ବିଡିଓଙ୍କ ନାଁରେ କୋର୍ଟରେ ମାମଲା ଦାଏର କଲେ ବ୍ଲକ ଅଧ୍ୟକ୍ଷା

ଗୁଣପୁର,୩ା୧୧(ଡି.ଏନ୍‌.ଏ.): ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କ ନାମରେ ବ୍ଲକ ଅଧ୍ୟକ୍ଷା ଝିଲି ଶବର କୋର୍ଟରେ ଶୁକ୍ରବାର ମାମଲା ଦାୟର କରିଛନ୍ତି। ଏ ନେଇ ଗୁଣପୁର ଏସଡିଜେଏମ୍‌ଙ୍କ କୋର୍ଟରେ ୱାନ୍‌ ସିସି ୨୮/୨୨, ଦଫା ୫୦୦, ୫୦୩, ୫୦୬ରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ କ୍ରମେ ଓକିଲ ଉମାଚରଣ ପଟ୍ଟନାୟକ କୋର୍ଟରେ ମାମଲା ରୁଜୁ କରିଛନ୍ତି।
ବ୍ଲକ ଅଧ୍ୟକ୍ଷା ଝିଲି ଶବରଙ୍କ ଅଭିଯୋଗରୁ ଜଣାଯାଏ, ନଭେମ୍ବର ୨୯ ରେ ଜନଶୁଣାଣି କାର୍ଯ୍ୟକ୍ରମ ପରେ ଅପରାହ୍ନରେ ସେ ନିଜ କକ୍ଷରେ ବସିଥିଲେ। ଏହି ସମୟରେ ବିଡିଓ ଅଚାନକ ତାଙ୍କ କକ୍ଷକୁ ଆସିଥିଲେ। ବ୍ଲକ ଉପାଧ୍ୟକ୍ଷ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି। ତୁମେ ଜଣେ ଅଶିକ୍ଷିତ ଆଦିବାସୀ ମହିଳା। ତୁମର ବୁଦ୍ଧି, ଜ୍ଞାନ କିଛି ନାହିଁ। ବ୍ୟବହାର ନ ଶିଖି ଲୋକଙ୍କୁ ଟଙ୍କା ଦେଇ ଭୋଟ କିଣି ଅଧ୍ୟକ୍ଷା ହୋଇଛ। ତେଣୁ ମୁଁ ଯେମିତି କହୁଛି ଶୁଣ, ନଚେତ ତୁମ ନାଁରେ ପୋଲିସ କେସ୍‌ କରି ତୁମ ଅନ୍ତ ଦେଖିବି ବିଡିଓ ଧମକ ଦେଇ ସେଠାରୁ ଚାଲିଯାଇଥିଲେ ବୋଲି ଅଧ୍ୟକ୍ଷା ଶବର ଅଭିଯୋଗରେ ଜଣାଇଛନ୍ତି। ସର୍ବସାଧାରଣରେ ଏଭଳି ଦୁର୍ବ୍ୟବହାର କରିବା ଦ୍ୱାରା ମାନହାନି ହୋଇଛି। ସର୍ବସାଧାରଣରେ ଲଜ୍ଜିତ ହେବା ସହ ଜୀବନ ପ୍ରତି ବିପଦ ରହିଛି। ତେଣୁ ବାଧ୍ୟ ହୋଇ କୋର୍ଟରେ ମାମଲା ଦାୟର କରିଥିବା ଅଧ୍ୟକ୍ଷା ଉଲ୍ଲେଖ କରିଛନ୍ତି। କୋର୍ଟରେ ଏହି ମାମଲା ରୁଜୁ ହେବାପରେ ଘଟଣାଟି ଏବେ ଭିନ୍ନ ମୋଡ଼ ନେଇଛି। ଅଧ୍ୟକ୍ଷା ଏବଂ ବିଡିଓଙ୍କ ମଧ୍ୟରେ ଲାଗିରହିଥିବା ଶୀତଳ ଯୁଦ୍ଧ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ନିଭେମ୍ବର ୨୨ରେ ବିଡିଓଙ୍କ କାର୍ଯ୍ୟକଳାପକୁ ନେଇ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହାପରେ ବିଡିଓ ୨୩ ତାରିଖରେ ଗୁଣପୁର ଥାନାରେ ଅଧ୍ୟକ୍ଷାଙ୍କ ଭାଇ ମଧୁସୁଦନ ଶବରଙ୍କ ସମେତ ସନ୍ତୋଷ ରଥ ଏବଂ ଚାନ୍ଦ ପାଳଙ୍କ ନାମରେ ଏତଲା ଦେଇଥିଲେ। ଏହାପରେ ୨୫ରେ ବିଜେଡି ପକ୍ଷରୁ ପୌର ପରିଷଦ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ପୌର ପରିଷଦରେ ଅଧ୍ୟକ୍ଷା ଏବଂ ତାଙ୍କ ସ୍ବାମୀ ଦୁର୍ନୀତି କରୁଥିବା ଅଭିଯୋଗ କରିଥିଲେ। ସେହିଦିନ ରାତିରେ ଗୁଣପୁର ପୋଲିସ ମଧୁସୁଦନ ଶବରଙ୍କୁ ଗିରଫ କରିଥିଲା।

