ବ୍ଲାକ୍‌ ପଲସର ଆତଙ୍କ: ଫାଙ୍କା ଗୁଳି ଚଳାଇ ୫ଲକ୍ଷ ଲୁଟିନେଲେ

ଖୋର୍ଦ୍ଧା ଅଫିସ,୩ା୨: ଖୋର୍ଦ୍ଧା-ନୟାଗଡ଼ ୫୭ନମ୍ବର ଜାତୀୟ ରାଜପଥରେ ବ୍ଲାକ୍‌ ପଲସର ଆତଙ୍କ। ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଛକରେ ୪ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଦୁଇଜଣ କମ୍ପାନୀ କର୍ମଚାରୀଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀ ଦ୍ୱୟ ରାସ୍ତାକଡ଼ କେନାଲକୁ ଡେଇଁପଡ଼ିିଥିଲେ। ଫଳରେ ଦୁହେଁ ସାମାନ୍ୟ ଆହତ ହୋଇଛନ୍ତି। ସମ୍ପୃକ୍ତ କର୍ମଚାରୀ ଦ୍ୱୟ ହେଲେ ବିଜୟ ଦାସ ଓ ଉମାକାନ୍ତ ହୋତା। ଖବର ପାଇ ବାଘମାରୀ ଥାନା ପୋଲିସ ପହଞ୍ଚି ଉକ୍ତ କର୍ମଚାରୀ ଦ୍ୱୟଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ନାଳରେ ଖସି ପଡ଼ିିଥିବା ବାଇକ୍‌କୁ ପୋଲିସ ଲୋକଙ୍କ ସହାୟତାରେ ଉଦ୍ଧାର କରିଛି। ଏ ନେଇ ଥାନାରେ ଦଫା ୩୯୨, ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା (ନଂ ୧୧/୨୨) ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧାସ୍ଥିତ ମଡର୍ନ ଫର୍ଟିଲାଇଜର କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ବିଜୟ ଓ ଉମାକାନ୍ତ ନୟାଗଡ଼ ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ଏକ ବାଇକ ଯୋଗେ ଖୋର୍ଦ୍ଧା ଫେରୁଥିଲେ। ପୂର୍ବରୁ ତାଙ୍କୁ ୪ଜଣ ଦୁର୍ବୃତ୍ତ ବ୍ଲାକ୍‌ ପଲସରରେ ପିଛା କରୁଥିଲେ। ବାମଡିହ ଛକଠାରେ ରାସ୍ତା ଶୂନଶାନ ଥିବା ଦେଖି ଜଣେ ଦୁର୍ବୃତ୍ତ ୨ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଏଥିରେ ବିଜୟ ଓ ଉମାକାନ୍ତ ଭୟଭୀତ ହୋଇ ଜୀବନ ବଞ୍ଚାଇବା ଲାଗି ରାସ୍ତାପାର୍ଶ୍ୱ କେନାଲକୁ ଡେଇଁପଡ଼ିିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୫ଲକ୍ଷ ଟଙ୍କା ଥିବା ବ୍ୟାଗ ଛଡ଼ାଇନେଇ ଖୋର୍ଦ୍ଧା ଆଡ଼କୁ ଚମ୍ପଟ ମାରିଥିଲେ। ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକଙ୍କଠାରୁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ କର୍ମଚାରୀ ଦ୍ୱୟ ଥାନାରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ ଜାରି ରହିଛି ଓ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ବୋଲି ଥାନାଧିକାରୀ ଅର୍ଚ୍ଚନା ମଲିକ କହିଛନ୍ତି।

ପ୍ରକାଶ ଯେ, ଖୋର୍ଦ୍ଧା-ନୟାଗଡ଼ ୫୭ନଂ. ଏବଂ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥରେ ଯାତ୍ରା ଅସୁରକ୍ଷିତ ହୋଇପଡ଼ିଛି। ୫୭ ନମ୍ବର ଜାତୀୟ ରାଜପଥର ଜୟମଙ୍ଗଳ ଛକଠାରୁ ବାଘମାରୀ ପର୍ଯ୍ୟନ୍ତ ରାସ୍ତାରେ ଅନେକ ସମୟରେ ଦୁର୍ବୃତ୍ତମାନେ ବାଇକ ଚାଳକଙ୍କୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି। ଏବେ ବ୍ଲାକ୍‌ ପଲସର ଆତଙ୍କ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?