କଳା ରକ୍ତର ଅନ୍ବେଷଣକାରୀ

ଐତିହାସିକ ଘଟଣାବଳୀକୁ ଚମତ୍କାର ଭାବେ ଉପସ୍ଥାପନ କରିପାରିଲେ ଆଜିର ପିଢ଼ି ତାହାକୁ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ। ପୂର୍ବଜମାନଙ୍କ ସାହସିକ ପଦକ୍ଷେପ ବା କୀର୍ତ୍ତି ହେଉ କିମ୍ବା ସଂଘର୍ଷମୟ ଜୀବନ ପ୍ରତିଟି ଘଟଣାରୁ ଶିକ୍ଷା ମିଳିପାରିଥାଏ। ଏହି ବିଷୟ ତାଙ୍କୁ ଆବିଷ୍ଟ କରିବା ପରେ ସେ ନିଜ ପୂର୍ବସୂରୀଙ୍କ ବିଷୟରେ ଅଧିକ ଗବେଷଣା କରି ଯେଉଁ ବହି ପ୍ରକାଶ କଲେ ତାହା ତାଙ୍କୁ ଏବେ ଇଣ୍ଟରନ୍ୟାଶନାଲ ବୁକର୍‌ ପ୍ରାଇଜ୍‌ ଦେଇପାରିଛି। ଫ୍ରାନ୍ସର ବିଶିଷ୍ଟ ସାହିତି୍ୟକ ଡେଭିଡ୍‌ ଡିଓପ୍‌ ଚଳିତ ବର୍ଷର ବୁକର ବିଜେତା ହେବା ପରେ କହିଛନ୍ତି ଯେ, ବାସ୍ତବରେ ତାଙ୍କ ସୃଜନଶୀଳତାରେ ସେ ସନ୍ତୁଷ୍ଟ ହୋଇଛନ୍ତି। ଏଥିସହିତ ଏହା ପ୍ରମାଣିତ ହୋଇଛି ଯେ, ସାହିତ୍ୟ କୌଣସି ସୀମା ମଧ୍ୟରେ ଆବଦ୍ଧ ନୁହେଁ। ତାଙ୍କର ଏତିକି କଥା ନିଶ୍ଚିତ ଭାବେ ଅସଂଖ୍ୟ ଯୁବ ଲେଖକଙ୍କୁ ଅଧିକ ବାସ୍ତବଧର୍ମୀ ଲେଖା ସୃଷ୍ଟି କରିବା ଲାଗି ପ୍ରେରଣା ଦେବ।
ଡେଭିଡ୍‌ ୧୯୬୬ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ମାତା ଫ୍ରାନ୍ସର ହୋଇଥିବା ବେଳେ ପିତାଙ୍କ ପୈତୃକ ରାଷ୍ଟ୍ର ପଶ୍ଚିମ ଆଫ୍ରିକୀୟ ଦେଶ ସେନେଗାଲ। ତେବେ ଡେଭିଡ୍‌ଙ୍କୁ ଯେତେବେଳେ ୫ ବର୍ଷ ସେ ପରିବାର ସହିତ ସେନେଗାଲ ରାଜଧାନୀ ଡାକର ଚାଲିଯାଇଥିଲେ। ୧୮ ବର୍ଷ ଯାଏ ସେ ସେଠାରେ ରହି ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ ଫ୍ରାନ୍ସ ଫେରିଆସିଥିଲେ। ଅଷ୍ଟାଦଶ ଶତାବ୍ଦୀର ଫରାସୀ ସାହିତ୍ୟ ଉପରେ ଅଧ୍ୟୟନ କରି ସେ ଡକ୍ଟରେଟ୍‌ ଡିଗ୍ରୀ ଅର୍ଜନ କରିଥିଲେ। ସେନେଗାଲରେ ଥିବା ବେଳେ ସେ ସାହିତ୍ୟ ଓ ଐତିହାସିକ ଘଟଣାବଳୀକୁ ଅଧିକ ଗୁରୁତ୍ୱ ଦେଇଥିଲେ। ସେହି ସମୟରେ ସେ ନିଜ ପୂର୍ବପୁରୁଷଙ୍କ ବିଷୟରେ ଜାଣିବାକୁ ଚାହିଁଥିବା ବେଳେ ନଜର ପଡ଼ିଥିଲା ପ୍ରଥମ ବିଶ୍ୱଯୁଦ୍ଧ ସମୟର ଘଟଣାବଳୀ ଉପରେ। ସେତେବେଳେ ଫ୍ରାନ୍ସକୁ ସେନେଗାଲ ଯୁଦ୍ଧରେ ସାହାଯ୍ୟ କରିଥିଲା। ସେଥିରେ ତାଙ୍କ ଅଣଗୋସିବାପାଙ୍କ ଯୋଗଦାନ ଥିବା ଜାଣିବାକୁ ପାଇଥିଲେ। ଆଶ୍ଚର୍ଯ୍ୟର ବିଷୟ ଯେ ତାଙ୍କ ପରିବାର ଏ ବିଷୟରେ ସେଭଳି ତଥ୍ୟ ସଂଗ୍ରହ କରି ନ ଥିଲେ। ବାସ୍ତବ ଯୁଦ୍ଧରେ ସାମିଲ ହୋଇ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ୟକ୍ତି ଏସବୁ ତଥ୍ୟ ନିଜ ପରିବାରଠାରୁ ଦୂରେଇ ରଖିବାର ଯେଉଁ ମହନୀୟ କାର୍ଯ୍ୟ କରିଥିଲେ ତାହା ହିଁ ଡେଭିଡ୍‌ଙ୍କୁ ଅଧିକ ଗବେଷଣା କରିବାକୁ ଉତ୍ସାହ ଜଗାଇଥିଲା। ୧୯୯୮ରେ ସେ ୟୁନିଭର୍ସିଟି ଅଫ୍‌ ପଉରେ ସାହିତ୍ୟ ବିଭାଗର ଅଧ୍ୟାପକ ହେବାର ଗୌରବ ଅର୍ଜନ କରିବା ପରେ ଫରାସୀ ଓ ଆଫ୍ରିକୀୟ ସାହିତ୍ୟ ବିଷୟରେ ଅଧିକ ମନୋନିବେଶ କରିଥିଲେ। ସେହି ସମୟରେ ତାଙ୍କ ଅନିସନ୍ଧିତ୍ସୁ ମନ ଖୋଜିଥିଲା ଯୁଦ୍ଧ ଇତିହାସ। ଅତ୍ୟଧିକ ପୁସ୍ତକ ପଢ଼ା ଓ ଗବେଷଣାର ଫଳସ୍ବରୂପ ୨୦୧୨ରେ ଆତ୍ମପ୍ରକାଶ କରିଥିଲା ତାଙ୍କର ପ୍ରଥମ ଉପନ୍ୟାସ ‘୧୮୮୯ ଆଇ’ଆଟ୍ରାକ୍‌ଶନ୍‌ ୟୁନିଭର୍ସିଲି’। ୧୮୮୯ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବ୍ୟାଖ୍ୟାନରେ ଯୋଗଦେବାକୁ ଯାଇଥିବା ୧୧ ଜଣିଆ ସେନେଗାଲ ନାଗରିକଙ୍କ ଅଭିଜ୍ଞତାକୁ ଆଧାର କରି ସେ ଏହି ପୁସ୍ତକ ରଚନା କରିଥିଲେ। ତାହା ଉଭୟ ଦେଶର ଭାବଗତ ସମ୍ପର୍କକୁ ଏକ ନୂଆ ଦିଗ ଦେଇଥିଲା। ଏହି ପୁସ୍ତକର ସଫଳତା ତାଙ୍କ କଲମକୁ ଦ୍ୱିତୀୟ ଉପନ୍ୟାସ ଲେଖିବାକୁ କାଳି ଯୋଗାଇଥିଲା। ସେ ଲେଖିଲେ ‘ଫ୍ରେରେ ଡାମେ’। ୨୦୧୮ରେ ପ୍ରକାଶ ପାଇଥିବା ଏହି ପୁସ୍ତକ ପ୍ରଥମ ବିଶ୍ୱଯୁଦ୍ଧ ସମୟର ଉପନିବେଶବାଦକୁ ସ୍ମରଣ କରିଥିଲା। ଫ୍ରାନ୍ସ ସପକ୍ଷରେ ସେନେଗାଲ ନାଗରିକମାନେ କରିଥିବା ଯୁଦ୍ଧ ଓ ସେମାନଙ୍କ ଅଭିଜ୍ଞତାକୁ ଏଥିରେ ବର୍ଣ୍ଣନା କରାଯାଇଛି। ପୁସ୍ତକର ପ୍ରମୁଖ ଚରିତ୍ରରେ ଆଲ୍‌ଫା ଏନ୍‌ଡିଆୟେଙ୍କ ଭାବପ୍ରବଣତାକୁ ସେ ଅତି ସୂକ୍ଷ୍ମ ଭାବେ ବର୍ଣ୍ଣନା କରିଛନ୍ତି। ଯୁଦ୍ଧ କ୍ଷେତ୍ରରେ ପିଲାଦିନର ବନ୍ଧୁ ମାଡେମ୍ବାଙ୍କ ମୃତ୍ୟୁ ପରେ ଆଲ୍‌ଫା ପାଗଳ ପ୍ରାୟ ହୋଇଯାଇଥିଲେ ଓ ସବୁକିଛି ତାଙ୍କୁ ଅନ୍ଧାର ଦେଖାଯାଇଥିଲା। ଉଭୟ ମିଶି ଶତ୍ରୁପକ୍ଷ ଜର୍ମାନ ସୈନିକଙ୍କୁ ମୁକାବିଲା କରିବାରେ ବୀରତ୍ୱ ଦେଖାଇଥିଲେ। ହେଲେ ଜଣେ ପରମବନ୍ଧୁଙ୍କ ଅବର୍ତ୍ତମାନରେ ଆଉ ଜଣେ କିଭଳି ମାନସିକ ଆଘାତ ପାଇଥାଆନ୍ତି ତାହାକୁ ଡେଭିଡ୍‌ ଉକ୍ତ ଉପନ୍ୟାସରେ ଦେଖାଇଛନ୍ତି। ତେବେ ମୂଳ ଲେଖାକୁ ଇଂଲିଶ୍‌ରେ ଅନୁବାଦ କରିଥିବା ଆନ୍ନା ମୋସ୍କୋଭାକିସ୍‌ ପୁସ୍ତକର ନାମ ଦେବା ଲାଗି ନୟାନ୍ତ ହୋଇପଡ଼ିଥିଲେ। ଆକ୍ଷରିକ ଅନୁବାଦଠାରୁ ଦୂରେଇ ଯାଇ ସେ ଦୁଇବନ୍ଧୁଙ୍କ ସମ୍ପର୍କ ଓ ନିକଟରେ ମୃତ୍ୟୁକୁ ଦେଖୁଥିବା ବ୍ୟକ୍ତିର ଅନୁଭବକୁ ନେଇ ବହିର ନାମ ଦେଇଥିଲେ ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ’। ତାହାକୁ ଏଠାରେ କୁହାଗଲେ ହେବ-ରାତିରେ ସବୁ ରକ୍ତ କଳା।
କୁହାଯାଉଛି ଡେଭିଡ୍‌ ତାଙ୍କ ଅଣ ଗୋସିବାପା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତିରାଇଲ୍ଲୁରରେ ଯୋଗଦାନ କରିଥିବା ବିଷୟରେ ଜାଣିବା ପରେ ଏହା ଉପରେ ଲେଖିବାକୁ ଚାହିଁଥିଲେ। ଉଲ୍ଲେଖଯୋଗ୍ୟ ଯେ, ଫରାସୀ ଆର୍ମି ଅଧୀନରେ ୨୧ଟି ବାଟାଲିୟନ୍ସ ଅଫ୍‌ ତିରାଇଲ୍ଲୁରସ ସେନେଗାଲିଜ୍‌ (ବିଟିଏସ୍‌) ଥିଲା। କିନ୍ତୁ ତାଙ୍କ ଅଣଗୋସିବାପା ଏହି ବିଷୟ ପରିବାରଠାରୁ ଦୂରେଇ ରଖିଥିଲେ। ସେତିକି ହୁଏତ ନ ହୋଇ ଥିଲେ ଡେଭିଡ୍‌ ଆଜି ନୂଆ ରହସ୍ୟ ଉନ୍ମୋଚନ କରି ଦୁନିଆକୁ ଏଭଳି ପୁସ୍ତକଟିଏ ଭେଟି ଦେଇ ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri