ଜେନାପୁର,୪ା୪(ଡି.ଏନ.ଏ.): ଧର୍ମଶାଳା ତହସିଲ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୧୧ରେ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ସଂଲଗ୍ନ ବାଘୁଆ ୪ନଂ. କଳାପଥର ଖାଦାନ ଉପରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସ ଉପସ୍ଥିତିରେ ସେଠାରେ ନାଲି ପତାକା ଓ ସୂଚନାଫଳକ ଲଗାଯାଇ ସମ୍ପୃକ୍ତ ଖାଦାନ ଅଞ୍ଚଳକୁ ଯିବା ଦଣ୍ଡନୀୟ ଅପରାଧ ବୋଲି ଡାକବାଜି ଯନ୍ତ୍ରଦ୍ୱାରା ଘୋଷଣା କରାଯାଇଥିଲା। ଏଥିସହିତ ପ୍ରଶାସନ ପକ୍ଷରୁ ସଇରାତ ପ୍ରବେଶ ପଥକୁ ଖୋଳି ମେଶିନ ଓ ଗାଡ଼ି ଯିବା ବାଟ ବନ୍ଦ କରାଯାଇଥିଲା। କିନ୍ତୁ ପଥର ମାଫିଆମାନେ ପ୍ରଶାସନର ଏସବୁ ନିୟମକୁ ବେଖାତିର କରି ପୁଣି ବ୍ଲାଷ୍ଟିଂ ଆରମ୍ଭ କରିଛନ୍ତି। କିଛିଦିନ ହେବ ଉକ୍ତ ବେଆଇନ ଖାଦାନରେ ଦିନ ରାତି ବ୍ଲାଷ୍ଟିଂ କରାଯାଉଛି। ତେବେ ୧୪୪ ଧାରା ଜାରି ପରେ ପୋଲିସ ହେପାଜତକୁ ଯାଇଥିବା ଏହି ଖାଦାନ କିପରି ଚାଲିଲା ତାହାକୁ ନେଇ ଆଲୋଚନା ଜୋର ଧରିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜସ୍ବ ବିଭାଗ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ବିଭାଗର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ପ୍ରଶାସନର କୋହଳ ମନୋଭାବ ଯୋଗୁ ବେଆଇନପଥର ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ପ୍ରତ୍ୟେକ ଦିନ ଢୋଢା ଶବ୍ଦରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡୁଛନ୍ତି। ବିସ୍ଫୋରଣ ଶବ୍ଦ ଓ ତୀବ୍ରତା ଯୋଗୁ ଅଞ୍ଚଳବାସୀଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଉଛି। ଏପରି କି ଅଞ୍ଚଳର ବହୁ ଶ୍ରମିକଙ୍କ ଜୀବନ ମୃତ୍ୟୁମୁଖକୁ ଠେଲି ହୋଇଯାଇଛି। କିଛି ଦିନ ତଳେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଚାଲିଥିବା ବହୁ କ୍ରଶର ଭଙ୍ଗା ଯାଇଥିବା ବେଳେ ଏକାଧିକ କ୍ରଶରକୁ ସିଲ୍ କରାଯାଇଥିଲା। ତେଣୁ ବେଆଇନ ଖାଦାନ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ତହସିଲଦାର ସ୍ବାଗତ କୁମାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର
ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...
ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ
ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...
ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…
ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...
ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ
ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...
‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...
କିସ୍ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…
ଭୁବନେଶ୍ୱର,୧୭ା୧୨: କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ...
୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...
ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି
ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...
Archives


