଜେଡି ପକ୍ଷରୁ ପୌର ପରିଷଦ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ପୌର ପରିଷଦରେ ଅଧ୍ୟକ୍ଷା ଏବଂ ତାଙ୍କ ସ୍ବାମୀ ଦୁର୍ନୀତି କରୁଥିବା ଅଭିଯୋଗ କରିଥିଲେ। ସେହିଦିନ ରାତିରେ ଗୁଣପୁର ପୋଲିସ ମଧୁସୁଦନ ଶବରଙ୍କୁ ଗିରଫ କରିଥିଲା।

ଅଧ୍ୟକ୍ଷା ଫେରାଇଲେ କେସ୍‌ ରେକର୍ଡ

ଗୁଣପୁର,(ଡି.ଏନ୍‌.ଏ.): ଗୁଣପୁର ବ୍ଲକ କାର୍ଯ୍ୟାଳୟରୁ କେସ୍‌ ରେକର୍ଡ ନିଖୋଜ ଥିବା ନେଇ ବିଡିଓ ନଭେମ୍ବର ୩୦ ରେ ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ତୁମ୍ବି ତୋଫାନ ସୃଷ୍ଟି ହୋଇଥିଲା। ଶେଷରେ ବ୍ଲକ ଅଧ୍ୟକ୍ଷା ଝିଲି ଶବର ଶୁକ୍ରବାର ୮ଟି ରେକର୍ଡ ଫେରାଇଛନ୍ତି। ଏ ନେଇ ସେ ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତେବେ ଫାଇଲ ଫେରାଇବା ସହ ସେ ବିଡିଓଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପଞ୍ଚାୟତ ସମିତିରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ରେକର୍ଡ ଗୁଡ଼ିକ ଭେରିଫିକେସନ ଏବଂ କାଉଣ୍ଟର ସିଗ୍‌ନେଚର ପାଇଁ ଆସିଥିଲା। ଚୁଡାନ୍ତ ମଞ୍ଜୁରି ପୂର୍ବରୁ ଉନ୍ନୟନ କାମ ପରିଦର୍ଶନ କରିବେ ବୋଲି ବିଡିଓଙ୍କୁ ଅନେକ ଥର ଜଣାଇଥିଲେ ମଧ୍ୟ ବିଡିଓ ସହଯୋଗ କରି ନ ଥିଲେ ବୋଲି ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି। କୌଣସି କାମରେ ସହଯୋଗ କରି ନ ଥିଲେ ଏବଂ ଉନ୍ନୟନ କାର୍ଯ୍ୟ ତଦାରଖ କରିବା ପାଇଁ ବ୍ଲକର ଗାଡ଼ି ମଧ୍ୟ ଦେଇ ନ ଥିଲେ। ତେଣୁ ଫାଇଲ ନ ଫେରାଇ ରଖିଥିଲେ ବୋଲି ଅଧ୍ୟକ୍ଷା ଶବର ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ବିଡିଓଙ୍କ ଅଭିଯୋଗକ୍ରମେ ବୁଧବାର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ମାଜିଷ୍ଟ୍ରେଟ ଭାବେ ଗୁଣପୁର ତହସିଲଦାରଙ୍କ ଉପସ୍ଥିତିରେ ତଲାସି କରାଯାଇଥିଲା। ହେଲେ ସେଠାରୁ କୌଣସି କେସ୍‌ ରେକର୍ଡ ମିଳି ନ ଥିଲା। ଏହାପରେ ବିଡିଓ ବ୍ଲକ ଅଫିସରୁ କେସ୍‌ ରେକର୍ଡ ନିଖୋଜ ଥିବା ନେଇ ଥାନରେ ଏତଲା ଦେଇଥିଲେ। ୨ ମାସ ହେଲା କେସ୍‌ ରେକର୍ଡ ଗୁଡ଼ିକ କାଉଣ୍ଟର ସିଗ୍‌ନେଚର ପାଇଁ ଅଧ୍ୟକ୍ଷାଙ୍କ ନିକଟକୁ ଯାଇଛି। ହେଲେ ସେ ଫାଇଲ ଗୁଡ଼ିକ ଫେରାଇ ନ ଥିବା ବିଡିଓ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri