କନ୍ଦାଇଲାଣି କଳାବଜାର

ଖମାର, ୯।୫ – କରୋନା ମହାମାରୀ ଆତଙ୍କ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଖାଉଟିଙ୍କୁ କନ୍ଦାଇଲାଣି। ଗତ ସପ୍ତାହକ ଭିତରେ ରାଶନ, ପରିବା ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ବଢ଼ିଛି। ଯୋଗାଣ ବିଭାଗ ପକ୍ଷରୁ ବଜାରରେ ନିୟମିତ ଯାଞ୍ଚ କରାଯାଉ ନ ଥିବାରୁ ଅସାଧୁ ବ୍ୟବସାୟୀମାନେ କଳାବଜାର କରିବା ସହ ମନଇଚ୍ଛା ମୂଲ୍ୟ ଧାର୍ଯ୍ୟ କରି ଶୋଷଣ କରୁଛନ୍ତି, ଯାହାକୁ ନେଇ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପାଲଲହଡ଼ା ବ୍ଲକର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ଖମାର ବଜାର। ଏହା ହୋଲ୍‌ସେଲ ମାର୍କେଟ ହୋଇଥିବାରୁ ଶଙ୍ଖମୁର, ବଡ଼ସଡ଼ା, କୁଞ୍ଜାମ, ମୁଣ୍ଡିରିବେଡ଼ା, ଇଞ୍ଜିଡ଼ି, ଆଲୁରି, ପରାଛାଟ ପଞ୍ଚାୟତବାସୀ ଏହା ଉପରେ ନିର୍ଭର କରିଥାଆନ୍ତି। ସେହିପରି ଆବଶ୍ୟକତାକୁ ନଜରରେ ରଖି ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ିଉଠିଛି। ଲକ୍‌ଡାଉନ୍‌ ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣରେ ଥିଲା। ହେଲେ ୫ ତାରିଖରୁ ତାଲାବନ୍ଦ ଘୋଷଣା କରାଯିବା ସହ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଅଧିକ ଗାଡ଼ିଭଡ଼ା ପଡୁଥିବାରୁ ବ୍ୟବସାୟୀମାନେ ନିୟମିତ ବ୍ୟବଧାନରେ ସାମଗ୍ରୀ ଉଠାଉନାହାନ୍ତି। ତେଣୁ ଚାହିଦା ମୁତାବକ ସାମଗ୍ରୀ ଉପଲବ୍ଧ ହେଉନାହିଁ। ସେହିପରି କେତେଜଣ ବ୍ୟବସାୟୀ ନିଜସ୍ବ ଗୋଦାମରେ ମାଲ୍‌ ଗଚ୍ଛିତ ରଖି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି, ଯାହା ଦରବୃଦ୍ଧିର କାରଣ ପାଲଟିଛି। ଖମାର ବଜାରରେ ୩ଦିନ ତଳେ ହରଡ଼ ଡାଲି କେଜି ପିଛା ୧୧୦ ଟଙ୍କା ଥିବାବେଳେ ଶନିବାର ଏହା ୧୩୦ରେ ବିକ୍ରି ହେଉଛି। ଆଳୁ ୩୦ ଟଙ୍କା ଛୁଇଁଲାଣି। ପିଆଜ ଦର ସପ୍ତାହକ ଭିତରେ ୫ରୁ ୭ ଟଙ୍କା ଯାଏ ବଢ଼ିଛି। ପ୍ୟାକେଟରେ ଦର୍ଶାଯାଇଥିବା ଏମ୍‌ଆର୍‌ପି ମୂଲ୍ୟଠାରୁ ବ୍ୟବସାୟୀମାନେ ଅଧିକ ଦାମରେ ସାମଗ୍ରୀ ବିକ୍ରି କରୁଛନ୍ତି। ପ୍ରତିବାଦ କଲେ ଖାଉଟିଙ୍କୁ ଖାଲି ହାତରେ ବାହୁଡ଼ାଇ ଦେଉଛନ୍ତି। କରୋନା ସମୟରେ ଜୀବନ ଜୀବିକା ପ୍ରଭାବିତ ହେଉଥିବାବେଳେ ଏଭଳି ଦରବୃଦ୍ଧି