ଅଧ୍ୟକ୍ଷା ଫେରାଇଲେ କେସ୍‌ ରେକର୍ଡ

ଗୁଣପୁର,(ଡି.ଏନ୍‌.ଏ.): ଗୁଣପୁର ବ୍ଲକ କାର୍ଯ୍ୟାଳୟରୁ କେସ୍‌ ରେକର୍ଡ ନିଖୋଜ ଥିବା ନେଇ ବିଡିଓ ନଭେମ୍ବର ୩୦ ରେ ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ତୁମ୍ବି ତୋଫାନ ସୃଷ୍ଟି ହୋଇଥିଲା। ଶେଷରେ ବ୍ଲକ ଅଧ୍ୟକ୍ଷା ଝିଲି ଶବର ଶୁକ୍ରବାର ୮ଟି ରେକର୍ଡ ଫେରାଇଛନ୍ତି। ଏ ନେଇ ସେ ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତେବେ ଫାଇଲ ଫେରାଇବା ସହ ସେ ବିଡିଓଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପଞ୍ଚାୟତ ସମିତିରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ରେକର୍ଡ ଗୁଡ଼ିକ ଭେରିଫିକେସନ ଏବଂ କାଉଣ୍ଟର ସିଗ୍‌ନେଚର ପାଇଁ ଆସିଥିଲା। ଚୁଡାନ୍ତ ମଞ୍ଜୁରି ପୂର୍ବରୁ ଉନ୍ନୟନ କାମ ପରିଦର୍ଶନ କରିବେ ବୋଲି ବିଡିଓଙ୍କୁ ଅନେକ ଥର ଜଣାଇଥିଲେ ମଧ୍ୟ ବିଡିଓ ସହଯୋଗ କରି ନ ଥିଲେ ବୋଲି ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି। କୌଣସି କାମରେ ସହଯୋଗ କରି ନ ଥିଲେ ଏବଂ ଉନ୍ନୟନ କାର୍ଯ୍ୟ ତଦାରଖ କରିବା ପାଇଁ ବ୍ଲକର ଗାଡ଼ି ମଧ୍ୟ ଦେଇ ନ ଥିଲେ। ତେଣୁ ଫାଇଲ ନ ଫେରାଇ ରଖିଥିଲେ ବୋଲି ଅଧ୍ୟକ୍ଷା ଶବର ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ବିଡିଓଙ୍କ ଅଭିଯୋଗକ୍ରମେ ବୁଧବାର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ମାଜିଷ୍ଟ୍ରେଟ ଭାବେ ଗୁଣପୁର ତହସିଲଦାରଙ୍କ ଉପସ୍ଥିତିରେ ତଲାସି କରାଯାଇଥିଲା। ହେଲେ ସେଠାରୁ କୌଣସି କେସ୍‌ ରେକର୍ଡ ମିଳି ନ ଥିଲା। ଏହାପରେ ବିଡିଓ ବ୍ଲକ ଅଫିସରୁ କେସ୍‌ ରେକର୍ଡ ନିଖୋଜ ଥିବା ନେଇ ଥାନରେ ଏତଲା ଦେଇଥିଲେ। ୨ ମାସ ହେଲା କେସ୍‌ ରେକର୍ଡ ଗୁଡ଼ିକ କାଉଣ୍ଟର ସିଗ୍‌ନେଚର ପାଇଁ ଅଧ୍ୟକ୍ଷାଙ୍କ ନିକଟକୁ ଯାଇଛି। ହେଲେ ସେ ଫାଇଲ ଗୁଡ଼ିକ ଫେରାଇ ନ ଥିବା ବିଡିଓ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri