କଳା ଗୋରା

ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକା ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌ଙ୍କୁ ୨୬ ଜୁନ୍‌ରେ ମିନେସୋଟା କୋର୍ଟ ୨୨ ବର୍ଷ ୫ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ କୃଷ୍ଣକାୟମାନେ ଆଶ୍ୱସ୍ତି ଲାଭ କରିଛନ୍ତି। ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ଯଦିଓ ଆହୁରି ଅନେକ କୃଷ୍ଣକାୟଙ୍କୁ ପୋଲିସ ଦ୍ୱାରା ହତ୍ୟା କରାଯାଇଛି, ତଥାପି ଚଉଭିନ୍‌ଙ୍କୁ ଯେଭଳି ଦଣ୍ଡିତ କରାଗଲା ନିଶ୍ଚିତ ଭାବେ ଏହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଦେଲା। କୁହାଯାଉଛି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମୟରେ ଏହା ସମ୍ଭବ ହୋଇପାରିଲା। ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନରେ ଫ୍ଲଏଡ୍‌ଙ୍କ ଭଳି ଅନେକ କୃଷ୍ଣକାୟଙ୍କୁ ବାରମ୍ବାର ହତ୍ୟା କରାଯାଇଛି। ହେଲେ ହତ୍ୟାକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଚଉଭିନ୍‌ଙ୍କୁ ଦୀର୍ଘବର୍ଷ ଦଣ୍ଡିତ କରିବା ପଛରେ ଯେଉଁ ଅଭିଯାନର ସର୍ବାଧିକ ଅବଦାନ ରହିଥିଲା, ତାହା ହେଉଛି-‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ବା କଳାମାନଙ୍କ ଜୀବନ ମୂଲ୍ୟରଖେ। ଫ୍ଲଏଡ୍‌ଙ୍କ ବେକକୁ ଚଉଭିନ୍‌ ପାଖାପାଖି ୧୦ ମିନିଟ୍‌ ଆଣ୍ଠୁରେ ଚାପି ରଖି ଯେଭଳି ଭାବେ ହତ୍ୟା କଲେ ତାହା ସଭ୍ୟ ସମାଜର ଯେକୌଣସି ବ୍ୟକ୍ତିଙ୍କୁ ବ୍ୟଥିତ କରିବା ସ୍ବାଭାବିକ। ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଶ୍ୱେତାଙ୍ଗମାନେ ମଧ୍ୟ ତାହାକୁ ବିରୋଧ କରିଥିଲେ। ଭାରତରେ ଏହିଭଳି ପୋଲିସ ବିରୋଧୀ ରାୟ ଆଶା କରିବା ବୃଥା। ତତ୍‌ସହିତ ଏକବର୍ଷ ପୂରୁଣୁ ଏଭଳି ଘଟଣାରେ ରାୟ ପ୍ରକାଶ ପାଇବା ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରୁଥିବ। ଚଉଭିନ୍‌ଙ୍କୁ ଯେଭଳି ଦଣ୍ଡିତ କରାଯାଇଛି, ତାହା କୃଷ୍ଣକାୟଙ୍କ ପ୍ରତି ଥିବା ଆକ୍ରମଣକୁ ପ୍ରଶମିତ କରିବାରେ ସହାୟକ ହୋଇପାରେ ବୋଲି କୁହାଯାଇପାରେ। ଏଥିସହିତ ଏହି ରାୟ ଦ୍ୱାରା ଆମେରିକା ତା’ର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି। ୨୮ ଜୁନ୍‌ରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଆହ୍ବାନ ଦେଇଛନ୍ତି ଯେ, ଫ୍ଲଏଡ୍‌ଙ୍କ ହତ୍ୟା ଭଳି ବାରମ୍ବାର ଘଟୁଥିବା ଘଟଣାକୁ ଦୂରେଇ ଦେବା ସକାଶେ ବିଶ୍ୱବ୍ୟାପୀ କୃଷ୍ଣକାୟଙ୍କ ବିରୋଧରେ ଦେଖାଦେଉଥିବା ବିଧିବଦ୍ଧ ବର୍ଣ୍ଣବୈଷମ୍ୟକୁ ତୁରନ୍ତ ଭାଙ୍ଗିଦିଆଯାଉ। ଏଭଳି ପରିପ୍ରେକ୍ଷୀରେ ଭାରତର ଉଦାହରଣକୁ ଦେଖାଯାଉ। ସମସ୍ତେ ଜାଣିଛନ୍ତି ଯେ, ହିନ୍ଦୁ ସମାଜରେ ଜାତିଆଣଭାବ ପ୍ରବଳମାତ୍ରାରେ ରହିଛି। ସେହି ମାନସିକତାକୁ ସନ୍ତୁଳିତ କରିବା ସକାଶେ ସଂରକ୍ଷଣଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଦୀର୍ଘଦିନ ଧରି ଚାଲିଆସିଛି। ଉଚ୍ଚବର୍ଗର ଅଧିକାଂଶ ଲୋକ ଏହାକୁ ତୀବ୍ର ଭାବେ ସମାଲୋଚନା କରୁଥିବା ବେଳେ ନିଜର ଦୈନନ୍ଦିନ ଜୀବନରେ ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁନାହାନ୍ତି। ସେଥିପାଇଁ ଏବେ ମଧ୍ୟ ଦଳିତ ମହିଳା ଓ ଯୁବତୀଙ୍କ ଉପରେ ପାଶବିକ ଅତ୍ୟାଚାର ଏବଂ ପୁରୁଷଙ୍କୁ ସାଧାରଣରେ ଶାରୀରିକ ନିର୍ଯାତନା ଓ ହତ୍ୟା କରାଯିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସେହିଭଳି ବର୍ଣ୍ଣବୈଷମ୍ୟ କେବଳ ଗୋରାଙ୍କ ଦେଶରେ ସୀମିତ ନାହିଁ। ଆଫ୍ରିକା ଓ ଏସିଆ ମହାଦେଶରେ ପରସ୍ପରକୁ ଘୃଣା କରୁଥିବା ବିଭିନ୍ନ ଗୋଷ୍ଠୀ ସବୁବେଳେ ରହିଆସିଛନ୍ତି। ଜାତିସଂଘର ମହାସଚିବଙ୍କ ଦ୍ୱାରା ଦିଆଯାଇଥିବା ବର୍ଣ୍ଣବିଦ୍ୱେଷ ଭଙ୍ଗାଯାଉ ଡାକରା ସମ୍ପୂର୍ଣ୍ଣ ଅର୍ଥହୀନ ହୋଇଯାଉଛି। ଏହା ଏକ ପିଢ଼ିଗତ ମନୋଭାବ ହୋଇଥିବାରୁ ଏହାକୁ କୌଣସି ଆଇନ ଦ୍ୱାରା ଭାଙ୍ଗି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପରୋକ୍ଷ ଉକ୍ତି

ଅଲେଖ ଚନ୍ଦ୍ର ମିଶ୍ର ପୁରୁଣା କଥାଟିଏ। ଜଣେ ରାଜା ଥିଲେ।ସେ ଜ୍ଞାନୀ, ଗୁଣୀ ଓ ପଣ୍ଡିତମାନଙ୍କୁ ଖୁବ୍‌ ଆଦର କରୁଥିଲେ। ତେଣୁ ତାଙ୍କ ସଭାରେ ଅନେକ...

ସଙ୍କଟରେ ଉଚ୍ଚଶିକ୍ଷା

ପ୍ରଫୁଲ୍ଲ ମହାପାତ୍ର ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ସ୍ବତନ୍ତ୍ର। ମହାବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷା ଦାନକରି ବିଦ୍ୟାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟସ୍ତରରେ ଉଚ୍ଚତର ଶିକ୍ଷା ପାଇବା ପାଇଁ ପ୍ରସ୍ତୁତ କରନ୍ତି ଏବଂ...

ଶୂନ ଉତ୍ତରଦାୟିତ୍ୱ

ପ୍ରତି ମୁହୂର୍ତ୍ତରେ ଘଟୁଥିବା ଘଟଣା ଉପରେ ଟିକିନିକି ରିପୋର୍ଟିଂ କରି ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବାର ଦାୟିତ୍ୱ ମିଡିଆ ବା ଗଣମାଧ୍ୟମର ରହିଛି। ଗଣତନ୍ତ୍ରର ଏକ...

ସିଆର୍‌ପିଏଫ୍‌ର ନୂଆ ମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ସିଆର୍‌ପିଏଫ୍‌ର ନୂଆ ମହାନିର୍ଦ୍ଦେଶକ ଭାବେ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଏ.ପି. ମାହେଶ୍ୱରୀଙ୍କ ନିଯୁକ୍ତିରେ କେତେକ ସମୀକ୍ଷକ ଆଶ୍ଚର୍ଯ୍ୟ ପ୍ରକଟ...

ଏଇ ଭାରତରେ

ପାଷାଣ ଦିଅଁ ହେଲେ ବି ହିନ୍ଦୁ ଧର୍ମରେ ସେ ଜୀବିତ। ସେ ମଣିଷ ଭଳି ନିତ୍ୟକର୍ମ ସହ ସ୍ନାନ କରନ୍ତି , ଭୋଜନ କରନ୍ତି ।...

ଦେଲୁ ମୋତେ ମହାଶିକ୍ଷା

ଡ. ନରହରି ବେହେରା ପ୍ରବନ୍ଧର ଶୀର୍ଷକ ଗୋଟିଏ କବିତାର ଶୀର୍ଷକରୁ ଉଦ୍ଧୃତ। କବିତାର ପୃଷ୍ଠଭୂମି ଥିଲା- ଥରେ ଜଣେ ରାଜା ବନ ବିହାର କରୁଥିବାବେଳେ ହଠାତ୍‌...

ୟୁକ୍ରେନ୍‌ର ଉପନିବେଶୀକରଣ

ସାଲ୍‌ଭୋଜ ଜିଜେକ୍‌ ୟୁକ୍ରେନ୍‌ର ପ୍ରକୃତ ରାଷ୍ଟ୍ରପତି ହେବା ପୂର୍ବରୁ ଭୋଲୋଡ୍‌ମିର ଜେଲେନ୍‌ସ୍କି ଟେଲିଭିଜନ ଧାରାବାହିକ ‘ସର୍ଭାଣ୍ଟ ଅଫ୍‌ ଦି ପିପୁଲ’ରେ ରାଷ୍ଟ୍ରପତି ଭୂମିକାରେ ଅଭିନୟ କରିଥିବା...

ଏଇ ଭାରତରେ

ତିନି ମହଲା କୋଠାରେ ଚାଷ ହେଉଛି ଓ ସେଥିରୁ ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଜଣେ ପୂର୍ବତନ ସାମ୍ବାଦିକ। ଏହା ବିଶ୍ୱାସ କରି...

Advertisement
Archives

Model This Week