ଗରିବ ଶ୍ରେଣୀର ଲୋକଙ୍କ ପକେଟକୁ ବାଧୁଛି। ଦରଦାମ ବଢ଼ିବା ସମ୍ପର୍କରେ ନାମ ଗୋପନ ରଖିବା ସର୍ତ୍ତରେ ଖମାର ବଜାରର କେତେଜଣ ବ୍ୟବସାୟୀ କହିଛନ୍ତି, ସେମାନେ ବଡ଼ ବ୍ୟବସାୟୀଙ୍କଠାରୁ ଅଧିକ ଦରରେ ସାମଗ୍ରୀ କିଣୁଛନ୍ତି। ତେଣୁ ଅଧିକ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ପିଣ୍ଟୁ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ପ୍ରସଙ୍ଗ ଏଡ଼ାଇ ଦେଇଥିଲେ।

ଦରବୃଦ୍ଧି ବେଶି ବାଧୁଛି
କରୋନା ମହାମାରୀ ସମୟରେ ଦରବୃଦ୍ଧି ସାଙ୍ଗକୁ କଳାବଜାର ବେଶି ବାଧୁଛି। ଯୋଗାଣ ବିଭାଗ ପକ୍ଷରୁ ଦର ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯାଉନାହିଁ। ନିୟମିତ ଯାଞ୍ଚ କରାଗଲେ ଅନେକାଂଶରେ ଏହାର ସମାଧାନ ହୋଇପାରନ୍ତା।
-ମୁକେଶ କୁମାର ପ୍ରଧାନ, ଉପଭୋକ୍ତା, ଖମାର
ଏମ୍‌ଆର୍‌ପି ଦେଖି ସାମଗ୍ରୀ କିଣ
କେତେଜଣ ଅସାଧୁ ବ୍ୟବସାୟୀ ନିଜର ସ୍ବାର୍ଥ ପାଇଁ ଏଭଳି ବେଆଇନ କାରବାର କରୁଛନ୍ତି। ଖାଉଟିଙ୍କୁ ଭୁଅଁା ବୁଲାଉଛନ୍ତି। ଉପଭୋକ୍ତାମାନେ ଏମ୍‌ଆର୍‌ପି ଦେଖି ସାମଗ୍ରୀ କିଣିବା ଉଚିତ। ଦୋକାନୀ ଅଯଥା ଦରବୃଦ୍ଧି କରୁଥିବା ଜାଣିଲେ ପ୍ରଶାସନର ଦୃଷ୍ଟିକୁ ଆଣିବା ଜରୁରୀ।
-ନୀଳାଚଳ ପ୍ରଧାନ, ବ୍ୟବସାୟୀ, ଅନୁଗୋଳ
ଗମ୍ଭୀର ହେଉ ପ୍ରଶାସନ
ରାଶନ, ପରିବାଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି। ଦୋକାନୀମାନେ ମନଇଚ୍ଛା ଜିନିଷପତ୍ର ବିକ୍ରି କରୁଛନ୍ତି। ଏହା ଗରିବ ଏବଂ ମଧ୍ୟବିତ୍ତ ପରିବାରକୁ ବେଶି କଷ୍ଟ ଦେଉଛି। ଏହାକୁ ପ୍ରଶାସନ ଗମ୍ଭୀରତାର ସହ ନେବା ଉଚିତ।
-ରବିଚନ୍ଦ୍ର ପ୍ରଧାନ, ଉପଭୋକ୍ତା, ଖମାର
ସୋମବାର ଯାଞ୍ଚ କରାଯିବ
ଖମାର ସମେତ ବିଭିନ୍ନ ପଞ୍ଚାୟତରେ ଦୋକାନୀମାନେ ଚଢ଼ାଦରରେ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେବା ପରେ ଯୋଗାଣ ଅଧିକାରୀଙ୍କୁ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେ ଯାଞ୍ଚ କରିବାକୁ ଯାଇଥିବାବେଳେ ବଜାର ବନ୍ଦ ଥିଲା। ସୋମବାର ସ୍ଥିତି ପରଖିବାକୁ ଯୋଗାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ଅଜିତ୍‌ କୁମାର ପ୍ରଧାନ, ଉପଜିଲାପାଳ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri