ଭାଜପାର ଜନସମ୍ପର୍କ ଅଭିଯାନ ସ୍ଥଗିତ

ବ୍ରହ୍ମପୁର ଅଫିସ,୩୧।୫: ଦଳରେ ଗୋଷ୍ଠୀ ବିବାଦ ଯୋଗୁ ଭାଜପାର ଜନ ସମ୍ପର୍କ ଅଭିଯାନ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାର ମଙ୍ଗଳବାର ୯ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ମେ ୩୦ରୁ ମାସେ ବ୍ୟାପୀ ଗଞ୍ଜାମ ଜିଲା ଭାଜପା ପକ୍ଷରୁ ସବୁ ମଣ୍ଡଳସ୍ତରରେ ଜନସମ୍ପର୍କ ପଦଯାତ୍ରା ଜରିଆରେ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଘରକୁ ଘର ଯାଇ ଲୋକଙ୍କୁ ଅବଗତ କରାଇବା ଏବଂ ବିଜେଡି ଶାସନର ବିଫଳତା ନେଇ ସଚେତନ କରାଯିବା ନେଇ ଗତ ୨୩ ତାରିଖରେ ବ୍ରହ୍ମପୁରରେ ଅନୁଷ୍ଠିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଗତ ରବିବାର ରାଜ୍ୟ ସଭାପତିଙ୍କ ଗସ୍ତ ଅବସରରେ ଗୋଷାଣୀ ନୂଆଗାଁରେ ଘଟିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଉଗ୍ରରୂପ ନେଇଥିବାରୁ ଆରମ୍ଭ ହେବାକୁ ଥିବା ଅଭିଯାନ ବନ୍ଦ ରଖାଯାଇଥିବା ମିଡିଆ ପ୍ରଭାରୀଙ୍କ ପକ୍ଷରୁ କୁହାଯାଇଛି। ଜିଲା ସଭାପତି ବିଭୂତି ଜେନା ଏଯାବତ୍‌ ୨୭ନଂ ୱାର୍ଡ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ବିରୋଧରେ ଅଭିଯୋଗ କରିନାହାନ୍ତି। ଅପରପକ୍ଷରେ କର୍ପୋରେଟର ସାହୁ ସୋମବାର ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଜିଲା ଭାଜପା ସଭାପତି ସମେତ ଅନ୍ୟାନ୍ୟ ନେତାଙ୍କ ନାମରେ ମାମଲା ରୁଜୁ କରିଛି। ନିଜ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପାଇଁ ମଙ୍ଗଳବାର ଏସପି ଡା. ଶ୍ରବଣା ବିବେକ ଏମ୍‌.ଙ୍କୁ ସାକ୍ଷାତ କରି ଗୁହାରି ଜଣାଇଛନ୍ତି। ଏନେଇ ଏସ୍‌ପି କହିଛନ୍ତି, ଏହି ଘଟଣାକୁ ନେଇ ଦୁଇଟି ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଭାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା କରାଯିବ। ତେବେ ବିଇଏମସି ନିର୍ବାଚିତ ଅନ୍ୟ ୬ କର୍ପୋରେଟର ଯାଇନଥିବା ବେଳେ ବିଜେଡି ୧୫ରୁ ଊର୍ଦ୍ଧ୍ୱ କର୍ପୋରେଟର ନୀଳକଣ୍ଠଙ୍କୁ ସମର୍ଥନ ଜଣାଇ ଏସପିଙ୍କ ଦପ୍ତରକୁ ଯାଇଥିବା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ଆଭ୍ୟନ୍ତରୀଣ କନ୍ଦଳରେ ବିଜେଡି କର୍ପୋରେଟରମାନେ ପଶିବା ଘଟଣାକୁ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପସନ୍ଦ କରିନାହାନ୍ତି। ଏସପିଙ୍କୁ ଭେଟିସାରି ନୀଳକଣ୍ଠ ଏବଂ ବିଜେଡି କର୍ପୋରେଟରମାନେ ବିଧାୟକ ବିକ୍ରମ ପଣ୍ଡାଙ୍କ ବାସଭବନକୁ ଯିବା ଆଉ ଏକ ରୋଚକ ରାଜନୀତି ହୋଇଛି। ମଙ୍ଗଳବାର କର୍ମୀଙ୍କ ବୈଠକ ଅନୁଷ୍ଠିତ ହୋଇ ନୀଳକଣ୍ଠଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ ଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ପରେ ବିଭୂତି ଓ କାହ୍ନୁ ଚରଣ ପତି ରାଜ୍ୟ ସଭାପତିଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଯାଇଛନ୍ତି। କର୍ପୋରେଟରଙ୍କୁ ଦଳରୁ ବିତାଡ଼ିତ କରିବାକୁ ଜିଲା ସଂଗଠନ ଦାବି କରିଛି। ରାଜ୍ୟ ସଂଗଠନ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଜନ ସମ୍ପର୍କ ଅଭିଯାନ ବନ୍ଦ ରହିଥିବା ଜିଲା ସଂଗଠନର ମୁଖପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri