କାବୁଲରେ ପୁଣି ବିସ୍ଫୋରଣ

କାବୁଲ,୨୯।୮: ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ରବିବାର କାବୁଲ ବିମାନବନ୍ଦର ନିକଟ ଖୱାଜା ବୁଗ୍‌ରା ଅଞ୍ଚଳରେ ରକେଟ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଘରୁ ଧୂଆଁ ବାହାରୁ ଥିବା ଦେଖାଯାଇଛି। ସୂଚନାନୁସାରେ, ଏହି  ଆକ୍ରମଣ କାବୁଲ ବିମାନବନ୍ଦରର ଉତ୍ତର ଫାଟକ ନିକଟରେ ଘଟିଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ ବିସ୍ଫୋରଣ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। କିନ୍ତୁ ଏହି ଆତ୍ମଘାତୀ ଆକ୍ରମଣ ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିିଛି। ବିଶେଷ କଥା ହେଉଛି ରବିବାର ସକାଳେ ଆମେରିକା କାବୁଲ ବିମାନବନ୍ଦର ନିକଟରେ  ଆକ୍ରମଣ ବିଷୟରେ ଚେତାବନୀ ଦେଇଥିଲା ଏବଂ ବିମାନବନ୍ଦରର ଫାଟକ ବିଷୟରେ କହିଥିଲା ଏବଂ ଏବେ ଏହି ଆକ୍ରମଣ ବିମାନବନ୍ଦରର ସମାନ ଉତ୍ତର ଫାଟକ ନିକଟରେ ଘଟିଛି।
୩ ଦିନ ପୂର୍ବରୁ ମଧ୍ୟ କାବୁଲ ବିମାନବନ୍ଦର ନିକଟରେ ୨ଟି ବିସ୍ଫୋରଣ ହୋଇଥିଲା। ଏଥିରେ ୧୬୯ ଆଫଗାନିସ୍ତାନ ନାଗରିକ ଏବଂ ୧୩ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପିଟଲ୍‌ ବିଲ୍ଡିଂ ବାହାରେ ଶପଥ ନେବେ ବାଇଡେନ୍‌

ଓ୍ବାଶିଂଟନ, ୧୭।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହାରିସ୍‌ ଜାନୁୟାରୀ ୨୦ରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। କୋଭିଡ୍‌-୧୯...

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି।...

‘ମୋତେ ଲୁହ ପୋଛିବାକୁ ପଡ଼ିବ’

କାବୁଲ୍‌,୧୬ା୮: ଆଫଗାନିସ୍ତାନର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକେ ଜୀବନ...

ଦୁର୍ଘଟଣା ପୂର୍ବରୁ ୩ ମିନିଟ୍‌ ମଧ୍ୟରେ ୨୬ ହଜାର ଫିଟ୍‌ ତଳକୁ ଖସି ଥିଲା ବିମାନ

ନୂଆଦିଲ୍ଲୀ,୨୨।୩: ମୋଟ ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାଇନିଜ ବିମାନ ସୋମବାର ଚାଇନାର ସଦର୍ନ ଗୁଆନଜି ରାଜ୍ୟରେ ଖସି ପଡ଼ିଛି। ତେବେ ଅନଲାଇନ ଫ୍ଲାଇଟ୍‌...

ତାଲିବାନ ସରକାର ଗଠନ ପୂର୍ବରୁ କାବୁଲ ପହଞ୍ଚିଲେ ଆଇଏସ୍ ମୁଖ୍ୟ, ପାକିସ୍ତାନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ୍ କରିବାର କଲେ ବାହାନା

କାବୁଲ,୪ ।୯: ତାଲିବାନ ଖୁବଶୀଘ୍ର ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଯାଉଛି । ଏହି ସମୟରେ ତାଲିବାନର ବଡ ବଡ ନେତା ପାକିସ୍ତାନ ସହ କୌଣସି...

ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପ୍ରଥମଥର ପାଇଁ ନିନ୍ଦା କଲା ତାଲିବାନ!

କାବୁଲ,୧୨ ।୯: ଆମେରିକାଠାରୁ ୧୧ହଜାର ୧୩୧ କିଲୋମିଟର ଦୂର ତାଳିବାନରେ ଆମେରିକା ଉପରେ କରାଯାଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଏନ୍ତୁଡିଶାଳ ଥିବା ବେଳେ ଏବେ ଦୀର୍ଘ...

ୟୁକ୍ରେନ ଶରଣାର୍ଥୀଙ୍କ ପାଇଁ ମେଡାଲ ବିକ୍ରି କରିବେ ରୁଷିଆ ନୋବେଲ ଶାନ୍ତି ପୁରଷ୍କାର ବିଜେତା

ମସ୍କୋ,୨୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୨୭ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏହି ପଦକ୍ଷେପକୁ ନେଇ ଅନେକ ପାଶ୍ଚାତ୍ୟ...

ବାଂଲାଦେଶ ମନ୍ତ୍ରୀଙ୍କ ଉପରକୁ ଆଇଏସ୍‌ର ଆକ୍ରମଣ: ୨ ପୋଲିସ ଆହତ

ଢାକା,୧।୯: ବାଂଲାଦେଶର ଢାକାରେ ଶନିବାର ରାତିରେ ଜଣେ ମନ୍ତ୍ରୀଙ୍କ ଉପରକୁ ଆଇଏସ୍‌ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ମନ୍ତ୍ରୀ ଜଣଙ୍କ ବର୍ତ୍ତି...

Advertisement
Archives

Model This Week