ଶିକ୍ଷକଙ୍କ ଲମ୍ବା ଛୁଟି ତଥ୍ୟ ପୁନଃ ମାଗିଲେ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ନବରଙ୍ଗପୁର,୩।୧୨(ବି.ପ୍ର.): ନବରଙ୍ଗପୁର ଜିଲାରେ କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ତ ଆଉ କେଉଁଠି ନକଲି ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି। ଯାଞ୍ଚ ପରେ ଧରା ପଡିଲେ ଚାକିରିରୁ ବହିଷ୍କୃତ କରାଯାଉଛି। ବହିଷ୍କାର ପୂର୍ବରୁ ନକଲିି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ ଥାନାରେ ଏତଲା ଦେବା ଭଳି ଘଟଣା ମଧ୍ୟ ନଜିର ରହିଛି । ଅନେକ ନକଲି ଶିକ୍ଷକଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ମାମଲା ପରେ ଏବେ ଫେରାର ଅଛନ୍ତି। ତେବେ ଦୀର୍ଘ ମାସ ଓ ବର୍ଷ ଛୁଟିରେ ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ। କେବଳ ରାଜ୍ୟ ଗଣଶିକ୍ଷା ବିଭାଗକୁ ଚିଠି ଟିଏ କରି ଦେଇ ଚୁପ୍‌ ରହୁଛନ୍ତି ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀ। ଲମ୍ବା ଛୁଟି ତଥ୍ୟ ପ୍ରଦାନ ସମ୍ପର୍କରେ ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଛାଡ଼ିଦେଲେ ମାଧ୍ୟମିକ ଶିକ୍ଷକମାନଙ୍କ ପ୍ରତି ଜିଲା ଶିକ୍ଷା ଅଧିକାରୀଙ୍କ ବଦାନ୍ୟତା କାହିଁକି ବୋଲି ଶିକ୍ଷକଙ୍କ ମଧ୍ୟ ଆଲୋଚନା ଚାଲିଛି। ଏବେ ପୁଣି ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମ୍ପୂର୍ଣ୍ଣ ବିବରଣୀ ସହ ତଥ୍ୟ ପ୍ରଦାନ କରିବାକୁ ଚିଠି କରିଛନ୍ତି।
ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମ୍ବିତ କୁମାର ନାୟକ ଚିଠି ନମ୍ବର ୨୩୫୦୭ରେ ରାଜ୍ୟର ସମସ୍ତ ଡିଇଓଙ୍କୁ ଲମ୍ବା ଛୁଟିରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ତାଲିକା ଓ ତଥ୍ୟ ପ୍ରଦାନ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଡିଇଓ ପ୍ରଦୀପ କୁମାର ନାଗ ୩ ତାରିଖରେ ଚିଠି ନମ୍ବର ୬୩୪୧ ପ୍ରକାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ତଥ୍ୟ ଦେଇଥିଲେ। ଚାକିରିରୁ ବହିଷ୍କୃତ ଶିକ୍ଷକଙ୍କ ନାମ ଓ କେଉଁ ତାରିଖରୁ ଦର୍ଶାଇଛନ୍ତି। ଜଣେ କୋର୍ଟ ମାମଲାରେ ଲମ୍ବା ଛୁଟିରେ ଥିବା ଦର୍ଶାଇଥିଲେ। ଅନ୍ୟତ୍ର ୧୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଦାର୍ଘ ବର୍ଷ ଧରି ଲମ୍ବା ଛୁଟିରେ କ’ଣ ପାଇଁ ରହିଛନ୍ତି ତାହାର କୌଣସି କାରଣ ଦର୍ଶାଯାଇ ନ ଥିଲା। ଏହାଛଡ଼ା ସେ ମାଧ୍ୟାମିକ ଶିକ୍ଷକଙ୍କ ଲମ୍ବାଛୁଟି ତାଲିକା ପ୍ରଦାନ କରି ନ ଥିଲେ। ଏହାକୁ ନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ୨୪ ତାରିଖରେ ଚିଠି ନମ୍ବର ୨୫୨୧୭ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି। ସେଥିରେ ପୂର୍ବ ଚିଠିର ନମ୍ବର ପକାଇ ଜଣାଇଛନ୍ତି ଯେ, ପୂର୍ବରୁ ଯେଉଁ ତଥ୍ୟ ପ୍ରଦାନ କରାଯାଇଥିଲା ତାହା ଅସମ୍ପୂର୍ଣ୍ଣ। ତେଣୁ ତାହା ଗ୍ରହଣଯୋଗ୍ୟ ନୁହେଁ। ଏବେ ସମ୍ପୂର୍ଣ୍ଣ ତଥ୍ୟ ସହ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ଉକ୍ତ ରିପୋର୍ଟ ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି। ଶିକ୍ଷକଙ୍କ ନାମ, କେଉଁ ବର୍ଗର ଶିକ୍ଷୟିତ୍ରୀ ଶିକ୍ଷକ, କେଉଁ ସମୟରୁ କେଉଁ ସମୟ ମଧ୍ୟରେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କୁ କେଉଁ ତାରିଖରେ କୈଫିୟତ ମଗାଯାଇଥିଲା, କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କେତେ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କୃତ କରାଯାଇଛି, ବର୍ତ୍ତମାନ ସ୍ଥିତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଏକ ଫର୍ମାଟ ମାଧ୍ୟମରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି, ଯାହାକି ୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ଥିଲେ ମଧ୍ୟ ଏବେ ସୁଦ୍ଧା ତଥ୍ୟ ପଠାଯାଇ ନ ଥିବା ବିଶେଷ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri