Posted inଜାତୀୟ

ଜି୨୦ ଲୋଗୋରେ ଭାଜପାର ‘ପଦ୍ମ’

ନୂଆଦିଲ୍ଲୀ,୧୦ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ଜି୨୦ ପ୍ରେସିଡେନ୍ସି ଲୋଗୋରେ ଥିବା ପଦ୍ମଫୁଲକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ହୋଇଥିବାରୁ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ଶାସକ ଦଳ ଏଥିରେ ନିଜକୁ ନିର୍ଲଜ ଭାବେ ପ୍ରମୋଟ୍‌ କରୁଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏକଦା ଏଭଳି ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

ଜି୨୦ ବା ଗ୍ରୁପ୍‌ ଟ୍ବେଣ୍ଟି ହେଉଛି ୧୯ଟି ଦେଶ ଏବଂ ୟୁରୋପୀୟ ସଂଘ (ଇୟୁ)କୁ ନେଇ ଗଠିତ ଏକ ଆନ୍ତଃ ସରକାରୀ ମଞ୍ଚ। ଆମେରିକା, ଅଷ୍ଟ୍ରେଲିଆ, ସାଉଦି ଆରବ, କାନାଡା, ଭାରତ, ରୁଷିଆ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆର୍ଜେଣ୍ଟିନା, ବ୍ରାଜିଲ, ମେକ୍ସିକୋ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, ଚାଇନା, ଇଣ୍ଡୋନେସିଆ, ଜାପାନ ଓ କୋରିଆ ହେଉଛନ୍ତି ଜି୨୦ର ସଦସ୍ୟ ରାଷ୍ଟ୍ର। ଅନ୍ତର୍ଜାତୀୟ ଆର୍ଥିକ ସ୍ଥିରତା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ନିରନ୍ତର ବିକାଶ ଭଳି ବିଶ୍ୱ ଅର୍ଥନୀତି ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ନେଇ ଏହି ରାଷ୍ଟ୍ର ସମୂହ କାର୍ଯ୍ୟ କରିଥାଏ। ଏଥିରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ସମେତ ସର୍ବବୃହତ୍‌ ଅର୍ଥନୀତିଗୁଡ଼ିକୁ ସାମିଲ କରାଯାଇଛି। ମୋଟ ବିଶ୍ୱ ଉତ୍ପାଦ (ଜିଡବ୍ଲ୍ୟୁପି)ରେ ଏହି ରାଷ୍ଟ୍ରଗୁଡ଼ିକର ଅବଦାନ ହେଉଛି ପ୍ରାୟ ୮୦%।

ବର୍ତ୍ତମାନ ଜି୨୦ର ଅଧ୍ୟକ୍ଷତା ଇଣ୍ଡୋନେସିଆ ନିକଟରେ ଥିବାବେଳେ ନଭେମ୍ବର ୧୫ ଓ ୧୬ରେ ପ୍ରଧାନମନ୍ତ୍ରୀ ମୋଦି ବାଲିରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବେ। ଭାରତ ଆସନ୍ତା ଡିସେମ୍ବର ୧ରୁ ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଛି। ନିଜ ଅଧ୍ୟକ୍ଷତା ଅବଧି ମଧ୍ୟରେ ଭାରତ ଆସନ୍ତା ବର୍ଷ ଜି୨୦ ସମିଟ୍‌ ସମେତ ଦେଶର ବିଭିନ୍ନ ସ୍ଥାନରେ ୩୨ଟି ବିଭିନ୍ନ କ୍ଷେତ୍ର ଉପରେ ୨୦୦ ବୈଠକ ଆୟୋଜନ କରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ନୂଆଦିଲ୍ଲୀରେ ଭାରତର ଜି୨୦ ପ୍ରେସିଡେନ୍ସି ଲୋଗୋ, ଥିମ୍‌ ଓ ଓ୍ବେବ୍‌ସାଇଟ୍‌ ଉନ୍ମୋଚନ କରିଛନ୍ତି। ‘ବସୁଧୈବ କୁଟୁମ୍ବକମ୍‌’ ନୀତି ଭାରତର ଦୟାଭାବର ସ୍ବାକ୍ଷର। ଏଥିସହିତ ଲୋଗୋରେ ରହିଥିବା ପଦ୍ମ ବିଶ୍ୱକୁ ଏକାଠି କରିବାରେ ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ବିଶ୍ୱାସକୁ ଚିତ୍ରଣ କରୁଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ।

ଲୋଗୋର ରୂପରେଖ ପାଇଁ ପ୍ରସ୍ତାବ ଦେବାକୁ ଦେଶବାସୀଙ୍କୁ ଅନୁରୋଧ କରାଯାଇଥିଲା। ସେହି ପ୍ରସ୍ତାବଗୁଡ଼ିକ ଆଧାରରେ ଏହି ଲଗୋ ପ୍ରସ୍ତୁତ କରାଯାଇଥିବା ମୋଦି କହିଥିଲେ। ତେବେ ଉକ୍ତ ଲୋଗୋରେ ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ପ୍ରାୟ ୭୦ ବର୍ଷ ତଳେ ନେହେରୁ କଂଗ୍ରେସ ପତାକାକୁ ଭାରତର ଜାତୀୟ ପତାକା କରିବା ନେଇ ରହିଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବର୍ତ୍ତମାନ ଭାଜପାର ନିର୍ବାଚନୀ ଚିହ୍ନକୁ ଜି୨୦ରେ ଭାରତର ପ୍ରେସିଡେନ୍ସି ପାଇଁ ଉଦ୍ଦିଷ୍ଟ ଲୋଗୋରେ ବ୍ୟବହାର କରାଯାଇଛି। ମୋଦି ଏବଂ ଭାଜପା ନିଜକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ଏହା ଏକ ଲଜ୍ଜାଜନକ ବିଷୟ। ଏହାର ଜବାବରେ ଭାଜପା ମୁଖପାତ୍ର ଶେହଜାଦ ପୁନାଓ୍ବାଲା କହିଛନ୍ତି, ପଦ୍ମ ହେଉଛି ଆମ ଜାତୀୟ ଫୁଲ। ଏହା ମା’ ଲକ୍ଷ୍ମୀଙ୍କ ଆସନ ମଧ୍ୟ। କମଲ ନାଥଙ୍କ ନାମରୁ କମଲକୁ ବାଦ୍‌ ଦେଇପାରିବ କି? ରାଜୀବର ଅର୍ଥ ହେଉଛି ପଦ୍ମ। ତେଣୁ ଏଥିରେ କୌଣସି ଏଜେଣ୍ଡା ଦେଖାଯିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri