କଳା ଗୋରା

ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକା ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌ଙ୍କୁ ୨୬ ଜୁନ୍‌ରେ ମିନେସୋଟା କୋର୍ଟ ୨୨ ବର୍ଷ ୫ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ କୃଷ୍ଣକାୟମାନେ ଆଶ୍ୱସ୍ତି ଲାଭ କରିଛନ୍ତି। ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ଯଦିଓ ଆହୁରି ଅନେକ କୃଷ୍ଣକାୟଙ୍କୁ ପୋଲିସ ଦ୍ୱାରା ହତ୍ୟା କରାଯାଇଛି, ତଥାପି ଚଉଭିନ୍‌ଙ୍କୁ ଯେଭଳି ଦଣ୍ଡିତ କରାଗଲା ନିଶ୍ଚିତ ଭାବେ ଏହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଦେଲା। କୁହାଯାଉଛି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମୟରେ ଏହା ସମ୍ଭବ ହୋଇପାରିଲା। ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନରେ ଫ୍ଲଏଡ୍‌ଙ୍କ ଭଳି ଅନେକ କୃଷ୍ଣକାୟଙ୍କୁ ବାରମ୍ବାର ହତ୍ୟା କରାଯାଇଛି। ହେଲେ ହତ୍ୟାକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଚଉଭିନ୍‌ଙ୍କୁ ଦୀର୍ଘବର୍ଷ ଦଣ୍ଡିତ କରିବା ପଛରେ ଯେଉଁ ଅଭିଯାନର ସର୍ବାଧିକ ଅବଦାନ ରହିଥିଲା, ତାହା ହେଉଛି-‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ବା କଳାମାନଙ୍କ ଜୀବନ ମୂଲ୍ୟରଖେ। ଫ୍ଲଏଡ୍‌ଙ୍କ ବେକକୁ ଚଉଭିନ୍‌ ପାଖାପାଖି ୧୦ ମିନିଟ୍‌ ଆଣ୍ଠୁରେ ଚାପି ରଖି ଯେଭଳି ଭାବେ ହତ୍ୟା କଲେ ତାହା ସଭ୍ୟ ସମାଜର ଯେକୌଣସି ବ୍ୟକ୍ତିଙ୍କୁ ବ୍ୟଥିତ କରିବା ସ୍ବାଭାବିକ। ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଶ୍ୱେତାଙ୍ଗମାନେ ମଧ୍ୟ ତାହାକୁ ବିରୋଧ କରିଥିଲେ। ଭାରତରେ ଏହିଭଳି ପୋଲିସ ବିରୋଧୀ ରାୟ ଆଶା କରିବା ବୃଥା। ତତ୍‌ସହିତ ଏକବର୍ଷ ପୂରୁଣୁ ଏଭଳି ଘଟଣାରେ ରାୟ ପ୍ରକାଶ ପାଇବା ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରୁଥିବ। ଚଉଭିନ୍‌ଙ୍କୁ ଯେଭଳି ଦଣ୍ଡିତ କରାଯାଇଛି, ତାହା କୃଷ୍ଣକାୟଙ୍କ ପ୍ରତି ଥିବା ଆକ୍ରମଣକୁ ପ୍ରଶମିତ କରିବାରେ ସହାୟକ ହୋଇପାରେ ବୋଲି କୁହାଯାଇପାରେ। ଏଥିସହିତ ଏହି ରାୟ ଦ୍ୱାରା ଆମେରିକା ତା’ର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି। ୨୮ ଜୁନ୍‌ରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଆହ୍ବାନ ଦେଇଛନ୍ତି ଯେ, ଫ୍ଲଏଡ୍‌ଙ୍କ ହତ୍ୟା ଭଳି ବାରମ୍ବାର ଘଟୁଥିବା ଘଟଣାକୁ ଦୂରେଇ ଦେବା ସକାଶେ ବିଶ୍ୱବ୍ୟାପୀ କୃଷ୍ଣକାୟଙ୍କ ବିରୋଧରେ ଦେଖାଦେଉଥିବା ବିଧିବଦ୍ଧ ବର୍ଣ୍ଣବୈଷମ୍ୟକୁ ତୁରନ୍ତ ଭାଙ୍ଗିଦିଆଯାଉ। ଏଭଳି ପରିପ୍ରେକ୍ଷୀରେ ଭାରତର ଉଦାହରଣକୁ ଦେଖାଯାଉ। ସମସ୍ତେ ଜାଣିଛନ୍ତି ଯେ, ହିନ୍ଦୁ ସମାଜରେ ଜାତିଆଣଭାବ ପ୍ରବଳମାତ୍ରାରେ ରହିଛି। ସେହି ମାନସିକତାକୁ ସନ୍ତୁଳିତ କରିବା ସକାଶେ ସଂରକ୍ଷଣଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଦୀର୍ଘଦିନ ଧରି ଚାଲିଆସିଛି। ଉଚ୍ଚବର୍ଗର ଅଧିକାଂଶ ଲୋକ ଏହାକୁ ତୀବ୍ର ଭାବେ ସମାଲୋଚନା କରୁଥିବା ବେଳେ ନିଜର ଦୈନନ୍ଦିନ ଜୀବନରେ ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁନାହାନ୍ତି। ସେଥିପାଇଁ ଏବେ ମଧ୍ୟ ଦଳିତ ମହିଳା ଓ ଯୁବତୀଙ୍କ ଉପରେ ପାଶବିକ ଅତ୍ୟାଚାର ଏବଂ ପୁରୁଷଙ୍କୁ ସାଧାରଣରେ ଶାରୀରିକ ନିର୍ଯାତନା ଓ ହତ୍ୟା କରାଯିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସେହିଭଳି ବର୍ଣ୍ଣବୈଷମ୍ୟ କେବଳ ଗୋରାଙ୍କ ଦେଶରେ ସୀମିତ ନାହିଁ। ଆଫ୍ରିକା ଓ ଏସିଆ ମହାଦେଶରେ ପରସ୍ପରକୁ ଘୃଣା କରୁଥିବା ବିଭିନ୍ନ ଗୋଷ୍ଠୀ ସବୁବେଳେ ରହିଆସିଛନ୍ତି। ଜାତିସଂଘର ମହାସଚିବଙ୍କ ଦ୍ୱାରା ଦିଆଯାଇଥିବା ବର୍ଣ୍ଣବିଦ୍ୱେଷ ଭଙ୍ଗାଯାଉ ଡାକରା ସମ୍ପୂର୍ଣ୍ଣ ଅର୍ଥହୀନ ହୋଇଯାଉଛି। ଏହା ଏକ ପିଢ଼ିଗତ ମନୋଭାବ ହୋଇଥିବାରୁ ଏହାକୁ କୌଣସି ଆଇନ ଦ୍ୱାରା ଭାଙ୍ଗି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri