ବ୍ଲାକ୍‌ ପଲସର ଆତଙ୍କ: ଫାଙ୍କା ଗୁଳି ଚଳାଇ ୫ଲକ୍ଷ ଲୁଟିନେଲେ

ଖୋର୍ଦ୍ଧା ଅଫିସ,୩ା୨: ଖୋର୍ଦ୍ଧା-ନୟାଗଡ଼ ୫୭ନମ୍ବର ଜାତୀୟ ରାଜପଥରେ ବ୍ଲାକ୍‌ ପଲସର ଆତଙ୍କ। ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଛକରେ ୪ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଦୁଇଜଣ କମ୍ପାନୀ କର୍ମଚାରୀଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀ ଦ୍ୱୟ ରାସ୍ତାକଡ଼ କେନାଲକୁ ଡେଇଁପଡ଼ିିଥିଲେ। ଫଳରେ ଦୁହେଁ ସାମାନ୍ୟ ଆହତ ହୋଇଛନ୍ତି। ସମ୍ପୃକ୍ତ କର୍ମଚାରୀ ଦ୍ୱୟ ହେଲେ ବିଜୟ ଦାସ ଓ ଉମାକାନ୍ତ ହୋତା। ଖବର ପାଇ ବାଘମାରୀ ଥାନା ପୋଲିସ ପହଞ୍ଚି ଉକ୍ତ କର୍ମଚାରୀ ଦ୍ୱୟଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ନାଳରେ ଖସି ପଡ଼ିିଥିବା ବାଇକ୍‌କୁ ପୋଲିସ ଲୋକଙ୍କ ସହାୟତାରେ ଉଦ୍ଧାର କରିଛି। ଏ ନେଇ ଥାନାରେ ଦଫା ୩୯୨, ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା (ନଂ ୧୧/୨୨) ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧାସ୍ଥିତ ମଡର୍ନ ଫର୍ଟିଲାଇଜର କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ବିଜୟ ଓ ଉମାକାନ୍ତ ନୟାଗଡ଼ ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ଏକ ବାଇକ ଯୋଗେ ଖୋର୍ଦ୍ଧା ଫେରୁଥିଲେ। ପୂର୍ବରୁ ତାଙ୍କୁ ୪ଜଣ ଦୁର୍ବୃତ୍ତ ବ୍ଲାକ୍‌ ପଲସରରେ ପିଛା କରୁଥିଲେ। ବାମଡିହ ଛକଠାରେ ରାସ୍ତା ଶୂନଶାନ ଥିବା ଦେଖି ଜଣେ ଦୁର୍ବୃତ୍ତ ୨ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଏଥିରେ ବିଜୟ ଓ ଉମାକାନ୍ତ ଭୟଭୀତ ହୋଇ ଜୀବନ ବଞ୍ଚାଇବା ଲାଗି ରାସ୍ତାପାର୍ଶ୍ୱ କେନାଲକୁ ଡେଇଁପଡ଼ିିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୫ଲକ୍ଷ ଟଙ୍କା ଥିବା ବ୍ୟାଗ ଛଡ଼ାଇନେଇ ଖୋର୍ଦ୍ଧା ଆଡ଼କୁ ଚମ୍ପଟ ମାରିଥିଲେ। ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକଙ୍କଠାରୁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ କର୍ମଚାରୀ ଦ୍ୱୟ ଥାନାରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ ଜାରି ରହିଛି ଓ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ବୋଲି ଥାନାଧିକାରୀ ଅର୍ଚ୍ଚନା ମଲିକ କହିଛନ୍ତି।

ପ୍ରକାଶ ଯେ, ଖୋର୍ଦ୍ଧା-ନୟାଗଡ଼ ୫୭ନଂ. ଏବଂ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥରେ ଯାତ୍ରା ଅସୁରକ୍ଷିତ ହୋଇପଡ଼ିଛି। ୫୭ ନମ୍ବର ଜାତୀୟ ରାଜପଥର ଜୟମଙ୍ଗଳ ଛକଠାରୁ ବାଘମାରୀ ପର୍ଯ୍ୟନ୍ତ ରାସ୍ତାରେ ଅନେକ ସମୟରେ ଦୁର୍ବୃତ୍ତମାନେ ବାଇକ ଚାଳକଙ୍କୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି। ଏବେ ବ୍ଲାକ୍‌ ପଲସର ଆତଙ୍କ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri