କନ୍ଦାଇଲାଣି କଳାବଜାର

ଖମାର, ୯।୫ – କରୋନା ମହାମାରୀ ଆତଙ୍କ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଖାଉଟିଙ୍କୁ କନ୍ଦାଇଲାଣି। ଗତ ସପ୍ତାହକ ଭିତରେ ରାଶନ, ପରିବା ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ବଢ଼ିଛି। ଯୋଗାଣ ବିଭାଗ ପକ୍ଷରୁ ବଜାରରେ ନିୟମିତ ଯାଞ୍ଚ କରାଯାଉ ନ ଥିବାରୁ ଅସାଧୁ ବ୍ୟବସାୟୀମାନେ କଳାବଜାର କରିବା ସହ ମନଇଚ୍ଛା ମୂଲ୍ୟ ଧାର୍ଯ୍ୟ କରି ଶୋଷଣ କରୁଛନ୍ତି, ଯାହାକୁ ନେଇ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପାଲଲହଡ଼ା ବ୍ଲକର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ଖମାର ବଜାର। ଏହା ହୋଲ୍‌ସେଲ ମାର୍କେଟ ହୋଇଥିବାରୁ ଶଙ୍ଖମୁର, ବଡ଼ସଡ଼ା, କୁଞ୍ଜାମ, ମୁଣ୍ଡିରିବେଡ଼ା, ଇଞ୍ଜିଡ଼ି, ଆଲୁରି, ପରାଛାଟ ପଞ୍ଚାୟତବାସୀ ଏହା ଉପରେ ନିର୍ଭର କରିଥାଆନ୍ତି। ସେହିପରି ଆବଶ୍ୟକତାକୁ ନଜରରେ ରଖି ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ିଉଠିଛି। ଲକ୍‌ଡାଉନ୍‌ ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣରେ ଥିଲା। ହେଲେ ୫ ତାରିଖରୁ ତାଲାବନ୍ଦ ଘୋଷଣା କରାଯିବା ସହ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଅଧିକ ଗାଡ଼ିଭଡ଼ା ପଡୁଥିବାରୁ ବ୍ୟବସାୟୀମାନେ ନିୟମିତ ବ୍ୟବଧାନରେ ସାମଗ୍ରୀ ଉଠାଉନାହାନ୍ତି। ତେଣୁ ଚାହିଦା ମୁତାବକ ସାମଗ୍ରୀ ଉପଲବ୍ଧ ହେଉନାହିଁ। ସେହିପରି କେତେଜଣ ବ୍ୟବସାୟୀ ନିଜସ୍ବ ଗୋଦାମରେ ମାଲ୍‌ ଗଚ୍ଛିତ ରଖି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି, ଯାହା ଦରବୃଦ୍ଧିର କାରଣ ପାଲଟିଛି। ଖମାର ବଜାରରେ ୩ଦିନ ତଳେ ହରଡ଼ ଡାଲି କେଜି ପିଛା ୧୧୦ ଟଙ୍କା ଥିବାବେଳେ ଶନିବାର ଏହା ୧୩୦ରେ ବିକ୍ରି ହେଉଛି। ଆଳୁ ୩୦ ଟଙ୍କା ଛୁଇଁଲାଣି। ପିଆଜ ଦର ସପ୍ତାହକ ଭିତରେ ୫ରୁ ୭ ଟଙ୍କା ଯାଏ ବଢ଼ିଛି। ପ୍ୟାକେଟରେ ଦର୍ଶାଯାଇଥିବା ଏମ୍‌ଆର୍‌ପି ମୂଲ୍ୟଠାରୁ ବ୍ୟବସାୟୀମାନେ ଅଧିକ ଦାମରେ ସାମଗ୍ରୀ ବିକ୍ରି କରୁଛନ୍ତି। ପ୍ରତିବାଦ କଲେ ଖାଉଟିଙ୍କୁ ଖାଲି ହାତରେ ବାହୁଡ଼ାଇ ଦେଉଛନ୍ତି। କରୋନା ସମୟରେ ଜୀବନ ଜୀବିକା ପ୍ରଭାବିତ ହେଉଥିବାବେଳେ ଏଭଳି ଦରବୃଦ୍ଧି