ଜଙ୍ଗଲ ନିଆଁରେ ଆକ୍ତାମାକ୍ତା

ଅନୁଗୋଳ ଅଫିସ, ୩: ବନାଗ୍ନି କବଳରେ ରାଜ୍ୟର ଅଧିକାଂଶ ଜଙ୍ଗଲ। ହୁ ହୁ ହୋଇ ଜଳୁଛି ଗଛଲତା। ଜଙ୍ଗଲ ନିଆଁ ପରିବେଶ ପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଏଥିରୁ ନିର୍ଗତ ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ଜଙ୍ଗଲ ନିଆଁ ପାଇଁ ଅନୁଗୋଳ ସହରବାସୀ ରବିବାର ସକାଳୁ ଦୀର୍ଘ ୬ଘଣ୍ଟା ଧରି ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ସାରା ସହରରେ କଳାଧୂଆଁର ଆସ୍ତରଣ ଖେଳିଯାଇଥିବାବେଳେ ଏହାକୁ ନେଇ ଅକଳରେ ପଡ଼ିଥିଲେ ଜନସାଧାରଣ।
ପ୍ରଦୂଷଣକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି ଶିଳ୍ପ ଜିଲା ଅନୁଗୋଳ। ତେବେ ରବିବାରର ପରିସ୍ଥିତି ଥିଲା ଅଲଗା। ସକାଳୁ ସାରା ସହରକୁ ନିଜ ଆୟତ୍ତକୁ ନେଇ ସାରିଥିଲା ଧୂଆଁ। ଖରା ଟାଣ ହେବା ପରେ ମଧ୍ୟାହ୍ନରେ ପାଗ ସ୍ବାଭାବିକ ହୋଇଥିଲା। ତେବେ ଅପରାହ୍ନ ପରେ ପୁନରାବୃତ୍ତି ହୋଇଥିଲା ସକାଳର ସ୍ଥିତି। ଅନୁଗୋଳ ବନଖଣ୍ଡ, ସାତକୋଶିଆ ବନଖଣ୍ଡ ଏବଂ ଆଠମଲ୍ଲିକ ବନଖଣ୍ଡରେ ଲାଗିଥିବା ନିଆଁ ଏବଂ ଏଥିରୁ ସୃଷ୍ଟି ଧୂଆଁ ଯୋଗୁ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ଫେଲ୍ମାରିଥିବାବେଳେ ସ୍ଥାନୀୟ ଲୋକେ ଏବେ ଭୟଙ୍କର ପ୍ରଦୂଷଣର ଶିକାର ହେଉଥିବା ପରିଲକ୍ଷିତ ହୋଇଛି। ଅନ୍ୟପଟେ ପ୍ରତିଦିନ ସକାଳେ ହେଉଥିବା କୁହୁଡ଼ି ଯୋଗୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି।
ରବିବାର ସୃଷ୍ଟି ହୋଇଥିବା ଧୂଆଁମୟ ପରିବେଶର ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଛି। ଶ୍ୱାସ ରୋଗରେ ପୀଡ଼ିତ ଲୋକମାନେ ବିଶେଷ ଭାବେ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଆଖି ପୋଡ଼ିବା ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ପ୍ରଥମେ ଶିଳ୍ପାନୁଷ୍ଠାନର ପ୍ରଦୂଷିତ ଧୂଆଁରୁ ଏଭଳି ସ୍ଥିତି ଉପୁଜିଥିବା ଲୋକମାନେ ଅନୁମାନ କରିଥିଲେ। ହେଲେ ପରେ ଏହାର କାରଣ ସ୍ପଷ୍ଟ ହୋଇଥିଲା। ରନ୍ତଲେଇ ନିକଟ ମନ୍ଦରଗିରି ପାହାଡ଼ ପଛପାର୍ଶ୍ୱରୁ ଧୂଆଁ ସହରକୁ ମାଡ଼ିଯାଇଥିବା ଜଣାପଡ଼ିଥିଲା। ବନ ବିଭାଗର ଜଙ୍ଗଲ ନିଆଁକୁ ହାଲୁକାରେ ନେଉଛି। ଏହାକୁ ଆୟତ୍ତ କରା ଗଲେ ଜିଲାର ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏଥିପାଇଁ ଜିଲାବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଘଟଣା ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଅନୁପ ମଲ୍ଲିକ କହିଛନ୍ତି, ଅନୁଗୋଳ ଏକ ଆବଦ୍ଧ ଅଞ୍ଚଳ। ତେଣୁ ଧୂଆଁ ମୁକ୍ତ ହୋଇ ବାୟୁ ଚଳାଚଳରେ କଷ୍ଟ ହେଉଛି। ବନାଗ୍ନି ଫଳରେ ନିର୍ଗତ ଧୂଆଁ ଏବଂ କୁହୁଡ଼ିଆ ପାଗ ପାଇଁ ଏହା ସ୍ମଗ୍ରୂପ ନେଇଛି। ପାଗ ବଦଳିଲେ ଅବସ୍ଥା ସୁଧୁରିଯିବ ବୋଲି ସେ କହିଛନ୍ତି। ସମ୍ପର୍କରେ ବନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରିନାହିଁ


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri