ଜାଣିଶୁଣି କରାଯାଇଥିଲା ଚାଇନା ବିମାନ ଦୁର୍ଘଟଣା, ବ୍ଲାକ ବକ୍ସ ଡାଟାରୁ ମିଳିଲା ତଥ୍ୟ

ବେଜିଂ,୧୮ ।୫: ଚଳିତ ବର୍ଷ ଆରମ୍ଭରେ ଚାଇନାରେ ହୋଇଥିବା ଏକ ବିମାନ ଦୁର୍ଘଟଣାକୁ ନେଇ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ୱାଲ ଷ୍ଟ୍ରିଟ ଜର୍ନାଲର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଚାଇନାର ଇଷ୍ଟର୍ନ ଜେଟକୁ ଜାଣିଶୁଣି ଦୁର୍ଘଟଣା କରାଯାଇଥିଲା ବା କ୍ରାସ କରାଯାଇଥିଲା । ଫଳରେ ଏଥିରେ ଥିବା ସମସ୍ତ ୧୨୩ ଯାତ୍ରୀ ଓ ୯ କ୍ର‌୍ୟୁ ମେମ୍ବରଙ୍କର ମୃତ୍ୟୁ ହୋଇଥିଲା ।
ୱାଲ ଷ୍ଟ୍ରିଟ ଜର୍ନାଲର ରିପୋର୍ଟରେ କୁହାଯାଇଛି ବିମାନର ଧ୍ୱଂସାବଶେଷରୁ ମିଳିଥିବା ବ୍ଲାକ ବକ୍ସର ଯାଞ୍ଚ ପରେ ଜଣାପଡିଛି କି କକପିଟରେ କେହି ଜାଣିଶୁଣି ବିମାନକୁ ଦୁର୍ଘଟଣା କରାଇଛି । ଏହା ବ୍ୟତୀତ ଆମେରିକା ଅଧିକାରୀଙ୍କ ପ୍ରାରମ୍ଭିକ ଯାଞ୍ଚରେ ସାମିଲ ଜଣେ ଅଧିକାରୀ ରଏଟର୍ସକୁ କହିଛନ୍ତି, ତାଙ୍କୁ ଯାଞ୍ଚ ସମୟରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟିର ସଙ୍କେତ ମିଳିନାହିଁ, ଯାହା ଫଳରେ ଏବେ ଚଳାକ ଦଳଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଆଯାଇଛି ।
ଋିପୋର୍ଟରେ ଦାବି କରାଯାଇଛି କି ବିମାନ ୨୯ ହଜାର ଫୁଟ ଉପରେ ୩ ମିନିଟରୁ କମ ସମୟ ମଧ୍ୟରେ ୯ହଜାର ଫୁଟ ଉଚ୍ଚତାକୁ ଚାଲି ଆସିଥିଲା । ଏହାର ୨୦ ସେକେଣ୍ଡ ପରେ ଏହା ୩ହଜାର ଫୁଟ ଉଚ୍ଚରେ ଥିଲା । ରିପୋର୍ଟରେ ଦର୍ଶାଯାଇଛି କି ଏତେ ଉଚ୍ଚତାରୁ ତଳକୁ ଆସିବାକୁ ୩୦ ମିନିଟରୁ ଅଧିକ ସମୟ ଲାଗିବା କଥା । ତେଣୁ ବିମାନ ଭିତରେ କକପିଟରେ କେହି ବ୍ୟକ୍ତି ଜାଣିଶୁଣି ବିମାନକୁ ଖୁବଜୋରରେ ତଳକୁ ଖସିବାକୁ ବାଧ୍ୟ କରିଥିଲେ । ଏବେସୁଦ୍ଧା ୟୁଏସ ନ୍ୟାଶନାଲ ଟ୍ରାନ୍ସପୋର୍ଟେସନ ସେପ୍ଟି ବୋର୍ଡ ଏହା ଉପରେ କୌଣସି ଟିପ୍ପଣି ଦେଇନାହିଁ ।
ସୂଚନଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚରେ କୁମିଂଗରୁ ଗୁଆଙ୍ଗଝୋଉ ଯାଉଥିବା ବୋଇଂ ୭୩୭-୮୦୦ ବିମାନ ଗୁଆଂଗଜିର ପାହାଡରେ ହଠାତ୍ ଉପରୁ ଖସିପଡି ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଥିବା ସମସ୍ତ ୧୨୩ ଯାତ୍ରୀ ଓ ୯ କ୍ର‌୍ୟୁ ମେମ୍ବରଙ୍କର ମୃତ୍ୟୁ ହୋଇଥିଲା । ଗତ ୩ ଦଶକ ମଧ୍ୟରେ ଚାଇନାର ଏହା ସବୁଠାରୁ ବଡ ବିମାନ ଦୁର୍ଘଟଣା ବୋଲି କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସ ମଧ୍ୟରେ ପ୍ରଥମଥର ଦକ୍ଷିଣ କୋରିଆରେ ୨୦ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ସିଓଲ,୧୮।୪: ଗତ ୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଏଠାରେ ପ୍ରତିଦିନ ୩୦ରୁ ଅଧିକ କରୋନା ସଂକ୍ରମିତଙ୍କୁ...

ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ

ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍...

ବ୍ୟାଙ୍କିଙ୍ଗ୍‌ ସଙ୍କଟ ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୧୪।୩: ବ୍ୟାଙ୍କ୍‌ ବୁଡିଯିବା ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ...

ହଂକଂରେ ମୃତଦେହ ପୋତିବାକୁ ଭରିବାକୁ ପଡ଼ୁଛି କୋଟି କୋଟି ଟଙ୍କା

ହଂକଂ,୨୯।୪: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା...

ଯୁଦ୍ଧଭୂଇଁରେ ଜୀବନ ଗଲା

ଏଣ୍ଡଜାମେନା,୨୧ା୪: ତିନି ଦଶନ୍ଧି ଧରି କ୍ଷମତାରେ ରହିବା ପରେ ବିଦ୍ରୋହୀଙ୍କ ସହ ସଂଘର୍ଷରେ ଚାଦ୍‌ ରାଷ୍ଟ୍ରପତି ଇଦ୍ରିସ୍‌ ଡେବି ଇଟ୍‌ନୋଙ୍କ ଜୀବନ ଯାଇଛି। ୬୮ ବର୍ଷୀୟ...

ନିଷ୍ପତ୍ତି ନେଲା ଆମେରିକା

ଓ୍ବାଶିଂଟନ/ନ୍ୟୁୟର୍କ,୪ା୧୧: ଆମେରିକାରେ ବହୁ ପ୍ରତୀକ୍ଷିତ ଚତୁଃ ବାର୍ଷିକ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରିପବ୍ଲିକାନ୍‌ ପାର୍ଟିରୁ ପ୍ରେସିଡେନ୍ସିଆଲ ନୋମିନି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌...

୧୨ ହଜାର ଟଙ୍କାରେ ଚଳିପାରିବେ ଆପଣ: ରୁଷିଆ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କଲେ ମହିଳା

ସେଣ୍ଟ ପିଟର୍ସବର୍ଗ,୨୦।୨: ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ଜଣେ ମହିଳା କରିଥିବା ପ୍ରଶ୍ନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ପୁଟିନ୍‌ ପୂର୍ବରୁ ବାସ କରୁଥିବା...

କରୋନାର ସୁପର ସ୍ପ୍ରେଡର ଆମେରିକା ଔଷଧ କମ୍ପାନୀ

ବୋଷ୍ଟନ,୧୪ା୪: ଆମେରିକାର ପ୍ରମୁଖ ଔଷଧ କମ୍ପାନୀ ‘ବାୟୋଜେନ୍‌’କୁ କରୋନା ଭୂତାଣୁର ସୁପର ସ୍ପ୍ରେଡର (ସର୍ବାଧିକ ସଂକ୍ରମଣ କରାଇଥିବା ସଂସ୍ଥା) ବୋଲି କୁହାଯାଉଛି। ମାର୍ଚ୍ଚ ପ୍ରଥମ ସୋମବାର...

Advertisement
Archives

Model This Week