ଗରିବ ଶ୍ରେଣୀର ଲୋକଙ୍କ ପକେଟକୁ ବାଧୁଛି। ଦରଦାମ ବଢ଼ିବା ସମ୍ପର୍କରେ ନାମ ଗୋପନ ରଖିବା ସର୍ତ୍ତରେ ଖମାର ବଜାରର କେତେଜଣ ବ୍ୟବସାୟୀ କହିଛନ୍ତି, ସେମାନେ ବଡ଼ ବ୍ୟବସାୟୀଙ୍କଠାରୁ ଅଧିକ ଦରରେ ସାମଗ୍ରୀ କିଣୁଛନ୍ତି। ତେଣୁ ଅଧିକ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ପିଣ୍ଟୁ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ପ୍ରସଙ୍ଗ ଏଡ଼ାଇ ଦେଇଥିଲେ।

ଦରବୃଦ୍ଧି ବେଶି ବାଧୁଛି
କରୋନା ମହାମାରୀ ସମୟରେ ଦରବୃଦ୍ଧି ସାଙ୍ଗକୁ କଳାବଜାର ବେଶି ବାଧୁଛି। ଯୋଗାଣ ବିଭାଗ ପକ୍ଷରୁ ଦର ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯାଉନାହିଁ। ନିୟମିତ ଯାଞ୍ଚ କରାଗଲେ ଅନେକାଂଶରେ ଏହାର ସମାଧାନ ହୋଇପାରନ୍ତା।
-ମୁକେଶ କୁମାର ପ୍ରଧାନ, ଉପଭୋକ୍ତା, ଖମାର
ଏମ୍‌ଆର୍‌ପି ଦେଖି ସାମଗ୍ରୀ କିଣ
କେତେଜଣ ଅସାଧୁ ବ୍ୟବସାୟୀ ନିଜର ସ୍ବାର୍ଥ ପାଇଁ ଏଭଳି ବେଆଇନ କାରବାର କରୁଛନ୍ତି। ଖାଉଟିଙ୍କୁ ଭୁଅଁା ବୁଲାଉଛନ୍ତି। ଉପଭୋକ୍ତାମାନେ ଏମ୍‌ଆର୍‌ପି ଦେଖି ସାମଗ୍ରୀ କିଣିବା ଉଚିତ। ଦୋକାନୀ ଅଯଥା ଦରବୃଦ୍ଧି କରୁଥିବା ଜାଣିଲେ ପ୍ରଶାସନର ଦୃଷ୍ଟିକୁ ଆଣିବା ଜରୁରୀ।
-ନୀଳାଚଳ ପ୍ରଧାନ, ବ୍ୟବସାୟୀ, ଅନୁଗୋଳ
ଗମ୍ଭୀର ହେଉ ପ୍ରଶାସନ
ରାଶନ, ପରିବାଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି। ଦୋକାନୀମାନେ ମନଇଚ୍ଛା ଜିନିଷପତ୍ର ବିକ୍ରି କରୁଛନ୍ତି। ଏହା ଗରିବ ଏବଂ ମଧ୍ୟବିତ୍ତ ପରିବାରକୁ ବେଶି କଷ୍ଟ ଦେଉଛି। ଏହାକୁ ପ୍ରଶାସନ ଗମ୍ଭୀରତାର ସହ ନେବା ଉଚିତ।
-ରବିଚନ୍ଦ୍ର ପ୍ରଧାନ, ଉପଭୋକ୍ତା, ଖମାର
ସୋମବାର ଯାଞ୍ଚ କରାଯିବ
ଖମାର ସମେତ ବିଭିନ୍ନ ପଞ୍ଚାୟତରେ ଦୋକାନୀମାନେ ଚଢ଼ାଦରରେ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେବା ପରେ ଯୋଗାଣ ଅଧିକାରୀଙ୍କୁ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେ ଯାଞ୍ଚ କରିବାକୁ ଯାଇଥିବାବେଳେ ବଜାର ବନ୍ଦ ଥିଲା। ସୋମବାର ସ୍ଥିତି ପରଖିବାକୁ ଯୋଗାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ଅଜିତ୍‌ କୁମାର ପ୍ରଧାନ, ଉପଜିଲାପାଳ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?