ସଚେତନତା ଆଗରେ ଭାରିପଡୁଛି ଅନ୍ଧ ବିଶ୍ୱାସ: ଗୁଣିଗାରେଡି ସନ୍ଦେହରେ ବଳି ପଡୁଛି ନିରୀହ ଜୀବନ

ଭବାନୀପାଟଣା,୭ା୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ଆଜି ବି ଲୋକେ ଗୁଣିଗାରେଡି ଉପରେ ବିଶ୍ବାସ କରୁଛନ୍ତି। ଏପରିକି ଏହି ଅନ୍ଧ ବିଶ୍ବାସ ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଇଯାଉଛି। ଅନ୍ଧବିଶ୍ୱାସ ରୋକିବାକୁ ବିଭିନ୍ନ ସମୟରେ ସଚେତନତା କରାଯାଉଥିବା ସତ୍ତ୍ବେ ସଚେତନ ଆଗରେ ଭାରି ପଡୁଛି ଅନ୍ଧ ବିଶ୍ୱାସ। ଗୁଣି ଗାରେଡି ସନ୍ଦେହରେ ଗତ ମେ ମାସରେ ଜିଲାରେ ୨ ନିରୀହ ଲୋକଙ୍କ ଜୀବନ ଯାଇଛି। ମେ ୧୭ରେ ଜୁନାଗଡ଼ ଥାନା ଛୋରିଆଗଡ଼ ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇଙ୍କ ଜୀବନ ଯାଇଥିଲା। ସାନ ଭାଇ ସୁବଳ ବାଗ (୪୫)ଙ୍କୁ ବଡ଼ ଭାଇ ଗୋପୀ ବାଗ(୪୯) ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ସେହିପରି ଏହାର ଦିନକ ପରେ ଅର୍ଥାତ୍‌ ମେ ୧୮ରେ କଲମପୁର ଥାନା ଦେପୁର ଗାଁରେ ରୂପସିଂ ମାଝୀ(୬୫)ଙ୍କୁ ଗୁଣିଗାରେଡି ସନ୍ଦେହରେ ଉକ୍ତ ଗାଁର ଲିଙ୍ଗରାଜ ମାଝୀ(୨୨) ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ପୋଖରୀର ଫୋପାଡି ଦେଇଥିଲେ। ଘଟଣାର ୧୦ଦିନ ପରେ ପୋଲିସ ଅଭିଯୁକ୍ତ ଲିଙ୍ଗରାଜଙ୍କୁ ଗୋଆରୁ ଗିରଫ କରିଥିଲା। ପଚରାଉଚୁରା ପରେ ସେ ରୂପସିଂଙ୍କ ହତ୍ୟାକାରୀ ବୋଲି ପୋଲିସ ଆଗରେ ସ୍ବୀକାର କରିଥିଲେ। ହତ୍ୟାକାରୀ ଯୁବକଙ୍କ ମା’ବାପା ଦୁଇବର୍ଷ ହେଲା ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁ ଶଯ୍ୟାଶାୟୀ ଅଛନ୍ତି। ରୂପସିଂ ଗୁଣିଗାରେଡି କରି ତାଙ୍କ ମା’ବାପାଙ୍କୁ ଏମିତି କରିଛି ଭାବି ତାଙ୍କୁ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରସ୍ତୁତି ଅନୁଯାୟୀ ଗାଁର ପଞ୍ଚାୟତ ଗୃହଠାରେ ବୃଦ୍ଧଙ୍କୁ ହତ୍ୟା କରିଥିଲେ। ପରେ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ମୃତଦେହକୁ କାନ୍ଧରେ ବୋହି ଗାଁ ପୋଖରୀରେ ପୋତିଦେଇ ଫେରାର ହୋଇଯାଇଥିଲେ। ସେହିପରି ଅକ୍ଟୋବର ୨୦୨୩ରେ ଗୁଣିଗାରେଡ଼ି ସନ୍ଦେହରେ ଜୁନାଗଡ଼ ଥାନା ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ହୋଇଥିଲା। ଏଥିରେ ଜଣେ ବୃଦ୍ଧ, ମହିଳା ଓ ୨ ବର୍ଷର ଶିଶୁଙ୍କୁ ସମ୍ପର୍କୀୟ ପୁତୁରା ମହେନ୍ଦ୍ର ମାଝୀ ହତ୍ୟା କରିଥିଲେ। ସେତେବେଳେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଧୁନିକ ଯୁଗରେ ମଧ୍ୟ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସରୁ ନିରୀହ ଲୋକଙ୍କ ଜୀବନ ଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଜିଲା ପ୍ରଶାସନ ଏ ଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri